ଯାଜପୁର : ଚଣ୍ଡୀଖୋଲ ଲଜ୍‌ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର (କେନ୍ୟୁଜ୍‌) : ଚଣ୍ଡୀଖୋଲ ଛକ ନିକଟସ୍ଥ ଏକ ଲଜରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ଆଶିଷ ରଞ୍ଜନ ସାମଲ । ତାଙ୍କ ଘର ଯାଜପୁର ଟାଉନ ଥାନା ନରହରିପୁର ଗ୍ରାମରେ । ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ସେ ଆସାମର ଗୌହାଟୀ ଠାରେ ଥିବା ଏକ ବ୍ୟାଙ୍କର ଅଧିକାରୀ ବୋଲି ଜଣାପଡିଛି। ସେ ଗାଁକୁ ଆସି ଘର ଲୋକଙ୍କୁ ଦେଖା କରି ଭୁବନେଶ୍ୱରରେ ରହୁଥିବା ତାଙ୍କ ପତ୍ନୀଙ୍କ ପାଖକୁ ଯାଉଛନ୍ତି ବୋଲି କହିଥିଲେ। କିନ୍ତୁ ଗତକାଲି ରାତିରେ ତାଙ୍କ ମୃତଦେହ ଚଣ୍ଡୀଖୋଲ ସ୍ଥିତ ଏକ ହୋଟେଲରୁ ଉଦ୍ଧାର କରିଛି ବଡ଼ଚଣା ପୋଲିସ। ଆଶିଷଙ୍କ ମୃତଦେହକୁ ବଡ଼ଚଣା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।