Below header

ଖୁସି ଖବର ଦେବେ ସୀମା ହାଇଦର, ସଚିନଙ୍କ ପିଲାର ମା’ ହେବାକୁ ଯାଉଛନ୍ତି

ପ୍ରଥମ ସ୍ବାମୀଙ୍କୁ ଛାଡି ଭାରତୀୟ ଯୁବକ ସଚିନଙ୍କ ପ୍ରେମରେ ପାକିସ୍ତାନ ଛାଡି ବେଆଇନ ଭାବେ ଭାରତ ପ୍ରବେଶ କରିଥିବା ସୀମା ଗର୍ଭବତୀ ଥିବା ଜଣାପଡିଛି । ସଚିନ ଓ ସୀମା ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଏ ନେଇ ସୀମା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ପୁଣି ଚର୍ଚ୍ଚାରେ ସୀମା ହାଇଦର । ପ୍ରଥମ ସ୍ବାମୀଙ୍କୁ ଛାଡି ଭାରତୀୟ ଯୁବକ ସଚିନଙ୍କ ପ୍ରେମରେ ପାକିସ୍ତାନ ଛାଡି ବେଆଇନ ଭାବେ ଭାରତ ପ୍ରବେଶ କରିଥିବା ସୀମା ଗର୍ଭବତୀ ଥିବା ଜଣାପଡିଛି । ସଚିନ ଓ ସୀମା ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଏ ନେଇ ସୀମା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

୨୦୨୪ ମସିହା ତାଙ୍କ ପାଇଁ ଆଶାଜନକ ହେବ। ମେ ୧୦ ତାରିଖରେ ପାକିସ୍ତାନରୁ ଭାରତକୁ ଲୁଚି ପଳାଇ ଆସିଥିଲେ ସୀମା ହାଇଦର । ଜୁଲାଇରେ ଭାରତକୁ ଅନୁପ୍ରବେଶ କରିଥିଲେ । ପବଜି ଖେଳରୁ ସୀମା ଓ ସଚିନଙ୍କ ଭିତରେ ପ୍ରେମ ହୋଇଥିଲା । ସୀମା ନିଜ ୪ ଜଣ ପିଲାଙ୍କୁ ଧରି ଭାରତରେ ଅନୁପ୍ରବେଶ କରିବା ପରେ ତାଙ୍କୁ ପୋଲିସ୍ ଗିରଫ କରି ପୁଣି ଜାମିନରେ ଛାଡ଼ି ଦେଇଥିଲା । ଏବେ ସୀମା ଓ ସଚିନଙ୍କ ବିରୋଧରେ ମାମଲା ଚାଲିଛି କିନ୍ତୁ କୌଣସି ଫଇସଲା ଆସିନାହିଁ ।

ଇତିମଧ୍ୟରେ ବର୍ଷେ ଭିତରେ ସୀମା ଓ ସଚିନଙ୍କ ସମ୍ପତ୍ତି ଆଶ୍ଚର୍ଯ୍ୟଜନକ ଭାବେ ବଢିଛି। ସୀମାଙ୍କୁ ପାକ ଗୁଇନ୍ଦା ସଂସ୍ଥା ISIର ସମ୍ପର୍କ ଥିବା ଅଭିଯୋଗ ହୋଇଆସୁଛି । ଏପଟେ ସମ୍ପତ୍ତି ବଢିବା ପଛରେ ଉଭୟଙ୍କ ସୋସିଆଲ ମିଡିଆରେ ପ୍ରସାରିତ ଭିଡ଼ିଓ ଓ ସେ ବାବଦରେ ମିଳିଥିବା ଆୟ ବୋଲି ସୀମା ସଫେଇ ଦେଇଆସୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.