ଇନଷ୍ଟାଗ୍ରାମରେ ରିଲ୍ ବନେଇବା ହେବ ଆହୁରି ସହଜ: ଆସିଲା ୩ଟି ନୂଆ ମ୍ୟୁଜିକ ଇଫେକ୍ଟ

ଫେସବୁକର ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀ ଇନଷ୍ଟାଗ୍ରାମ ତାର ବ୍ୟବହାରକାରୀ ମାନଙ୍କୁ ମ୍ୟୁଜିକ ବେସ୍ଡ ଭଲ ଏକ୍ସପେରିଏନ୍ସ ଓ ସ୍କ୍ରିମ ଲିରିକ୍ସ ଉପଲବ୍ଧ କରାଇବା ପାଇଁ ଅଟୋମେଟିକ ଭାବେ ସାହାଯ୍ୟ କରୁଥିବା ୩ଟି ନୂଆ ଇଫେକ୍ଟ ଲଞ୍ଚ କରିଛି। ସୁପର ବିଟ, ଡାଏନେମିକ୍ସ ଲିରିକ୍ସ ଓ 3d ଲିରିକ୍ସର ନୂଆ ଇଫେକ୍ଟ ୟୁଜର୍ସମାନଙ୍କୁ ରିଲ୍ରେ ମ୍ୟୁଜିକ ଓ ଏଆର ଇଫେକ୍ଟ ପକାଇବାରେ ସାହାଯ୍ୟ କରିବ।

ସୁପରବିଟ ୟୁଜରମାନଙ୍କ ଦ୍ୱାରା ବଛାଯାଇଥିବା ମ୍ୟୁଜିକ୍ରେ ଆକର୍ଷକ ଭିଜୁଆଲ ଏଡିଟକୁ ଅଟୋମେଟିକ ଲାଗୁ କରିଥାଏ । ଡାଏନେମିକ୍ସ ଲିରିକ୍ସ ଓ 3d ଲିରିକ୍ସ ମ୍ୟୁଜିକରେ ଲିରିକ୍ସକୁ ଆଣିଥାଏ ଯାହାଦ୍ୱାରା ୟୁଜର୍ସମାନେ ମ୍ୟୁଜିକ ସହିତ ପରଫର୍ମ କରିପାରିବେ।

ଆସନ୍ତୁ ଜାଣିବା କିପରି ବ୍ୟବହାର କରିବା ନୂଆ ଫିଚର

-ପ୍ରଥମେ ରିଲ୍ସ କ୍ୟାମେରା ଅନ କରନ୍ତୁ
-ପୁଣି ଇଫେକ୍ଟ /ଟ୍ରି ଗ୍ୟାଲେରିକୁ ଓପନ କରନ୍ତୁ
-ଏହାପରେ ଆପଣଙ୍କୁ ବୁଷ୍ଟେଡ ସୁପରବିଟ ଓ ଡାଏନେମିକ୍ସ ଲିରିକ୍ସ ଇଫେକ୍ଟ ଦେଖାଯିବ
-ସୁପର ବିଟ/ଡାଏନେମିକ୍ସ ଲିରିକ୍ସ/3d ଲିରିକ୍ସ ମଧ୍ୟରୁ ଗୋଟିଏ ବାଛନ୍ତୁ।
-ଗୋଟିଏ ଗୀତ ବାଛିବା ପାଇଁ ମ୍ୟୁଜିକ ପିକର ବ୍ୟବହାର କରନ୍ତୁ।
-ଏହାପରେ ରିଲ୍ସ ରେକର୍ଡିଂ ଆରମ୍ଭ କରନ୍ତୁ
-ଆପରେ ଏକାସହିତ ୨ଟି ଇଫେକ୍ଟର ବ୍ୟବହାର କରିହେବ। ଇନଷ୍ଟାଗ୍ରାମ ଆସନ୍ତା ଦ୍ୱିତୀୟ ସପ୍ତାହରେ ଡାଏନେମିକ ପାଇଁ 3d ଲିରିକ୍ସ ବୁଷ୍ଟ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.