ବାଲେଶ୍ଵର ରେଲୱେ କଲୋନୀରେ ଅଘଟଣ: ବାତ୍ୟା ୟସ୍ ପ୍ରଭାବରେ ଗଛ ଭାଙ୍ଗି ୨୦ ବର୍ଷର ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲେଶ୍ଵର :  ଅତି ଭୀଷଣ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ୟସ୍। ବାଲେଶ୍ଵରରେ ପ୍ରକୋପ ଧିରେ ଧିରେ ବଢିବାକୁ ଲାଗିଲାଣି। ଯାହାର କରାଳ ରୂପ ବାଲେଶ୍ଵର ରେଲୱେ କଲୋନୀରେ ଦେଖିବାକୁ ମିଳିଛି। ବାତ୍ୟା ୟସ୍ ପ୍ରଭାବରେ ରେଲୱେ କଲୋନୀ ନିକଟରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ଉପରେ ଗଛ ଭାଙ୍ଗି ପଡ଼ିଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଶେଷ କରିଛନ୍ତି। ଯୁବକଙ୍କୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ରେଲୱେ କଲୋନୀ ନିକଟରେ ଘରେ ମାଆ ସହ ୨ ଝିଅ ଓ ପୁଅ ଶୋଇଥିବା ବେଳେ ଭୋର୍ ସମୟରେ ଘରେ ଉପରେ ଗଛ ପଡ଼ି ଯାଇଛି । କୌଣସି ମତେ ମାଆ ଓ ୨ ଝିଅ ଘରୁ ବାହାରି ପଡ଼ିଥିବା ବେଳେ ପୁଅଟି ଚାପି ହୋଇଯାଇଥିଲା। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଶେଷ କରିଛନ୍ତି। ଯୁବକଙ୍କୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.