ଏବେ ଆପଣଙ୍କ ଘରକୁ ଆସି ଆଇଫୋନ୍‌ ଓ ଲାପ୍‌ଟପ ସଜାଡ଼ିିବ Apple!

ଯଦି ଆପଣ ଭାବୁଥାଆନ୍ତି, ମୋବାଇଲ୍‌ ସର୍ଭିସ୍‌ ସେଣ୍ଟରରେ ଆପଣଙ୍କ ସମୟ ବର୍‌ବାଦ ହେଉଛି କିମ୍ବା ଆପଣ ସର୍ଭିସ୍‌ ସେଣ୍ଟର ଯିବାକୁ ଚାହୁଁନାହାନ୍ତି, ତା’ହେଲେ ଏହି ଖବର ଖାସ୍‌ ଆପଣମାନଙ୍କ ପାଇଁ। କାରଣ, ଏବେ ଟେକ୍ନୋଲୋଜି କମ୍ପାନୀ ‘Apple’ ହୋମ୍‌ ସର୍ଭିସ୍‌ ଘୋଷଣା କରିଛି, ଯାହାର ଅର୍ଥ ହେଉଛି Apple ଏବେ ଘର ଘର ଯାଇ ଆଇଫୋନ୍‌, ଆଇପ୍ୟାଡ୍‌, ଲାପ୍‌ଟପ ଓ ମ୍ୟାକ୍‌ବୁକ ଆଦିକୁ ରିପେୟାର୍‌ କରିବ।

a2

Appleର ସପୋର୍ଟ ପେଜ୍‌ରେ ଦିଆଯାଇଥିବା ସୂଚନା ମୁତାବକ, Appleର ଅଫିସିଆଲ୍‌ ଇଞ୍ଜିନିୟର ଆପଣଙ୍କ ଘରକୁ ଆସି ଗେଜେଟ୍‌କୁ ରିପେୟାର କରିବେ। ଯଦି କମ୍ପାନୀର କୌଣସି ପ୍ରଡକ୍ଟକୁ ନେଇ ଆପଣଙ୍କର ଅଭିଯୋଗ ରହିଛି, ତା’ହେଲେ ଆପଣଙ୍କୁ ଏକ ଛୋଟିଆ କାମ କରିବାକୁ ପଡ଼ିବ। Appleର ସପୋର୍ଟ ପେଜ୍‌କୁ ଯାଇ ପ୍ରଡକ୍ଟକୁ ସିଲେକ୍ଟ କରିବାକୁ ହେବ। ଏହାପରେ ଆପଣ ସମସ୍ୟା ବିଷୟରେ ଜଣାଇପାରିବେ।

Appleର ଏହି ନୂଆ ସର୍ଭିସ୍‌ ବର୍ତ୍ତମାନ ଶିକାଗୋ, ଡାଲାସ୍‌, ହଷ୍ଟନ୍‌, ଲସ୍‌ ଏଞ୍ଜେଲସ୍‌ ଏବଂ ସେନ୍‌ ପ୍ରାନ୍ସିସ୍କୋରେ ଉପଲବ୍ଧ ଅଛି। ଆଶା ରହିଛି, ଏହା ଖୁବ୍‌ଶୀଘ୍ର ଅନ୍ୟ ଦେଶଗୁଡ଼ିକରେ ଲାଗୁ ହେବ।

a3

କହି ରଖୁଛୁ, ଦୁଇ ବର୍ଷ ପରେ Apple ବର୍ତ୍ତମାନ ଭାରତୀୟ ବଜାରରେ ନିଜର ସବୁଠାରୁ ଖାସ୍‌ ସ୍ମାର୍ଟ ସ୍ପୀକର ହୋମ୍‌ପ୍ୟାଡ୍‌ ଲଞ୍ଚ୍‌ କରିଛି। ୨୦୧୭ରେ କମ୍ପାନୀ ଏହି ସ୍ମାର୍ଟ ସ୍ପୀକରକୁ ବିଶ୍ୱସ୍ତରରେ ପରିଚିତ କରାଇଥିଲା। କିନ୍ତୁ ସେହି ସମୟରେ ଏହାକୁ ଭାରତରେ ଲଞ୍ଚ୍‌ କରାଯାଇ ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.