ଏୟାରଟେଲ୍ ବନ୍ଦ କଲା ୪୯ ଟଙ୍କିଆ ରିଚାର୍ଜ ପ୍ଲାନ୍, ଏଣିକି କେତେ ଟଙ୍କା ଦେବାକୁ ପଡିବ ଜାଣନ୍ତୁ

ଟେଲିକମ୍ କମ୍ପାନୀ ଏୟାରଟେଲ୍ ନିଜ ପ୍ରିପେଡ୍ ପ୍ଲାନ୍ସରେ ପରିବର୍ତ୍ତନ କରିଛି । ତଦନୁସାରେ ପ୍ରାରମ୍ଭିକ ପ୍ଲାନର ଦାମରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଏୟାରଟେଲ୍ କହିଛି ଯେ ଏହି ବୃଦ୍ଧି ସହିତ ସେ ନିଜ ୪୯ ଟଙ୍କିଆ ପ୍ରାରମ୍ଭିକ ପ୍ରିପେଡ୍ ରିଚାର୍ଜ ବନ୍ଦ କରିଦେଇଛି । ଏବେ ଏୟାରଟେଲର ପ୍ରିପେଡ୍ ପ୍ୟାକ୍ ୭୯ ଟଙ୍କାର ସ୍ମାର୍ଟ ରିଚାର୍ଜରୁ ଆରମ୍ଭ ହେବ ଏବଂ ଗ୍ରାହକଙ୍କୁ ଦୁଇଗୁଣା ଡାଟା ସହିତ ୪ ଗୁଣା ଅବଧି ଆଉଟଗୋଇଂ ମିନିଟ୍ ମିଳିବ ।

ଏୟାରଟେଲ୍ କହିଛି ଯେ ଏହି ପରିବର୍ତ୍ତନ ଫଳରେ ଉତ୍ତମ କନେକ୍ଟିଭିଟି ସହିତ ଭଲ ନେଟୱର୍କର ସୁବିଧା ମଧ୍ୟ ମିଳିବ । ଏହି ପରିବର୍ତ୍ତନ ୨୯ ଜୁଲାଇରୁ ଲାଗୁ ହେବ । ଏୟାରଟେଲର ୭୯ ଟଙ୍କିଆ ପ୍ଲାନ ୬୪ ଟଙ୍କା ଟକଟାଇମ୍, ୨୦୦ ଏମବି ଡାଟା ଓ ୨୮ ଦିନର ବୈଧତା ସହିତ ଆସିଥାଏ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଏୟାରଟେଲର ସେୟାର ଆଜି ଦ୍ୱିପ୍ରହରେ ୫ ପ୍ରତିଶତ ବୃଦ୍ଧି ସହିତ ୫୬୯ ଟଙ୍କାରେ ପହଞ୍ଚି ଯାଇଛି । ଏୟାରଟେଲ୍ ଭାରତ ସମେତ ଦକ୍ଷିଣ ଏସିଆ ଓ ଆଫ୍ରିକାର ୧୮ ଦେଶରେ ୪୭.୧ କୋଟି ଗ୍ରାହକଙ୍କୁ କମ୍ୟୁନିକେସନ ସଲ୍ୟୁସନ୍ସ ଉପଲବ୍ଧ କରାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.