ଆସନ୍ତା କାଲି ହେବାକୁ ଯାଉଛି iPhone 11 ସିରିଜର ଲଂଞ୍ଚିଙ୍ଗ ଇଭେଣ୍ଟ, ଜାଣନ୍ତୁ କଣ ରହିଛି ଫିଚର୍ସ ଓ ଏପରି ଦେଖନ୍ତୁ ଲାଇଭ ଇଭେଣ୍ଟ

ଦୁନିଆର ପ୍ରମୁଖ ଟେକ କମ୍ପାନୀ ଆପଲ(Apple) ସେପ୍ଟେମ୍ବର ୧୦ ତାରିଖରେ ଆଇଫୋନ 11 (Apple Iphone 11)ଲଞ୍ଚ କରିବାକୁ ଯାଉଛି । Apple Iphone 11ର ଲଂଚିଙ୍ଗ ସ୍ଟିବ ଜବ୍ସ ଥିଏଟରରେ କରାଯିବ । ଲଂଚିଙ୍ଗ ଇଭେଣ୍ଟକୁ ଆପଣ ଏହାର ଅଫିସିଆଲ ୟୁଟୁବ ଚ୍ୟାନେଲରେ ମଧ୍ୟ ଦେଖିପାରିବେ ।

Image result for apple-iphone-11-series-launching-on-10th-september-know-features-and-how-to-watch-live

ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୦ରେ ହେବାକୁ ଥିବା ଇଭେଣ୍ଟରେ ଆଇଫୋନ 11 ସିରିଜର ତିନୋଟି ଆଇଫୋନ ଲଞ୍ଚ ହେବାର ସମ୍ଭାବନା ରହିଛି । ସେଗୁଡିକ ହେଲା Iphone 11 Max Pro, Iphone 11 R ଏବଂ Iphone 11 । ଏହା ପୂର୍ବରୁ କମ୍ପାନୀ ଆଇଫୋନ XR, ଆଇଫୋନ XS ଓ ଆଇଫୋନ XS ମ୍ୟାକ୍ସକୁ ଲାଞ୍ଚ କରିଥିଲା ।

Image result for apple-iphone-11-series-launching-on-10th-september-know-features-and-how-to-watch-live

Iphone 11 ସିରିଜରେ ରହିବ ଏହି ଖାସ କ୍ୟାମେରା

Image result for apple-iphone-11-series-launching-on-10th-september-know-features-and-how-to-watch-live

ଦୀର୍ଘ ସମୟ ପରେ ଆପଲ ନିଜର ଆଇଫୋନରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଛି । ଏଥର କମ୍ପାନୀ ଆଇଫୋନ 11ରେ ଚାରିକୋଣିଆ ସେପର ରିୟର କ୍ୟାମେରା ଦେଇଛି ଯେଉଁଥିରେ ଟ୍ରିପଲ କିମ୍ବା ଡୁଆଲ କ୍ୟାମେରା ସେଟଅପ ହୋଇପାରିବ । ଆପଲ ଆଇଫୋନ 11ରେ ଓଏଲଇଡ଼ି କିମ୍ବା ଏଲସିଡ଼ି ଡ଼ିସପ୍ଲେ ଉପଲବ୍ଧ ରହିବ । ଏହାସହିତ ବଢିଆ ପର୍ଫରମାନ୍ସ ପାଇଁଜ A13 ପ୍ରୋସେସର ମିଳିପାରେ । ଏହା ବ୍ୟତୀତ ଲୋକ ମାନଙ୍କୁ ନୂଆ ଆଇଫୋନରେ ଲାଟେଷ୍ଟ ସିକ୍ୟୁରିଟି ଫିଚର୍ସ ମଧ୍ୟ ମିଳିବ ।

ରିଭର୍ସ ଚାର୍ଜିଙ୍ଗ

Image result for reverse charging in iphone 11

ଆପଲ ଆଇଫୋନ 11ରେ ସାମସଙ୍ଗ ଭଳି ରିଭର୍ସ ଚାରଜିଙ୍ଗ ଫିଚର ମଧ୍ୟ ମିଳିବ । ଏହି ଫିଚର ଦ୍ୱାରା ଆଇଫୋନ ୟୁଜର ମାନେ ଅନ୍ୟ ଫୋନ ଏବଂ ଇଅରପଡ଼ ଭଳି ଗ୍ୟାଜେଟ ମଧ୍ୟ ଚାର୍ଜ କରିପାରିବେ । କମ୍ପାନୀ ଆପଲ ଆଇଫୋନ 11ରେ 5G କନେକ୍ଟିଭିଟି ଦେବ ନାହିଁ ବୋଲି ଅନେକ ରିପୋର୍ଟରେ ଦାବି କରାଯାଇଛି ।

3D ଟଚ ଫିଚର

Image result for 3d touch in iphone

ଆପଲ ଆଇଫୋନ 11 ସିରିଜରେ ଆଇଫୋନ 10 ଭଳି 3D ଟଚ ଫିଚର ମିଳିବ ନାହିଁ । ଏକ ରିପୋର୍ଟ ଅନୁଯାୟୀ ଆପଲ ପୂର୍ବରୁ ଲଞ୍ଚ ହୋଇଥିବା ଆଇଫୋନ ଗୁଡିକରେ ପ୍ରେସର ସେନସିଟିଭ ଇଣ୍ଟରଫେସ ଦେଇଥିଲା କିନ୍ତୁ ବର୍ତ୍ତମାନ ସେ ଏହି ଫିଚରକୁ ବନ୍ଦ କରିବାକୁ ଯାଉଛି । ଏହା ସ୍ଥାନରେ ସେ ଇନ-ଡ଼ିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଦେଇପାରେ ।

ଲଞ୍ଚ ଇଭେଣ୍ଟର ସମୟ ଏବଂ ସମ୍ଭାବିତ ଦର

Image result for apple iphone 11

ଏହାସହ ପଢନ୍ତୁ ସ୍ମାର୍ଟଫୋନ ପାଇଁ ମହିଳା ମାନଙ୍କ ବେକରେ ଦେଖାଦେଉଛି ଏହି ସମସ୍ୟା, ଗବେଷଣାରୁ ଜଣାପଡିଲା ଏପରି ଆଶ୍ଚର୍ଯ୍ୟକର ତଥ୍ୟ

ଆପଲ ଆଇଫୋନ 11 ସିରିଜର ପ୍ରାଥମିକ ଦର ୧,୦୧,୯୯୦ ଟଙ୍କା ରହିପାରେ । ଆଇଫୋନ11 ସିରିଜର ଲଂଚିଙ୍ଗ ଇଭେଣ୍ଟ ଭାରତୀୟ ସମୟାନୁସାରେ ରାତି ପ୍ରାୟ ୧୦.୩୦ ମିନିଟରେ ଆରମ୍ଭ ହେବ । ଯଦି ଆପଣ ମଧ୍ୟ ଆପଲର ଲାଇଭ ଇଭେଣ୍ଟ ଦେଖିବାକୁ ଚାଁହୁଛନ୍ତି ତାହେଲେ ଏହାକୁ ଅଫିସିଆଲ ୱେବସାଇଟ ଏବଂ ୟୁଟୁବ ଚ୍ୟାନେଲରେ ମଧ୍ୟ ଦେଖିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.