ଆରୋଗ୍ଯ ସେତୁ ଆପରେ ଲଞ୍ଚ ହେଲା ନୂଆ ପ୍ରୋଗ୍ରାମ, ମିଳିବ ୧ଲକ୍ଷ ପୁରସ୍କାର

କରୋନା ସଂକ୍ରମଣ କନେକ୍ଟ ଟ୍ରେସିଂଗ ଆପ୍ ଆରୋଗ୍ଯ ସେତୁର ପ୍ରାଇଭେସିକୁ ନେଇ ଧମାଲ ସ୍ଷ୍ଟି କରିଛି। ଅନେକ ବଡ ବଡ ଏଥିକଲ ହ୍ଯାକର୍ସ ମଧ୍ଯ ଆନପ୍ ର ପ୍ରାଇଭେସି ଉପରେ ପ୍ରଶ୍ନ ଉଠାଇଛନ୍ତି କିନ୍ତୁ ଏହାପରେ ମଧ୍ଯ ପାଖାପାଖି ୪୧ ଦିନରେ ୧୦ କୋଟି ଲୋକ ଆରୋଗ୍ଯ ସେତୁ ଆପ୍ ହାଉନଲୋଡ କରିଛନ୍ତି। ଏହି ଆରୋଗ୍ଯ ସେତୁ ଆପ୍ ୧୨ଟି ଭାଷାରେ ଉପଲବ୍ଧ।

aarogya-setu-ସୂଚନା ମୁତାବକ ଆରୋଗ୍ଯ ସେତୁ ଆପକୁ ନେଇ ସରକାର ଏକ ସାମ୍ବାସଦିକ ସମ୍ମିଳନୀ ଆୟୋଜନ କରିଥିଲେ, ଯେଉଁଥିରେ ସରକାର ଘୋଷଣା କରିଛନ୍ତି ଆରୋଗ୍ଯ ସେତୁ ଆପର ଆଣ୍ଡ୍ରୋଏଡ୍ ଭର୍ସନକୁ ଓପନ ସୋର୍ସ କରିଦିଆଯାଇଛି। ସୂଚନା ମୁତାବକ ଆରୋଗ୍ଯ ସେତୁ ଆପର ୯୦ ପ୍ରତିଶତ ୟୁଜର୍ସ ଆଣ୍ଡ୍ରୋଏଡ୍ ୟୁଜର୍ସ। ସରକାର ଏହା ମଧ୍ଯ କହିଛନ୍ତି, ଆଜି ଅର୍ଥାତ ୨୬ ମେର ମଧ୍ଯ ରାତ୍ରୀ ପରେ ଆପର ସୋର୍ସ କୋଡ୍ ଉପଲବ୍ଧ କରାଯିବ। ଓପନ ସୌର୍ସ ହେବାର ଅର୍ଥ ହେଉଛି ଆରୋଗ୍ଯ ସେତୁରେ କଣ କଣ ସୂଚନା ରହିଛି ଏବଂ ଏହି ଆପ୍ ଆପଣଙ୍କ ଫୋନରେ କଣ କାମ କରୁଛି ଏହି ସମ୍ପର୍କରେ ଦୁନିଆର କୌଣସି ବି ଡେଭଲପର ଜାଣିପାରିବେ।

ଏକଲକ୍ଷ ଟଙ୍କାର ପୁରସ୍କାର ସହ ଲଞ୍ଚ ହେଲା ବଗ୍ ବାଉଣ୍ଟି ପ୍ରୋଗ୍ରାମ

aaroygasetu-appସରକାର ଏହି ଆପ୍ ରେ ବଗ୍କୁ ଖୋଜିବା ପାଇଁ ବଗ୍ ବାଉଣ୍ଟି ପ୍ରୋଗ୍ରାମ ମଧ୍ଯ ଲଞ୍ଚ କରିଛି, ଯାହା ଜରିଆରେ ଆରୋଗ୍ଯ ସେତୁ ଆପ୍ ରେ କୌଣସି ବଗ୍ ଖୋଜିବା ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ଏନେଇ ସରକାର ସମସ୍ତ ଡେବଲପର୍ସଙ୍କୁ କହିଛନ୍ତି, ଆପ୍ କୁ ନେଇ ଯଦି ମନରେ କିଛି ପ୍ରଶ୍ନ ରହିଛି କିମ୍ବା କୌଣସି ଉପଦେଶ ଚାହୁଁଛନ୍ତି ତେବେ ମଧ୍ଯ ଆପଣଙ୍କୁ ସ୍ବାଗତ।

ସରକାରଙ୍କ ପକ୍ଷରୁ ଏହାମଧ୍ଯ କୁହାଯାଇଛି ଆରୋଗ୍ଯ ସେତୁ ଆପ୍ ଦୁନିଆର ପ୍ରଥମ ସରକାରୀ ସପ୍ଟୱେୟର କିମ୍ବା ଆପ୍, ଯାହାକୁ ଓପନ ସୋର୍ସ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏହା ମଧ୍ଯ କୁହାଯାଇଛି ଆରୋଗ୍ଯ ସେତୁ ଆପ୍ ଜରିଆରେ ତିନି ହଜାର କରୋନା ହଟସ୍ପଟ ବିଷୟରେ ୩ ରୁ ୧୭ ଦିନ ପୂର୍ବରୁ ସନ୍ଧାନ ମିଳିପାରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.