କ୍ରିକେଟ୍ ବିଶ୍ୱ କପ୍ ଦେଖିବା ପାଇଁ ଏୟାରଟେଲ୍ ଏବଂ ଜିଓର ସ୍ପେଶାଲ୍ ଅଫର୍
ଏୟାରଟେଲ୍ ଏବଂ ଜିଓ ନିଜ ୟୁଜର୍ସମାନଙ୍କ ପାଇଁ ନୂଆ ଇଣ୍ଟରନେଟ୍ ପ୍ଲାନ୍ ଆଣିଛନ୍ତି । ଯାହାଦ୍ୱାରା ୟୁଜର୍ସମାନେ ଲାଇଭ୍ ମ୍ୟାଚ୍ର ମଜା ନେଇପାରିବେ ।
ଭାରତରେ କ୍ରିକେଟ ବିଶ୍ୱ କପ୍ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ସମଗ୍ର ବିଶ୍ୱର ଅନେକ ଟିମ୍ ଭାଗ ନେବେ । ଏହି ବିଶ୍ୱ କପ୍ର ଅଧିକତର ମ୍ୟାଚ୍ ଭାରତରେ ହେବାକୁ ଯାଉଛି ଏବଂ ଅନ୍ୟ କିଛି ମ୍ୟାଚ୍ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ । ଏଭଳି ପରିସ୍ଥିତିରେ ଦେଶର ଦୁଇ ମୁଖ୍ୟ କମ୍ପାନୀ ଏୟାରଟେଲ୍ ଏବଂ ଜିଓ ନିଜ ୟୁଜର୍ସମାନଙ୍କ ପାଇଁ ନୂଆ ଇଣ୍ଟରନେଟ୍ ପ୍ଲାନ୍ ଆଣିଛନ୍ତି । ଯାହା ଦ୍ୱାରା ସେମାନେ ଲାଇଭ୍ ମ୍ୟାଚ୍ର ମଜା ନେଇପାରିବେ ।
ଏୟାରଟେଲ୍ ଇଣ୍ଟରନେଟ୍ ପ୍ଲାନ୍ :
ଏୟାରଟେଲ୍ ତରଫରୁ ୯୯ ଟଙ୍କାର ଏକ ସ୍ପେଶାଲ୍ ପ୍ଲାନ୍ ଆରମ୍ଭ କରାଯାଇଛି । ଏହି ପ୍ଲାନ୍ରେ ଆପଣଙ୍କୁ ଦୁଇ ଦିନ ପାଇଁ ଅନଲିମିଟେଡ୍ ଡାଟାର ସୁବିଧା ମିଳିବ । ଏହା ସହିତ ୪୯ ଟଙ୍କାରେ ୧ଦିନ ପାଇଁ ୬ ଜିବି ଡାଟା ଦିଆଯିବ । ଆପଣ ଯଦି ସ୍ପେଶାଲ୍ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଚାହୁଁଛନ୍ତି, ତେବେ ସେହି ଦିନ ପାଇଁ ଅନଲିମିଟେଡ୍ ଡାଟାର ସୁବିଧା ଉପଭୋଗ କରିପାରିବେ । ଏହା ବ୍ୟତୀତ ଆପଣ ଏୟାରଟେଲ୍ର ଏକ୍ସଟ୍ରିମ୍ ବକ୍ସରେ ନିଜ ପ୍ରିୟ ଭାଷାରେ କ୍ରିକେଟ୍ ମ୍ୟାଚ୍ ଦେଖିପାରିବେ ।
ଜିଓ ଇଣ୍ଟରନେଟ୍ ପ୍ଲାନ୍ :
ଜିଓର ବେସିକ୍ ପ୍ଲାନ୍ ୩୨୮ ଟଙ୍କାରେ ଆସିଥାଏ । ଏଥିରେ ୨୮ ଦିନରେ ପ୍ରତିଦିନ ୧.୫ ଜିବି ଡାଟା ମିଳିଥାଏ । ଏହି ପ୍ଲାନ୍ରେ ୩ ମାସ ପାଇଁ ଡିଜନୀ ପ୍ଲସ୍ ହଟ୍ଷ୍ଟାରର ମୋବାଇଲ୍ ସବସ୍କ୍ରିପସନ୍ ଦିଆଯାଏ ।
ଏହା ବ୍ୟତୀତ ଜିଓ ତରଫରୁ ୭୫୮ ଟଙ୍କାର ପ୍ଲାନ୍ ଆରମ୍ଭ କରାଯାଇଛି । ଏଥିରେ ପ୍ରତିଦିନ ୧.୫ ଜିବିର ହାଇ୍ ସ୍ପିଡ୍ ଡାଟା ମିଳିଥାଏ । ଏହି ପ୍ଲାନ୍ରେ ମଧ୍ୟ ୩ ମାସ ପାଇଁ ଡିଜନୀ ପ୍ଲସ୍ ହଟ୍ଷ୍ଟାରର ମୋବାଇଲ୍ ସବସ୍କ୍ରିପସନ୍ ଦିଆଯାଏ ।
ଏହି ପରି ୩୮୮ ଏବଂ ୮୦୮ ଟଙ୍କାର ପ୍ଲାନ୍ରେ ପ୍ରତିଦିନ ୨ ଜିବିର ହାଇ୍ ସ୍ପିଡ୍ ଡାଟା ମିଳିଥାଏ । ୩୮୮ ଟଙ୍କାର ପ୍ଲାନ୍ ୨୮ ଦିନ ପାଇଁ ହୋଇଥିବା ବେଳେ ୮୦୮ ଟଙ୍କାର ପ୍ଲାନ୍ ୮୪ ଦିନ ପାଇଁ ହୋଇଥାଏ । ଏହା ସହିତ ଡିଜନୀ ପ୍ଲସ୍ ହଟ୍ଷ୍ଟାରର ମୋବାଇଲ୍ ସବସ୍କ୍ରିପସନ୍ ମିଳିଥାଏ ।