ପୁଣିଥରେ ୧୫ ଚାଇନିଜ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର, ପ୍ଲୋ-ଷ୍ଟୋରରୁ ବି ଗାଏବ

ଭାରତ ସରକାର ଚୀନ୍‌ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିବା ଅବସରରେ ଏକାଥରେ ୫୯ଟି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ପରେ ଅନ୍ୟ ଏକ ନିର୍ଦ୍ଦେଶନାମା ଜାରି କରି ଗତ ମାସରେ ଆଉ ୪୭ଟି ଆପ୍‌କୁ ବ୍ୟାନ୍‌ କରିଥିଲେ। ଏବେ ଲଗାତାର ତୃତୀୟ ଥର ପାଇଁ ଭାରତ ଚୀନ୍‌ ଉପରେ ହଲ୍ଲା ବୋଲ୍‌ କରିଛନ୍ତି। ରିପୋର୍ଟ ମୁତାବକ ସରକାର ଏବେ ଆଉ ୧୫ଟି ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

India's Chinese App Ban Is Just the Beginning – The Diplomat

ସରକାର ବର୍ତ୍ତମାନ ଭିଡିଓ ଏଡିଟିଂ ଆପ୍‌ CapCut ଓ ସାଓମିର ୱେବ୍‌ ବ୍ରାଉଜର ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ବ୍ୟତୀତ ଏହି ୧୫ଟି ଆପ୍‌ ମଧ୍ୟରେ ଜୁନ୍‌ରେ ବନ୍ଦ ହୋଇଥିବା ଲାଇଭ ଓ ପ୍ରୋଭର୍ସନ ସାମିଲ ଅଛି। ଏଥିସହ ଫଟୋ ଏଡିଟର ଆପ୍‌ AirBrush, short video, Meipai ଓ BoXxCAM ରହିଛି। ଏହି ଆପ୍‌ ଚୀନ୍‌ର Meitu କମ୍ପାନୀର ବୋଲି ଜଣାଯାଇଛି। ଏହି ତାଲିକାରେ ଇ-ମେଲ ଆପ୍‌ Net-Ease, Heroes War and SlidePlus ମଧ୍ୟ ରହିଛି। ଏଥିସହ Baidu Search ଓ Search Lite ର ନାଁ ମଧ୍ୟ ରହିଛି।

ଏଥି ମଧ୍ୟରୁ ଏୟାର ବ୍ରଶ, କପକଟ, ବକ୍ସକ୍ୟାମ୍‌ ଭଳି ଆପ୍‌ ପ୍ଲେ-ଷ୍ଟୋରରୁ ହଟାଇ ଦିଆସରିଲାଣି। ରିପୋର୍ଟରେ କୁହାଯାଇଛି ଯେ ସରକାର ଚାଇନିଜ୍‌ ଆପ୍‌ ଉପରେ ନଜର ରଖିଛନ୍ତି। ଯଦି କୌଣସି ଆପ୍‌ ନୂଆ ନାଁରେ ବି ଆସୁଛି ତେବେ ତାହାକୁ ତୁରନ୍ତ ବ୍ଲକ୍‌ କରିଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.