ଗଞ୍ଜାମ ଏସ୍‌ପି ଅଫିସ୍ ସମ୍ମୁଖରେ ଆତ୍ମାହୂତି ଉଦ୍ଯମ କରିଥିବା ଯୁବକଙ୍କର ମୃତ୍ୟୁ

ବ୍ରହ୍ମପୁର (କେନ୍ୟୁଜ୍‌): ଗଞ୍ଜାମ ଏସ୍‌ପି ଅଫିସ୍ ସମ୍ମୁଖରେ ଗତକାଲି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ଯମ କରିଥିବା ଯୁବକଙ୍କର ମୃତ୍ୟୁ । ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଯୁବକ ଜଣଙ୍କ ଆତ୍ମାହୂତି ଉଦ୍ୟମ କରିଥିଲେ । ଦେହରେ କିରୋସିନ୍‌ ଢାଳି ଆତ୍ମହୂତି ଉଦ୍ୟମ କରିଥିଲେ ରମ୍ଭା ଥାନା ବୋରିଗାଁ ଅଞ୍ଚଳର ଯୁବକ ବାଦଲ ସାହୁ । ତେବେ ଗୁରୁତର ଅବସ୍ଥାରେ ବାଦଲଙ୍କୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ତେବେ ୧୨ ବର୍ଷ ତଳେ ବାଦଲ ଓ ତାଙ୍କ ପରିବାର ଲୋକଙ୍କୁ ଏକଘରକିଆ କରାଯାଇଥିଲା । ଏନେଇ ବାରମ୍ବାର ହୁମା ଫାଣ୍ଡି ସହ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିବା ନେଇ କହିଛନ୍ତି ବାଦଲଙ୍କ ଭାଇ । ବାଦଲଙ୍କ ନାଁରେ ପୂର୍ବରୁ ରମ୍ଭା ଥାନାରେ ମାମଲା ରହିଛି । ଆତ୍ମହୂତି ଉଦ୍ୟମର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଥିବା କହିଛନ୍ତି ଗଞ୍ଜାମ ଏସ୍‌ପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.