Below header

ଏସି କିଣିବା ସମୟରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ହେବେ ନାହିଁ ହଇରାଣ

ଆପଣ ଜାଣିଛନ୍ତି ଯେ ଏବେ ଗ୍ରୀଷ୍ମ ପ୍ରବାହ ଆସିସାରିଛି। ଜାହାପାଇଁ ଅଧିକ ଲୋକ ଏବେ ଏସି କିଣିବାକୁ ଇଚ୍ଛା କରିବେ। ହେଲେ ଯେକୌଣସି ଜିନିଷ ମାର୍କେଟରୁ କିଣିବା, ସେଥିପାଇଁ ଆମକୁ ଏହା ବିଷୟରେ ଠିକ୍ ଭାବେ ଜାଣିବା ଦରକାର୍। ଏସି କିଣିବାବେଳେ ମଧ୍ୟ ପାଞ୍ଚଟି ଜିନିଷକୁ ଅଣଦେଖା କରିବା କଥା ନୁହେଁ। ଏହି ଜିନିଷ ଉପରେ ଧ୍ୟାନ ଦେଲେ, ଆପଣ ଲାଭରେ ରହିବ। ମାର୍ଚ୍ଚ ମାସ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ କିନ୍ତୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଦେଶର ଅନେକ ଅଞ୍ଚଳରେ ତାପମାତ୍ରା ୩୫-୩୮ ଡିଗ୍ରୀରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ବଜାରରେ ଏୟାର କଣ୍ଡିସନର (ଏସି) ଏବଂ କୁଲରର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଆପଣଙ୍କ ମଧ୍ୟରୁ ଅନେକ ଅଛନ୍ତି ଯେଉଁମାନେ ଏକ ଏୟାର କଣ୍ଡିସନର କିଣିବାକୁ ଚିନ୍ତା କରୁଛନ୍ତି, କିନ୍ତୁ ଏହାପୂର୍ବରୁ ଆପଣଙ୍କୁ କିଛି ଜିନିଷ ଉପରେ ଧ୍ୟାନ ଦେବା ଦରକାର। ନଚେତ୍ ପରେ ଆପଣଙ୍କୁ ସମସ୍ୟା ହୋଇପାରେ।

ତେବେ ଆସନ୍ତୁ ଜାଣିବା ଏହି ଗୁରୁତ୍ୟପୂର୍ଣ୍ଣ କଥା ଉପରେ

୧. ୫ ଷ୍ଟାର ମୂଲ୍ୟାୟନ:
ଏସି କିଣିବାବେଳେ, ୫ ଷ୍ଟାର ମୂଲ୍ୟାୟନ ବା ରାଙ୍କି ଦେଖିବା ଦରକାର। ଆପଣ ଯେତେ ଅଧିକ ରେଟେଡ୍ ଏସି କିଣିବେ, ସେତେ ଅଧିକ ବିଦ୍ୟୁତ୍ ସଞ୍ଚୟ ହେବ ଏବଂ ଆପଣଙ୍କର ଅଧିକ ଟଙ୍କା ମଧ୍ୟ
ଖର୍ଚ୍ଚ ହେବ ନାହିଁ। ତେଣୁ କେବଳ ଏସି ନୁହେଁ ଅନ୍ୟ ଯେକୌଣି ଇଲେକ୍ଟ୍ରୋନିକ ଜିନିଷ ଆପଣ କିଣୁଛନ୍ତି ସବୁ ଜିନିଷର ରେଟିଙ୍ଗ ଜାଣିବା ଦରକାର।

୨.ୱିଣ୍ଡୋ ଏବଂ ଡିଭାଇଡ AC:

ୱିଣ୍ଡୋ ଏସିକୁ ସବୁଠୁ ଭଲ ଏସି ବୋଲି କୁହାଯାଏ। ଯେହେତୁ ସେଗୁଡିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାରେ କୌଣସି ଅସୁବିଧା ହୁଏନାହିଁ, ଏହାକୁ ଆଣିବା ଦରକାର୍। କିନ୍ତୁ ସାମସଙ୍ଗ ପରି ଅନେକ ବଡ କମ୍ପାନୀଗୁଡିକ ୱିଣ୍ଡୋ ଏସି ତିଆରି କରିବା ବନ୍ଦ କରି ଦେଇଛନ୍ତି। ତେଣୁ ଆପଣ ଡିଭାଇଡ ଏସି କିଣି ପାରିବେ।

୩. ବିଗ୍ ହଲ ପାଇଁ ଷ୍ଟାଣ୍ଡିଂ ଏସି:

ଯଦି ଆପଣଙ୍କୁ ବଡ଼ କୋଠରୀ କିମ୍ବା ହଲ୍ ପାଇଁ ଏସି କିଣିବାକୁ ପଡିବ ତେବେ ଆପଣ ଫ୍ଲୋର୍ ଷ୍ଟାଣ୍ଡିଙ୍ଗ୍ ଏସି ଚୟନ କରିପାରିବେ। ଏହାକୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାରେ ମଧ୍ୟ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ, ଆପଣଙ୍କ ବଡ଼ ହଲ ଘର ମଧ୍ୟ ଥଣ୍ଡା ରହିବ। ଏହା ଆପଣଙ୍କ ଇଲେକ୍ଟ୍ରି ମଧ୍ୟ କମ୍ ଖର୍ଚ୍ଚ କରିବ।

୪.ଏସି ସାଇଜ:

ଏସିର ଆକାର ରୁମର ଆକାର ଉପରେ ନିର୍ଭର କରେ । ଆପଣ ଯେତେବେଳେ ବି ଏସି କିଣିବେ ରୁମର ଆକାର ଅନୁଯାୟୀ ଏସି କିଣନ୍ତୁ। ଉଦାହରଣ ସ୍ୱରୂପ, 1 ଟନ୍ କ୍ଷମତା ବିଶିଷ୍ଟ ଏସି 120 ବର୍ଗଫୁଟ ସ୍ଥାନ ଅନୁଯାୟୀ ଉପଯୁକ୍ତ ହେବ।

୫. ନନ୍ ଏସି ଫିଚର୍:

ଆଜିକାଲି, ବଜାରରେ ଏପରି ଏସି ମଧ୍ୟ ବିକ୍ରି ହେଉଛି ଯାହା ରୁମକୁ ଥଣ୍ଡା କରିବା ସହିତ ରୁମର ପ୍ରଦୂଷଣ ମଧ୍ୟ ସଫା କରୁଛି। ଏହା ବ୍ୟତୀତ, ଏମିତି ଏସି ମଧ୍ୟ ରହିଛି ଯାହାକି କୀଟପତଙ୍ଗକୁ ମଧ୍ୟ ମରୁଛି। ତେବେ ଯେଉଁ ଏସିର ଭଲ ଫିଚର୍ ରହିଛି ତାର ମୂଲ୍ୟ ମଧ୍ୟ ଅଧିକ ରହିଥିବ। ତେଣୁ ଆପଣ ଖାସ କରି ୫ ରୁ ୩ ଷ୍ଟାର ରେଟିଙ୍ଗ ଦେଖି ଏସି କିଣିବା ଦରକାର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.