ଯାଜପୁର: ରଖେ ହରି ତ ମାରେ କିଏ?  ଚିପସ୍ ବୋଝେଇ ଟ୍ରକ୍ ତଳେ ଚାପି ହୋଇ ରହିଥିବା ଯୁବକ ଦେଢ ଘଣ୍ଟା ପରେ ଉଦ୍ଧାର

ଯାଜପୁର(କେନ୍ୟୁଜ୍):  କଥାରେ ଅଛି ରଖେ ହରି ତ ମାରେ କିଏ । ଆଜି ଏଭଳି ଏକ ଘଟଣା କ୍ରମରେ ଚିପ୍ସ ବୋଝେଇ ଗାଡି ତଳେ ଚାପି ହୋଇ ରହିଥିବା ଜଣେ ଯୁବକ ଦେଢ଼ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ।  ଆଜି ସଂଧ୍ୟା ସମୟରେ ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଜାରାକା ଛକ ନିକଟରେ ଏକ ହାଇୱା ଗାଡି ଓଲଟି ପଡିବାରୁ ଜଣେ ଯୁବକ ତଳେ ଚାପି ହୋଇ ରହିଯାଇଥିଲେ। ଯୁବକଙ୍କୁ ଦୀର୍ଘ ଦେଢ ଘଂଟାର ପରିଶ୍ରମ ପରେ ଉଦ୍ଧାର କରାଯାଇଛି ।

jajpur 23

ସୂଚନା ମୁତାବକ, ଜାରକା ବାଇପାସ ରାସ୍ତାରେ ଯାଉଥିବା ଚିପ୍ସ ବୋଝେଇ ହାଇୱା ଗାଡି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଏହି ସମୟରେ ସେଠାରେ ଛିଡା ହୋଇଥିବା ସ୍ଥାନୀୟ ଥାନୁଆଳ ଗ୍ରାମର ସନ୍ତୋଷ ଓଝା ନାମକ ଜଣେ ଯୁବକ ଚାପି ହୋଇ ତଳେ ରହିଯାଇଥିଲେ । ଗାଡି ତଳୁ ତାଙ୍କୁ ଉଦ୍ଧାର କରିବା ଲାଗି ସ୍ଥନୀୟ ଲୋକେ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ ଖବର ପାଇ ଚଣ୍ଡିଖୋଲ ଦମକଳ ବାହୀନୀ ସେଠାରେ ପହଁଚିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା । ପରେ ୨ ଗୋଟି ଜେସିବି ମେସିନ ସହାୟତାରେ ହାଇୱା ଗାଡିକୁ ଉଠାଯାଇ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଉଦ୍ଧାର ହୋଇଥିବା ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଏହି ସମୟରେ ଜାତୀୟ ରାଜପଥରେ ଦେଢ ଘଣ୍ଟାକାଳ ଗାଡି ଚଳାଚଳ ବନ୍ଦ ରହିବା ସହ ଶହ ଶହ ଲୋକ ରୁଣ୍ଡିଭୂତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.