ଏବେ କରୋନା ଚିକିତ୍ସା ଖୋଜିବାରେ ଲାଗି ପଡିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)

ଭୟଙ୍କର କରୋନା ଭାଇରସର ଚିକିତ୍ସା ଖୋଜିବା ପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନେ ଲାଗି ପଡିଛନ୍ତି । ତେବେ ବର୍ତ୍ତମାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସହାୟତାରେ ମଧ୍ୟ କରୋନା ପାଇଁ ଚିକିତ୍ସା ଖୋଜାଯାଉଛି । ଭାରତବାସୀଙ୍କ ସମେତ ଅନୁସନ୍ଧାନକାରୀ ଦଳ ଏଆଇ ବ୍ୟବହାର କରି ଏହିପରି ଶହ ଶହ ଭାଇରସର ଔଷଧ ଚିହ୍ନଟ କରିବାରେ ନିୟୋଜିତ ଅଛନ୍ତି ।

ଆମେରିକାର କାଲିଫର୍ନିଆ ୟୁନିଭର୍ସିଟିର ପ୍ରଫେସର ଆନନ୍ଦ ଶଙ୍କର ରୟ କହିଛନ୍ତି ଯେ କରୋନା ସଂକ୍ରମଣର ଚିକିତ୍ସା କିମ୍ବା ଏହାକୁ ରୋକିବା ପାଇଁ ଭ୍ୟାକସିନ ବାହାର କରିବାର ଏକ ଜରୁରୀ ଆବଶ୍ୟକତା ରହିଛି । ଏହିଭଳି ଔଷଧ ଖୋଜିବା ପାଇଁ ଆମେ AIର ବ୍ୟବହାର କରି ଏକ ନୂଆ ସିଷ୍ଟମ ବିକଶିତ କରିଛୁ । ଯାହାଦ୍ୱାରା ଅନେକ ସମ୍ଭାବ୍ୟ ଔଷଧ ଚିହ୍ନଟ କରାଯାଇପାରିବ ।

ବର୍ତ୍ତମାନ ଭାଇରସ ତୁଳନାରେ ଟିକା ଆସିବା ପାଇଁ ଅନେକ ମାସ ଲାଗିପାରେ । ତେଣୁ ନୂତନ ଔଷଧର ସନ୍ଧାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗବେଷକ ଆନନ୍ଦ କହିଛନ୍ତି ଯେ ଏହି ସମୟରେ ଅତିରିକ୍ତ ଔଷଧ କିମ୍ବା ଛୋଟ ମଲିକ୍ୟୁଲସ ଗୁଡିକର ବହୁତ ଚାହିଦା ରହିଛି । ଯାହା ଶରୀରରେ କରୋନା ଜୀବାଣୁ ପ୍ରବେଶକୁ ରୋକିବାରେ ପ୍ରଭାବଶାଳୀ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.