କରୋନା ଭାଇରସ୍‌ ସନ୍ଦେହରେ କଟକ SCBରେ ଆଉ ଜଣଙ୍କୁ ଭର୍ତ୍ତି କରାଯାଇଛି

କେନ୍ଯୁଜ୍: କମୁନି କରୋନା ଭାଇରସ୍‌। ଚୀନ୍‌ରେ ନେଲାଣି ୪୯୦ ମୁଣ୍ଡ। ୨୪ଘଣ୍ଟାରେ ୬୫ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରାନ୍ତ ହୋଇଛନ୍ତି ୨୦ହଜାରରୁ ଅଧିକ । କରୋନାକୁ ବିଶ୍ୱ ସଙ୍କଟ ଭାବେ ଘୋଷଣା କରିଛି WHO। ସେପଟେ ଓଡ଼ିଶାରେ ଥମୁନି କରୋନା ଭୟ। କଟକ SCBରେ କରୋନା ଭାଇରସ୍‌ ସନ୍ଦେହରେ ଆଉ ଜଣଙ୍କୁ ଭର୍ତ୍ତି କରାଯାଇଛି। ଯୁବକ ଜଣକ ହଂକଂରେ ଚାକିରୀ କରୁଥିଲେ। ସେ ସେଠାରୁ କୌଣସି କାର୍ଯ୍ୟରେ ଚୀନ୍‌ ଯାଇଥିଲେ। ଜାନୁଆରୀ ୨୫ରେ ସେ ଚୀନ୍‌ରୁ ଫେରିଥିଲେ। ଏହାପରେ ଯୁବକ ଜଣକ ଥଣ୍ଡା ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ତେବେ କରୋନା ସନ୍ଦେହରେ ତାଙ୍କୁ SCB କରୋନା ୱାର୍ଡରେ ଭର୍ତ୍ତି କରାଯାଇ ରକ୍ତ ନମୁନା ସଂଗ୍ରହ ପରେ ପରୀକ୍ଷା ପାଇଁ ପଠାଯାଇଛି। ଅନ୍ୟପଟେ ଚୀନ୍‌ ଫେରନ୍ତା ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.