ଆରଡି ବାବା ଆଖଣ୍ଡଳମଣିଙ୍କ ସାରିଲା ମଙ୍ଗନା: ସଂଧ୍ୟାରେ ସମ୍ପନ୍ନ ହେବ ଦେବ ଦମ୍ପତିଙ୍କ ବିବାହ

ଚାନ୍ଦବାଲି : ନିରାଡମ୍ବରେ ଆରମ୍ଭ ହୋଇଛି ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ ଉତ୍ସବ । ଶିବ ବିବାହ ପାଇଁ ପ୍ରଶାସନ ତରଫରୁ ପୀଠରେ ୧୪୪ ଧାରା ଜାରି କରାଯାଇଛି । ତେବେ ପ୍ରଶାସନର ସମସ୍ତ କଟକଣାକୁ ମାନି ସେବାୟତମାନେ ଏହି ଉତ୍ସବ ପାଳନ କରୁଛନ୍ତି । ତେବେ ରିତିନିତୀ ଅନୁସାରେ ସକାଳେ ବର କର୍ତ୍ତା ତପନ ପାଢୀ ହରଙ୍କୁ ନିଜ ଘରକୁ ଆଣି ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ କନ୍ୟା କର୍ତ୍ତା ଚନ୍ଦ୍ରମଣି ପାଢୀ ଗୌରୀଙ୍କୁ ମନ୍ଦିରରୁ ନିଜ ଘରକୁ ଆଣି ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିଛନ୍ତି ।

manganaଲକ ଡାଉନ କଟକଣା କାରଣରୁ ନିର୍ଦ୍ଦିଷ୍ଟ କିଛି ସେବାୟତମାନେ ଏହି କାର୍ଯ୍ୟ ସମାପନ କରିବେ ବୋଲି ଜଣାପଡିଛି । ସଂଧ୍ୟାରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଶିବ ବିବାହ ପାଇଁ ଆଜି ସକାଳୁ ଭୋର ସମୟରେ ପହୁଡ ଖୋଲା ହେବା ପରେ ପ୍ରଥମେ ମଙ୍ଗଳ ଆଳତୀ କରାଯାଇଥିଲା । ପରେ ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.