କେନ୍ଦ୍ରାପଡ଼ା ଗରପୁର ଗାଁରେ ଦୁର୍ଭାଗ୍ଯଜନକ ଘଟଣା : ଅପହରଣ କରିବାକୁ ଯାଇ ଯୁବକ କୋମାରେ

କେନ୍ଦ୍ରାପଡ଼ା: ଅପହରଣ କରିବାକୁ ଯାଇ ନିଜେ କୋମାରେ । ହତଚକିତ କଲାଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରପୁର ଗାଁରେ । ଗତ ୫ତାରିଖରେ ଗରପୁରର ନରେନ୍ଦ୍ର ମଲିକ ସଂପର୍କୀୟ ବଡ଼ଭାଇର ପ୍ରେମିକାକୁ ଅପହରଣ କରିବାକୁ ଯାଇଥିଲେ । ବଡ଼ଭାଇର ପ୍ରେମିକାକୁ ବାଇକରେ ଅପହରଣ କରି ନେଇ ଆସୁଥିବା ବେଳେ ଝିଅର ପରିବାର ଲୋକେ ବାଇକର ପିଛା କରିଥିଲେ ।

ମଟର ସାଇକେଲକୁ ଧକ୍କା ଦେବା ପରେ ସେ ତଳେ ପଡିଯାଇଥିଲେ । ପରେ ସେ ଗୁରୁତର ହୋଇ କୋମାକୁ ଚାଲିଯାଇଥିବା ବେଳେ ପରିବାର ଲୋକ ଏବେ ଦୁଃଖରେ । ଘଟଣା ସଂପର୍କରେ ଅଭିଯୋଗ ହେବା ପରେ ନିକିରାଇ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । କିନ୍ତୁ କୋମାରେ ଥିବା ଯୁବକ ଅନୁସୂତିତ ଜାତିର ହୋଇଥିବାରୁ ମାମଲା ଏବେ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ଅଧିନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.