ମାର୍କେଟକୁ ଆସିବ ଗଜବ ଡିସପ୍ଲେ iPhone, ଭାଙ୍ଗିଲେ ନିଜେ କରିବ ସ୍କ୍ରିନ ରିପାୟରିଂ

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଗୁଡିକ ଜଣେ ଜଣଙ୍କୁ କଡା ଟକ୍କର ଦେବା ପାଇଁ ନୂଆ ଏବଂ ଆଡଭାନ୍ସ ଟେକନେଲୋଜିର ହ୍ୟାଣ୍ଟସେଟସ୍ ଲଞ୍ଚ କରୁଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ଆପଲ ବି ଏକ ଖାସ୍ ଫୋନ ଆଣିବା ପ୍ରସ୍ତୁତିରେ। ଆପଲ ଆଇଫୋନର ଏହି ଖାସ୍ ଫୋନର ସ୍କ୍ରିନ କୌଣସି ଛୋଟ ମୋଟ ସ୍କ୍ରାଚକୁ ନିଜେ ନିଜେ ରିପାୟର କରିନେବ। ଆପଲ ଇନସାଇଡରର ଏକ ରିପୋର୍ଟ ଅନୁଯାୟୀ ଆପଲ ନିକଟରେ ଏହି ଖାସ୍ ଅଟୋମେଟିକ ଡିସପ୍ଲେ ରିପାୟର ଟେକ୍ନୋଲୋଜି ଫୋଲଡେବଲ ଆଇଫୋନର ପେରେଣ୍ଟ ଫାଇଲ କରିଛି।
ରିପୋର୍ଟରୁ ଜଣାଯାଇଛି ଯେ ଏହି ଟେକ୍ନୋଲୋଜି ସାହାଯ୍ୟରେ ଆପଲ ଏହି ଫୋଲଡେବଲ ଆଇଫୋନର ଡିସପ୍ଲେ ନର୍ମାଲ ଓ୍ଵୟାର ଆଣ୍ଡ ଟିୟର ସହିତ ସ୍କ୍ରାଚ ଏବଂ ଡେଣ୍ଟକୁ ବି ନିଜେ ନିଜେ ଠିକ କରିପାରିବ। ଗତ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ଫୋଲଡେବଲ ଫୋନକୁ ଖାସ ଢ଼ଙ୍ଗରେ ଡିଜାଇନ କରିଛି। ଏହା ଦୁଇ ଡିସପ୍ଲେ ବିଶିଷ୍ଟ ହେବା ପରେ ମଧ୍ୟ ଏହି ଫୋନକୁ ଓପନ କଲେ ଏହା ସିଙ୍ଗଲ ସ୍କ୍ରିନ ଫୋନ ଭଳି ଲାଗିବ।
ଆପଲର ଏହି ‘Self Healing’ ଫୋଲଡେବଲ ଆଇଫୋନକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। କମ୍ପାନୀ ଏହାକୁ ନିଜର ଫୋଲଡେବଲ ଫୋନ୍ସର ଫାଷ୍ଟ ଜେନେରେସନ ସହ ଲଞ୍ଚ କରିବନାହିଁ। ଏମିତି ଏଥିପାଇଁ କୁହାଯାଉଛି କାରଣ କମ୍ପାନୀ ପୂର୍ବରୁ ହିଁ ସାମସଙ୍ଗ ଡିସପ୍ଲେ ପାଇଁ ବଡ ଅର୍ଡର ଦେଇଛି ଏବଂ ଏହାର ସାମ୍ପଲ୍ କମ୍ପାନୀକୁ ଅତିକମରେ ଗୋଟେ ବର୍ଷ ପାଇର୍ ମିଳିବାକୁ ଲାଗିବ।
ସାମସଙ୍ଗ ଆପଲ ଗତ କିଛି ବର୍ଷ ଠାରୁ OLED ଡିସପ୍ଲେ ସପ୍ଲାଏ କରୁଛି। ସେହିପରି ସାମସଙ୍ଗ ଫୋଲଡେବଲ ଡିସପ୍ଲେ ମାର୍କେଟର ଲିଡର ହେବା ସହିତ ଏବେ ଏହି ଡିସପ୍ଲେ ପ୍ରଡକସନକୁ ବଢ଼ାଇ ପ୍ରତି ବର୍ଷ ୧ କୋଟି ୟୁନିଟ କରିବାକୁ ଯାଉଛି। ଯଦି କହିବା ଆପଲ ଫୋଳଡେବଲ ଆଇଫୋନ ବିଷୟରେ ତ ଏହା ଆସନ୍ତା ବର୍ଷ ଲଞ୍ଚ ହେବ।