୪୯ ଟଙ୍କାରେ ପାଇପାରିବେ ୬ ଜିବି ଡାଟା

Airtel ଆଣିଛି ସବୁଠୁ ଶସ୍ତା ପ୍ରିପେଡ ପ୍ଳାନ! ମାତ୍ର ୪୯ ଟଙ୍କାରେ ପାଇପାରିବେ ୬ ଜିବି ଡାଟା, ଶୀଘ୍ର କରନ୍ତୁ ରିଚାର୍ଜ

ଯଦି ଆପଣ ଏୟାରଟେଲ ୟୁଜର, ତେବେ ଏହି ଖବର ଆପଣଙ୍କ ପାଇଁ.. ଏୟାରଟେଲ ଏବେ ନିଜ ପ୍ରିୟ ଗ୍ରାହକଙ୍କ ପାଇଁ ନେଇ ଆସିଛି ବଢ଼ିଆ ପ୍ଲାନ। ଏୟାରଟେଲ୍‌ ନିଜର ରିଚାର୍ଜ ପୋର୍ଟଫୋଲିଓରେ ଏକ ନୂଆ ପ୍ଲାନ୍‌ ଯୋଡ଼ିଛି। ଏହି ପ୍ଲାନ୍‌ ଏକ ଶସ୍ତା ଡାଟା ଭାଉଚର। କମ୍ପାନୀ ଏହାକୁ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଆଣିଛି। ଏୟାରଟେଲ ନୂଆ ପ୍ରିପେଡ ପ୍ଲାନ ଲଞ୍ଚ କରିଛି। ଯାହାକି ୬ଜିବି ଇଣ୍ଟରନେଟ ଡାଟା ପ୍ରଦାନ କରୁଛି। ଏହାସହ ସେହି ୟୁଜର୍ସଙ୍କ ପାଇଁ ଡାଟା ଭାଉଚର ରୂପରେ କାମ କରେ ଯାହାର ଡେଲି ଡାଟା ଲିିମିଟ ସରିଯାଇଥିବ। ଭୋଡ଼ାଫୋନ ଆଇଡ଼ିଆ ଦ୍ୱାରା ନିଜ ପ୍ରିପେଡ ୟୁଜର୍ସଙ୍କ ପାଇଁ ଏଭଳି ଡାଟା ଭାଉଚର ଲଞ୍ଚ କରାଯାଇଥିଲା। କିଛି ଦିନ ପରେ ଏବେ ଏୟାରଟେଲ ନିଜ ପ୍ରିୟ ୟୁଜର୍ସଙ୍କ ପାଇଁ ଏହି ନୂଆ ଡାଟା ପ୍ଳାନ ଅଫର କରୁଛି।

ଏୟାରଟେଲର ୪୯ ରିଚାର୍ଜରେ ଆପଣ ପାଇପାରିବେ ୬ଜିବି ଡାଟା। ତେବେ ଏହାର ଭାଲିଡିଟି ମାତ୍ର ଗୋଟିଏ ଦିନ ପାଇଁ ଅଛି। ନୂଆ ପ୍ରିପେଡ ପ୍ଲାନ ଭାଉଚର ଷ୍ଟାଣ୍ଡଲାଇନ ପ୍ଲାନ ନୁହେଁ ବରଂ ଏହା ଏକ ଆକ୍ଟିଭ ପ୍ଲାନ। କିନ୍ତୁ ଯଦି କେହି ୟୁଜର ଅଧିକ ଭାଲିଡିଟି ପ୍ଳାନ କୁ ନେବାକୁ ଚାହେଁ ତେବେ ୫୮ ଟଙ୍କା ପ୍ଲାନକୁ ଆପଣାଇପାରିବେ। ଏଥିରେ ଫାଇଦା ଉଠାଇପାରିବେ। ଏଥିରେ ୩ଜିବି ଡାଟା ଦିଆଯାଉଛି। ଏହା ମଧ୍ୟରେ ଏୟାରଟେଲ ଦେଶରେ ନିଜ ୫ଜି ନେଟଓ୍ଵାର୍କକୁ ଲାଗୁ କରିବାରେ ଏବେ ବ୍ୟସ୍ତ ଅଛି।

ଏବେ ଏୟାରଟେଲ ୩ ହଜାର ରୁ ଅଧିକ ସହରରେ ନିଜର ୫ଜି ଏନଏସ୍‌ଏ ନେଟଓ୍ଵାର୍କ ଆରମ୍ଭ କରୁଛି। ଟାର୍ଗେଟ ରହିଛି ଯେ ବର୍ଷ ଶେଷ ଭିତରେ ସେ ବଡ଼ ବଡ଼ ସହରରେ ଏହାକୁ ଇନଷ୍ଟଲ କରାଇବ। ଯଦି ଆପଣ ଏୟାରଟେଲ ୟୁଜର ଆଉ ୫ଜିର ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ୨୩୯ ଟଙ୍କା ରୁ ଅଧିକ ପ୍ଲାନ ନେବା ଜରୁରୀ। ଯଦି ଆପଣ ନିଜ ୪ଜି ଏୟାରଟେଲ ସିମ କାର୍ଡରେ ୫ଜି ନେଟଓ୍ଵର୍କ ଆକ୍ଟିଭେଟ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଏଥିପାଇଁ କିଛି କଷ୍ଟ କରିବାକୁ ପଡିବନାହିଁ। କାହିଁକିନା ଆଜି ଆମେ ଆପଣଙ୍କୁ ଏହାର ସଠିକ ତରିକା ବତାଇବୁ। ୫ଜି ସର୍ଭିସ ଆକ୍ଟିଭେଟ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ନିଜ ସ୍ମାର୍ଟଫୋନର ସେଟିଙ୍ଗକୁ ଯିବାକୁ ପଡିବ।

ଏବେ ଆପଣଙ୍କୁ ମୋବାଇଲ ନେଟଓ୍ଵର୍କ ଅପ୍ସନ ଉପରେ କ୍ଲିକ କରିବାକୁ ହେବ। ଏଠାରେ ଆପଣଙ୍କୁ ନେଟଓ୍ଵର୍କ ଅପ୍ସନ ମିଳିବ, ଯେଉଁଥିରେ ଆପଣଙ୍କୁ ୫ଜି ନେଟଓ୍ଵର୍କକୁ ସେଟ୍‌ କରିବାକୁ ହେବ। ଥରେ ଆପଣ ୫ଜି ନେଟଓ୍ଵର୍କକୁ ସିଲେକ୍ଟ କରିବେ ତ ଆପଣଙ୍କୁ ସ୍କ୍ରୀନର ଟପରେ ନେଟଓ୍ଵର୍କ ସାଇଡରେ ୫ଜି ଲୋଗୋ ଦେଖିବାକୁ ଲାଗିବ। ଯାହାପରେ ଆପଣ ବୁଝିଯିବେ ଯେ ଆପଣଙ୍କ ସ୍ମାର୍ଟଫୋନରେ ୫ଜି ନେଟଓ୍ଵର୍କ ଆକ୍ଟିଭେଟ୍‌ ହୋଇସାରିଛି। ଯେଉଁ ଜାଗାରେ ଆପଣ ଅଛନ୍ତି ସେଠାରେ ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ୫ଜି କନେକ୍ଟିଭିଟୀ ଅଫର କରାଯାଇ ସାରିଥିବ ତାହେଲେ ଆପଣ ୫ଜି ଇଣ୍ଟରନେଟ ଏବଂ ଅଡିଓ କଲ୍ସର ଲାଭ ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.