Below header

ଆରୋଗ୍ୟ ସେତୁ ଆପରେ ଆସିଲା ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ନୂଆ ଫିଚର

କରୋନା ସଂକ୍ରମିତଙ୍କ ବାବଦରେ ସୂଚନା ଦେଉଥିବା ଆରୋଗ୍ୟ ସେତୁ ମୋବାଇଲ ଆପ “ଆରୋଗ୍ୟ ସେତୁ ଆପ”ରେ ଏବେ ଏକ ନୂଆ ଫିଚର ସାମିଲ କରାଯାଇଛି । ଯାହା ଦ୍ୱାରା କମ୍ପାନୀ ମାନେ ନିଜ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିପାରିବେ । ଏହି ନୂଆ ଫିଚରର ବିଶେଷତା ହେଉଛିକି, “ଓପନ ଏପିଆଇ ସର୍ଭିସ” ନାମକ ଏହି ଫିଚର ସାହାଯ୍ୟରେ କର୍ମଚାରୀମାନେ ଡାଟା ବ୍ୟବହାର କରୁଥିବା ସମୟରେ ସେମାନଙ୍କ ଗୋପନୀୟ ତଥ୍ୟ ପ୍ରଘଟ ହେବ ନାହିଁ । କେନ୍ଦ୍ର ଆଇଟି ମନ୍ତ୍ରାଳୟ ଶନିବାର ଆରୋଗ୍ୟ ସେତୁ ଆପରେ କରାଯାଇଥିବା ଏହି ପରିବର୍ତ୍ତନ ବାବଦରେ ସୂଚନା ଦେଇଛନ୍ତି । ମନ୍ତ୍ରାଳୟ ଅନୁଯାୟୀ, ଏହି ନୂଆ ସର୍ଭିସ ସାହାଯ୍ୟରେ କରୋନା ମାନକ ପାଳନ କରି ଦେଶର ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ପୂର୍ବବସ୍ଥାକୁ ଫେରେଇ ଅଣା ଯାଇପାରିବ ।

୫୦ରୁ ଅଧିକ କର୍ମଚାରୀ ଥିବା ସଂସ୍ଥାନ ଗୁଡିକ ଏହି ନୂଆ ଫିଚରର ଲାଭ ଉଠାଇ ପାରିବେ । କିନ୍ତୁ ଏହି କମ୍ପାନୀ ଗୁଡିକର ପଞ୍ଜିକରଣ ଭାରତରେ ହିଁ ହୋଇଥିବା ନିହାତି ଆବଶ୍ୟକ । ଏହା ସହ କମ୍ପାନୀ ମୁଖ୍ୟ ମାନେ ୟୁଜର୍ସ ମାନଙ୍କ “ରିୟଲ ଟାଇମ” ସ୍ୱାସ୍ଥ୍ୟ ରିପୋର୍ଟ ଯେକୌଣସି ସମୟରେ ବି ଦେଖିପାରିବେ । କିନ୍ତୁ ଏଥିପାଇଁ ସେମାନଙ୍କୁ ସେତୁ ଆପ ୟୁଜର୍ସ ମାନଙ୍କ ଅନୁମତି ନେବାକୁ ହେବ । ମନ୍ତ୍ରାଳୟ ତରଫରୁ ଆହୁରି ମଧ୍ୟ ସୂଚନା ଦିଆଯାଇଛିକି, ଅନୁମତି ମିଳିବା ପରେ ହିଁ “ଓପନ ଅପିଆଇ ସର୍ଭିସ” ଉପଯୋଗ କରୁଥିବା କମ୍ପାନୀ ଆରୋଗ୍ୟ ସେତୁ ସ୍ଟାଟସ ସହ ନାମ ଦେଖିପାରିବେ । ଏହି ସର୍ଭିସର ଉପଯୋଗ କରିବା ପାଇଁ openapi.aarogyasetu.gov.inକୁ ଡାଉନଲୋଡ଼ କରିବାକୁ ହେବ । ଏହାବାଦ ମନ୍ତ୍ରାଳୟ ତରଫରୁ ଦାବି କରାଯାଇଛିକି, ଏହି ଆପକୁ ସର୍ବାଧିକ ସଂଖ୍ୟାରେ ଡାଉନଲୋଡ଼ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.