ମୟୂରଭଞ୍ଜ: କରୋନା ଭୟକୁ ଖାତିର ନକରି ଚାଲିଥିଲା ଫୁଟବଲ ମ୍ୟାଚ ସାଙ୍ଗକୁ ଜୁଆଖେଳ, ଚଢାଉ ବେଳେ ପୋଲିସକୁ ଆକ୍ରମଣ କଲେ ଜୁଆଡି

କରଞ୍ଜିଆ(କେନ୍ୟୁଜ୍): କରୋନାର ନାହିଁ ଡର! ଖାତିର ନକରି ଚାଲିଥିଲା ଯଶୀପୁର ଥାନା ଜାଉଁରୀପୋଷି ଗାଁରେ ଫୁଟବଲ ମ୍ୟାଚ ସାଙ୍ଗକୁ ଜୁଆଆଡ୍ଡା। କୌଣସି ସୂତ୍ରରୁ ଖବର ପାଇ ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲା ଯଶୀପୁର ପୋଲିସ।ଯାହାକୁ ନେଇ କିଛି ଜୁଆଡି ପୋଲିସ ଉପରେ ପାଲଟା ଆକ୍ରମଣ କରିଥିଲେ। ଫଳରେ ଯଶୀପୁର ଥାନାର ୩ ଜଣ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ବେଳେ ୮ ଜଣକୁ ଗିରଫ କରିବା ସହିତ ୫୦ ଜଣକ ନାଁ ରେ ମାମଲା ରୁଜୁ କରିଯାଇଛି । ଏନେଇ ସୂଚନା ଦେଇଛନ୍ତି ଯଶୀପୁରଥାନାଧିକାରୀ।
ସେହିପରି ମିଳିଥିବା କିଛି ଭିଡିଓ ଫୁଟେଜକୁ ଆଧାର କରି ଆଉ କିଛି ଜୁଆଡିଙ୍କୁ ଧରିବା ପାଇଁ ଯଶୀପୁର ପୋଲିସ ତଦନ୍ତକୁ ଜୋରଦାର କରୁଥିବାର ସୂଚନା ଦେଇଛନ୍ତି ଥାନାଧିକାରୀ। ଗତକାଲି ଅପରାହ୍ନରେ ସମୟ ରେ ଏହି ଭଳି ପରିସ୍ଥିତି ସୃଷ୍ଟି ହେଇଥିଲା ।