ଲଞ୍ଚ ହେଲା ଜବରଦସ୍ତ ପ୍ଲାନ୍, OTT ସବସ୍କ୍ରିପସନ୍ ସହ ମିଳିବ ୪୦୦୦ଜିବି ଡାଟା
ଭାରତ ଫାଇବର ୟୁଜରଙ୍କ ପାଇଁ BSNL ଏହି ପ୍ଲାନକୁ ଆରମ୍ଭ କରିଛି । ଅର୍ଥାତ ଏହି ପ୍ଲାନ ହେଉଛି ବ୍ରଡବ୍ୟାଣ୍ଡ ପ୍ଲାନ୍ ।

ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ଦୁଇଟି ନୂଆ ପ୍ଲାନ୍ ଲଞ୍ଚ କରିଛି । ଏହି ଦୁଇଟି ପ୍ଲାନରେ ଗ୍ରାହକମାନେ କମ୍ ମୂଲ୍ୟରେ ଅନେକ ସୁବିଧା ପାଇପାରିବେ । ଭାରତ ଫାଇବର ୟୁଜରଙ୍କ ପାଇଁ BSNL ଏହି ପ୍ଲାନକୁ ଆରମ୍ଭ କରିଛି । ଅର୍ଥାତ ଏହି ପ୍ଲାନ ହେଉଛି ବ୍ରଡବ୍ୟାଣ୍ଡ ପ୍ଲାନ୍ ।
BSNLର ଏହି ପ୍ଲାନଗୁଡ଼ିକରେ ଫାଇବର ବେସିକ୍ OTT ଏବଂ ଫାଇବର ବେସିକ୍ ସୁପର ସାମିଲ ରହିଛି । ସେଥିମଧ୍ୟରୁ ଫାଇବର ବେସିକ୍ OTT ପ୍ଲାନର ଦାମ୍ ୫୯୯ ଟଙ୍କା, ଯେଉଁଥିରେ ୭୫ Mbps ସ୍ପିଡ୍ ମିଳିବ । ସୁପର ପ୍ଲାନର ମୂଲ୍ୟ ୬୯୯ ଟଙ୍କା ଥିବାବେଳେ ଏଥିରେ ଗ୍ରାହକମାନେ ୧୨୫ Mbps ସ୍ପିଡ୍ ପାଇବେ ।
ବର୍ତ୍ତମାନ ଏହି ଦୁଇଟି ପ୍ଲାନର ଲାଭ ବିଷୟରେ କହିବାକୁ ଗଲେ, ଏହି ଦୁଇଟି ପ୍ଲାନ୍ ସମସ୍ତଙ୍କ ପାଇଁ ମିଳୁଛି । ଫାଇବର ବେସିକ୍ OTT ପ୍ଲାନରେ, ୪୦୦୦GB ଡାଟା ପ୍ରତି ମାସରେ ୭୫Mbps ସ୍ପିଡରେ ମିଳିବ । ଡାଟା ସରିଯିବା ପରେ ୟୁଜରମାନେ ୪Mbps ସ୍ପିଡରେ ଅନଲିମିଟେଡ୍ ଡାଟା ପାଇବେ ।
ଏହି ପ୍ଲାନରେ ୟୁଜରମାନେ ଡିସ୍ନି + ହଟଷ୍ଟାର ସୁପର ପ୍ଲାନ ଏବଂ ଅନଲିମିଟେଡ୍ କଲିଂର ସୁବିଧା ପାଇବେ । BSNL ର ଏହି ପ୍ଲାନ୍ ସମସ୍ତ ସର୍କଲର ଗ୍ରାହକଙ୍କ ପାଇଁ ମିଳୁଛି । ବର୍ତ୍ତମାନ ଫାଇବର ବେସିକ୍ ସୁପର ପ୍ଲାନ୍ ବିଷୟରେ କହିବାକୁ ଗଲେ, ଆପଣ ପ୍ରତି ମାସରେ ୧୨୫ Mbps ସ୍ପିଡରେ ୪୦୦୦GB ଡାଟା ପାଇବେ । ଡାଟା ସରିଯିବା ପରେ, ୮ Mbps ସ୍ପିଡ୍ରେ ଅନଲିମିଟେଡ୍ ଡାଟା ପାଇବେ ।