ମୋ ବସ୍ ଡିପୋରେ ଆନ୍ଦୋଳନ, ଷ୍ଟପେଜ୍ ଓ ଗେଟ୍ ଖୋଲିବା ଦାବିରେ ପାତ୍ରପଡା ବାସିନ୍ଦା

ଭୁବନେଶ୍ବର ପାତ୍ରପଡା ସ୍ଥିତ ମୋ ବସ୍ ଡିପୋରେ ଆନ୍ଦୋଳନ । ଷ୍ଟପେଜ୍ ଓ ଗେଟ୍ ଖୋଲିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାତ୍ରପଡା ବାସିନ୍ଦା । ଏଥିପାଇଁ ସକାଳୁ ପାତ୍ରପଡା ରୁଟ ଦେଇ କୌଣସି ଵସ ଚାଲିନାହିଁ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ପାତ୍ରପଡା ସ୍ଥିତ ମୋ ବସ୍ ଡିପୋରେ ଆନ୍ଦୋଳନ । ଷ୍ଟପେଜ୍ ଓ ଗେଟ୍ ଖୋଲିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାତ୍ରପଡା ବାସିନ୍ଦା । ମୋ ବସ୍ ଡିପୋ ଡିପୋ ଆଗରେ ପାତ୍ରପଡା ନୋଡାଲ ହାଇସ୍କୁଲ ରହିଛି । ପ୍ରତିଦିନ ମୋ ବସ ଡ୍ରାଇଭର ମାନେ ମନମାନି କରି ଗାଡି ଚଳାଉଛନ୍ତି। ଫଳରେ ପିଲାଙ୍କ ଆକ୍ସିଡେଣ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଏମିତିକି ଗାଈ ଗୋରୁ ମଧ୍ୟ ଆକ୍ସିଡେଣ୍ଟରେ ମରୁଛନ୍ତି। ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମୋ ବସ କର୍ତ୍ତୃପକ୍ଷ କୌଣସି ଆକ୍ସନ ନନେବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀ, ସ୍କୁଲ ଛାତ୍ର ଛାତ୍ରୀ ରାସ୍ତା ରୋକ କରିଛନ୍ତି। ଏଥିପାଇଁ ସକାଳୁ ପାତ୍ରପଡା ରୁଟ ଦେଇ କୌଣସି ଵସ ଚାଲିନାହିଁ। ଏହି ଆନ୍ଦୋଳନରେ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରା ରାଉତରାୟ ସାମିଲ ହୋଇଛନ୍ତି । ଆନ୍ଦୋଳନକାରୀମାନେ ଡିପୋରେ ମୋ ବସ୍ ଗୁଡିକୁ ଅଟକାଇ ରଖିଛନ୍ତି ।

Leave A Reply

Your email address will not be published.