ସମ୍ବଲପୁର: ଆଜି ଶିବ ବିବାହ, ଲକ ଡାଉନ କଟକଣା ପାଇଁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ହେବ ମନ୍ଦିର ବେଢାରେ

ସମ୍ବଲପୁର: ଆଜି ହେଉଛି ଶିବ ବିବାହ । ଲକ ଡାଉନ ପାଇଁ କଟକଣା ମଧ୍ୟରେ ହେବ ସମସ୍ତ ମାଙ୍ଗଳିକ କାର୍ଯ୍ୟ । ସହରର ପ୍ରାୟ ସମସ୍ତ ଶିବ ମନ୍ଦିରରେ ବାହାଘର ପୂର୍ବର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରତି ବର୍ଷ ବିବାହ ଉତ୍ସବ କନ୍ୟା ଘରେ ହେଉଥିବା ବେଳେ ଚଳିତ ବର୍ଷ ମନ୍ଦିର ବେଢା ମଧ୍ୟରେ ଏହା ଅନୁଷ୍ଠିତ ହେବ ।

ପତ୍ରପେଣ୍ଡି ବା ଦେବନିମନ୍ତ୍ରଣ ଶେଷ ହୋଇଛି। ବହୁତ କମ୍ ଲୋକଙ୍କ ସମାଗମରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ବାଜା ରୋଷଣୀ, ନୃତ୍ୟ ଗୀତ, ବରଯାତ୍ରୀ ଆଦିକୁ ସମ୍ପୂର୍ଣ ବାରଣ କରାଯାଇଛି । ଯେଉଁଠି ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିଲା ସେଠାରେ ମାତ୍ର ହାତ ଗଣତି କେତେ ଜଣଙ୍କୁ ନେଇ ସମସ୍ତ କାର୍ଯ୍ୟ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି ।

ସମ୍ପୂର୍ଣ ବୈଦିକ ରୀତି ନୀତି ଅନୁସାରେ ନିର୍ଧାରିତ ଲଗ୍ନ ରେ ବିବାହ ଓ ପାଣିଗ୍ରହନ କାର୍ଯ୍ୟକ୍ରମ କରାଯିବ ବୋଲି ପୂଜକ କହିଛନ୍ତି । ସାମାଜିକ ଦୂରତା ବଜାୟ ରଖି ବର ନିମନ୍ତ୍ରଣ, ହସ୍ତଗଣ୍ଠି , ବରଣମାଳା ଓ ବିବାହ ଆଦି କାର୍ଯ୍ୟକ୍ରମ ମନ୍ଦିର ବେଢା ପରିସରରେ କରାଯିବ । ଥାଳଉଠା, ପତ୍ରପେଣ୍ଡି, ଦେବନିମନ୍ତ୍ରଣ ପରେ ବିବାହ ଓ ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଥାଏ।, ହେଲେ ଭକ୍ତ ଓ ଭଗବାନ ମଧ୍ୟରେ ପାଚେରୀ ହୋଇଛି କରୋନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.