ଭାରତୀୟ ବାୟୁସେନାରେ ବମ୍ପର ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଗ୍ରାଜୁଏସନ କରିଥିଲେ ବାୟୁସେନାରେ ମିଳିବ ଚାକିରି । ଗ୍ରୁପ୍ ଏ ପଦବୀ ପାଇଁ ହେଉଛି ବମ୍ପର ନିଯୁକ୍ତି । ଆବେଦନ କରିବାର ଶେଷ ତାରିଖ ୩୦ ଜୁନ୍ ୨୦୨୩ ରହିଛି ।

ବାୟୁସେନାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ଇଚ୍ଛା ରଖିଛନ୍ତି, ତେବେ ଆବେଦନ କରନ୍ତୁ । ଇଣ୍ଡିଆନ ଏୟାରଫୋର୍ସ ତରଫରୁ ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ ବମ୍ପର ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ afcat.cdac.in କୁ ଯାଇ ଆବେଦନ କରିପାରିବେ । ଏଥିରେ ଆବେଦନ କରିବାର ଶେଷ ତାରିଖ ଜୁନ୍ ୩୦ ରହିଛି ।

ପଦବୀ ବିବରଣୀ : ୨୭୬

ଏହି ପଦବୀ ଗ୍ୟାଜେଟେଡ୍ ଅଫିସର ଗ୍ରୁପ ଏ ପଦ ସାମିଲ ରହିଛି ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁନ୍ ୩୦, ୨୦୨୩ ରହିଛି ।

ଜରୁରୀ ଯୋଗ୍ୟତା : ଏହି ଭର୍ତ୍ତି ମାଧ୍ୟମରେ ଆବେଦନ କରିବାକୁ ଇଚ୍ଛୁକ ଥିବା ମାନ୍ୟତାପ୍ରାପ୍ତ ବୋର୍ଡ/ବିଶ୍ବବିଦ୍ୟାଳୟ ଅନୁସାରେ ଇଣ୍ଟରମିଡିଏଡ/ଗ୍ରାଜୁଏସନ/ ବିଇ/ବିଟେକ/ସିଏ/ସିଏଫଏ/ସିଏସ୍/ସିଏମଏ ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ଅତିକମରେ ୨୦ ବର୍ଷ ଏବଂ ସର୍ବାଧିକ ବୟସ ୨୬ ବର୍ଷ ହେବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଅନଲାଇନ ଏୟାରଫୋର୍ସ କମନ ଆଡମିଶନ ଟେଷ୍ଟ (AFCAT) ଆୟୋଜନ କରାଯିବ । ଏଥିପାଇଁ ପରୀକ୍ଷା ୨୫/୨୬/୨୭ ଅଗଷ୍ଟ ୨୦୨୩ ଆୟୋଜିତ ହେବ । ପରୀକ୍ଷାରେ ସଫଳ ହେବା ପରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

ଆବେଦନ ଶୁଳ୍କ : ଏହି ପଦବୀରେ ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ୨୫୦ ଟଙ୍କା ଦେବାକୁ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ତା’ ପରେ ହୋମ ପେଜରେ ଥିବା ଭର୍ତ୍ତି ପାଇଁ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।

ରେଜିଷ୍ଟ୍ରେସନ କରିବା ପରେ ଆବେଦନ ପ୍ରକ୍ରିୟା ପାଇଁ କ୍ଲିକ୍ କରନ୍ତୁ।

ଫର୍ମ ପୂରଣ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।

ଏହାପରେ ଫର୍ମ ସବିମିଟ୍ କରିଦିଅନ୍ତୁ।

ଶେଷରେ ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :

https://afcat.cdac.in/AFCAT/assets/images/news/Jun23/English_Notification_AFCAT_02-2023.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.