Below header

ଜୋରଜବରଦସ୍ତ ଢ଼ାବାରେ ପଶି ଭଙ୍ଗାରୁଜା ଓ ଗୁଣ୍ଡାଗର୍ଦ୍ଦି କଲେ ଯୁବକ, ଛତ୍ରପୁର ଅଞ୍ଚଳର ଏ ଘଟଣା

ଯୁଆଡେ ଦେଖିବ ସିଆଡେ ଖାଲି ଏଭଳି ଖବର । ଆଉ ଏହାରି ଭିତରେ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଗୁଣ୍ଡାଗର୍ଦ୍ଦିର ଚିତ୍ର ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଲୋକେ ଭୟଭୀତ ହେବା ସହିତ ଏହା ଖୁବ୍‌ ଚର୍ଚ୍ଚାରେ ରହିଛି ।

ଗଞ୍ଜାମ (କେନ୍ୟୁଜ) : ଗୁଣ୍ଡାଗର୍ଦ୍ଦି, ମାରପିଟ୍‌ ଆଉ ଡକାୟତି । ଏବେ ଏହିସବୁ ଯେମିତି ଏକ ଟ୍ରେଣ୍ଡ ପାଲଟିଗଲାଣି । ଯୁଆଡେ ଦେଖିବ ସିଆଡେ ଖାଲି ଏଭଳି ଖବର । ଆଉ ଏହାରି ଭିତରେ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଗୁଣ୍ଡାଗର୍ଦ୍ଦିର ଚିତ୍ର ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଲୋକେ ଭୟଭୀତ ହେବା ସହିତ ଏହା ଖୁବ୍‌ ଚର୍ଚ୍ଚାରେ ରହିଛି ।

ବାସ୍ତବରେ ଘଟଣାଟି କିଛି ଏହିପରି ଥିଲା । ଆପଣ ଦେଖିପାରୁଥିବେ କେମିତି ଭାବେ କିଛି ଯୁବକ ଏକ ଢ଼ାବା ଭିତରକୁ ପଶୁଛନ୍ତି ଆଉ ସେମାନଙ୍କ ମଧ୍ୟରୁ ଜଣେ ଯୁବକ କେମିତି ଏକ ଚେୟାର ଉଠାଇ ଟେବୁଲ ଉପରେ କଚାଡି ଭାଙ୍ଗୁଛି । ଭଙ୍ଗାରୁଜା ପରେ ସେମାନେ ଚାଲିଯାଉଛନ୍ତି କେମିତି ଆପଣ ଦେଖିପାରୁଥିବେ । ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଗଞ୍ଜାମ ଛତ୍ରପୁର ଅଞ୍ଚଳର ଏ ହେଉଛି ଦୃଶ୍ୟ । ଜିରୋ ନାଇଟରେ ଯୁବକ କେମିତି ମଦ ପିଇ ଉତପାତ ହେଉଛନ୍ତି ତାକୁ ଆପଣ ଦେଖିପାରୁଥିବେ ।

ଆଜ୍ଞା ଘଟଣାଟା ଏୟା ଯେ ସମୟ ୧୨ଟା ପାଖାପାଖି ହେଲାଣି । ଢ଼ାବା ମାଲିକ ଦୋକାନ ବନ୍ଦ କରୁଛନ୍ତି, ଢ଼ାବା କର୍ମଚାରୀ ବି ସବୁ ପ୍ରସ୍ତୁତ ହେଲେଣି ଘରକୁ ଯିବାକୁ । ଆଉ ଠିକ ଏହି ସମୟରେ ପହଁଚିଗଲେ ଏହି ଯୁବକମାନେ । ଆଉ କହିଲେ ଆମକୁ ମଦ ଦିଅ । କିନ୍ତୁ ଏଠି ମଦ ମିଳେନି ବୋଲି ଢ଼ାବା ମାଲିକ । କିନ୍ତୁ ଏମାନେ ଯେମିତି ନଛୋଡବନ୍ଧା । କହିଲେ ଆମେ ଅଲବଦ୍‌ ମଦ ପିଇବୁ । ଆଉ ଦୋକାନ ବନ୍ଦ ହେଇପାରିବନି । ଆମେ ପିଇବୁ ମାନେ ଅଲବଦ୍‌ ପିଇବୁ । ଏହା କହି ଜୋର ଜବରଦସ୍ତ ଗଣ୍ଡଗୋଳ କରିବାକୁ ଲାଗିଲେ । ଖାଲି ସେତିିକି ନୁହେଁ ଫୋନ୍‌ କରି ଆଉ କିଛି ଯୁବକଙ୍କୁ ମଧ୍ୟ ଡକାଇଦେଲେ ।

ଜିରୋ ନାଇଟରେ ଢ଼ାବା ରେ ପଶି ଗଣ୍ଡଗୋଳ କରିବା ସହିତ ବିଭିନ୍ନ ଆସବାବ ପତ୍ର ନଷ୍ଟ କଲେ ଏହି ଯୁବକମାନେ । ଗତକାଲି ବିଳମ୍ବିତ ରାତ୍ରରେ କିଛି ଦୁର୍ବୁତ୍ତ ମାରଣାସ୍ତ୍ର ଧରି ଢ଼ାବା ଭିତରକୁ ମଦ ପିଇବାକୁ ଆସିଥିଲେ । ଢ଼ାବା ମାଲିକ ଏହାକୁ ବାରଣ କରିବାରୁ ସେମାନେ ଢ଼ାବା ର ୩ ଜଣ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ଜଣେ କର୍ମଚାରୀଙ୍କ ଠାରୁ ୫ ହଜାର ଟଙ୍କା ଛଡାଇ ନେଇଯାଇଛନ୍ତି । ଯାହାକି ସିସି ଟିଭିରେ କଏଦ ହୋଇଛି । ଏନେଇ ସୋମବାର ଛତ୍ରପୁର ଥାନାରେ ଢ଼ାବା ମାଲିକ ରବୀନ୍ଦ୍ର ନାଥ ମିଶ୍ର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.