ICC ସଦସ୍ୟରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ, କୋର୍ଡ ଅଫ୍ କଣ୍ଡକ୍ଟ ଉଲ୍ଲଂଘନ ଅଭିଯୋଗ

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛି ଆଇସିସି । ICC ସଦସ୍ୟରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରାଯାଇଛି । ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କୋର୍ଡ ଅଫ୍ କଣ୍ଡକ୍ଟ ଉଲ୍ଲଂଘନ ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କରାଯାଇଛି ।

ବିଶ୍ୱକପରେ ଟିମର ଖରାପ ପ୍ରଦର୍ଶନ ପରେ ନିଲମ୍ବିତ ହୋଇଥିବା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛି ଆଇସିସି । ICC ସଦସ୍ୟରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରାଯାଇଛି । ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କୋର୍ଡ ଅଫ୍ କଣ୍ଡକ୍ଟ ଉଲ୍ଲଂଘନ ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କରାଯାଇଛି ।

ବିଶ୍ୱକପରେ ଶ୍ରୀଲଙ୍କା ଦଳର ପ୍ରଦର୍ଶନ ଖରାପ ରହିଛି । ଏପରିକି ଆଫଗାନିସ୍ତାନଠାରୁ ବି ଦଳ ହାରିଯାଇଥିବାରୁ ଦେଶରେ ଅସନ୍ତୋଷ ବଢିବା ପରେ ଶ୍ରୀଲଙ୍କା ସରକାର ପୂରା ବୋର୍ଡକୁ ବହିଷ୍କାର କରିଥିଲେ । ଏହାପରେ ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ତରଫରୁ ତଦନ୍ତ ପାଇଁ ଏକ କମିଟି ମଧ୍ୟ ଗଠନ କରିଥିଲେ । କିନ୍ତୁ ସରକାରଙ୍କ ଏପରି କାର୍ଯ୍ୟ ବୋର୍ଡର କାର୍ଯ୍ୟରେ ହସ୍ତକ୍ଷେପ ବୋଲି ଆଇସିସି ବିବେଚନା କରିଛି । ଏହି କାରଣରୁ ଶ୍ରୀଲଙ୍କା ବୋର୍ଡକୁ ଆଇସିସି ସଦସ୍ୟତାରୁ ନିଲମ୍ବିତ କରାଯାଇଥିବା କୁହାଯାଉଛି ।

 

ସୂଚନାଯୋଗ୍ୟ, ଶ୍ରୀଲଙ୍କା ଖେଳ ମନ୍ତ୍ରଣାଳୟ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କରିଥିଲା  । ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ କ୍ରିକେଟ୍ ବୋର୍ଡକୁ ସସପେଣ୍ଡ୍ କରି ଏକ ମଧ୍ୟବର୍ତ୍ତୀ କମିଟି ଗଠନ କରିଛନ୍ତି, ଯାହାର ଅଧ୍ୟକ୍ଷତା ୧୯୯୬ ମସିହାରେ ଶ୍ରୀଲଙ୍କାକୁ ବିଶ୍ୱ ଚାମ୍ପିଅନ୍ କରିଥିବା ଅର୍ଜୁନ ରଣତୁଙ୍ଗା କରିବେ ।

ଚେୟାରମ୍ୟାନ୍ ଅର୍ଜୁନ ରଣତୁଙ୍ଗାଙ୍କ ବ୍ୟତୀତ ମଧ୍ୟବର୍ତ୍ତୀ କମିଟିରେ ଆହୁରି ୫ ଜଣ ଲୋକ ଅଛନ୍ତି, ଯେଉଁମାନେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତି ରହିସାରିଛନ୍ତି । ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ଏହି ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରିଛନ୍ତି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର କାର୍ଯ୍ୟର ତଦାରଖ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.