ପିସା ମିନାର ଠାରୁ ବି ଅଧିକ ଢଳି ହୋଇ ରହିଛି କାଶୀର ରତ୍ନେଶ୍ବର ମନ୍ଦିର, ଜାଣନ୍ତୁ କାହିଁକି?

ଲିନିଂଗ ଟାୱାର୍ ଅଫ୍ ପିସା ହେଉଛି ଇଟାଲୀରେ ଅବସ୍ଥିତ ଏକ ଚମତ୍କାର ସ୍ଥାପତ୍ୟ | ଏହି ବିଲଡିଂ ଏହାର ମୂଳଦୁଆଠାରୁ ୪ ଡିଗ୍ରୀ ଢଳି ହୋଇ ରହିଛି | ପ୍ରାୟ ୫୪ ମିଟର ଉଚ୍ଚତା ବିଶିଷ୍ଟ ପିସା ମିନାର, ଢଳି ରହିଥିବା କାରଣରୁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ| କିନ୍ତୁ ଆଜି ଆମେ ଆପଣଙ୍କୁ ଉତ୍ତରପ୍ରଦେଶର ବାରଣାସୀରେ ଅବସ୍ଥିତ ପିସା ଟାୱାରରୁ ଏକ ସୁନ୍ଦର ମନ୍ଦିର ବିଷୟରେ ଜଣାଇବୁ, ଯାହା ବାରଣାସୀର ମାଣିକର୍ଣ୍ଣିକା ଘାଟ ସମ୍ମୁଖରେ ଅବସ୍ଥିତ। ଏହି ମନ୍ଦିରକୁ ରତ୍ନେଶ୍ୱର ମନ୍ଦିର କୁହାଯାଏ |

ରତ୍ନେଶ୍ୱର ମନ୍ଦିର ଏହାର ମୂଳଦୁଆରୁ ୯ ଡିଗ୍ରୀ ଢଳି ହୋଇ ରହିଛି ଏବଂ ଏହାର ଉଚ୍ଚତା ୧୩.୧୪ ମିଟର | ଏହି ମନ୍ଦିରର ବାସ୍ତୁକଳା ଅତ୍ୟନ୍ତ ଅଲୌକିକ | ଶହ ଶହ ବର୍ଷ ଧରି ଏହି ମନ୍ଦିର ଗୋଟିଏ ପାର୍ଶ୍ୱକୁ ଢଳି ରହିଛି। ଏହି ମନ୍ଦିର ବିଷୟରେ ଅନେକ ପ୍ରକାର କାହାଣୀ ପ୍ରଚଳିତ | କିନ୍ତୁ ଆଜି ବି ଏହା ରହସ୍ୟମୟ ବିଷୟ ଯେ ପଥରରେ ନିର୍ମିତ ଏହି ଓଜନ ବିଶିଷ୍ଟ ମନ୍ଦିର କିପରି ବଙ୍କା ହୋଇ ଶହ ଶହ ବର୍ଷ ଧରି ଠିଆ ହୋଇଛି |

ratneswara templeବାରାଣାସୀର ଗଙ୍ଗା ଘାଟରେ ସମସ୍ତ ମନ୍ଦିର ଉପରମୁଣ୍ଡରେ ନିର୍ମିତ ହୋଇଛି, କିନ୍ତୁ ରତ୍ନେଶ୍ୱର ମନ୍ଦିର ମଣିକର୍ଣ୍ଣିକା ଘାଟ ତଳେ ନିର୍ମାଣ କରାଯାଇଛି | ଘାଟ ତଳେ ଏହି ମନ୍ଦିର ରହିଥିବାରୁ ବର୍ଷର ଛଅ ମାସରୁ ଅଧିକ ସମୟ ଗଙ୍ଗା ଜଳରେ ବୁଡ଼ି ରହିଥାଏ। ବନ୍ୟା ପରିସ୍ଥିତିରେ ନଦୀର ଜଳ ମଧ୍ଯ ମନ୍ଦିରର ଶିଖରରେ ପହଞ୍ଚିଯାଏ। ସ୍ଥାନୀୟ ପୁରୋହିତଙ୍କ କହିବା ଅନୁଯାୟୀ, ଏହି ମନ୍ଦିରରେ କେବଳ ଦୁଇ ତିନି ମାସରେ ହିଁ ପୂଜା -ପାଠ ହୋଇଥାଏ।

ଅହିଲ୍ଯାବାଇ ହୋଲ୍କରଙ୍କ ଦାସୀ ନିର୍ମିତ କରିଥିଲେ ଏହି ମନ୍ଦିର:

ratneswra 2ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ରାଣୀ ଅହିଲ୍ଯାବାଇ ହୋଲ୍କର ବାରଣାସୀରେ ଅନେକ ମନ୍ଦିର ଏବଂ କୁଣ୍ଡ ନିର୍ମାଣ କରିଛନ୍ତି। ତାଙ୍କ ଶାସନ କାଳରେ ତାଙ୍କ ଦାସୀ ରତ୍ନା ବାଇ ମଣିକର୍ଣ୍ଣିକା ଘାଟ ସମ୍ମୁଖରେ ଏକ ଶିବ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଏହି ମନ୍ଦିର ନିର୍ମାଣ କରିଥିଲେ। ପରେ ସେହି ଦାସୀଙ୍କ ନାମ ଅନୁସାରେ ହିଁ ଏହି ମନ୍ଦିରର ନାମ ରତ୍ନେଶ୍ବର ରଖାଗଲା |

ମନ୍ଦିର ବିଷୟରେ ପ୍ରଚଳିତ କିମ୍ବଦନ୍ତୀ:

ratneswara3ରତ୍ନେଶ୍ୱର ମନ୍ଦିରକୁ ଅନେକ କାହାଣୀ ପ୍ରଚଳିତ। ସ୍ଥାନୀୟ ଲୋକମାନେ ଏହାକୁ କାଶୀ କରୱଟ କହିଥାନ୍ତି। ସେହିଭଳି କିଛି ଲୋକମାନେ ଏହାକୁ ମାତୃଋଣ ମନ୍ଦିର କହିଥାନ୍ତି। କିଛି ଲୋକମାନେ ନିଜ ମା’ ଙ୍କୁ ଋଣ ରୁ ଅଋଣ ହେବା ପାଇଁ ଏହି ମନ୍ଦିରର ନିର୍ମାଣ କରିଥିଲେ କିନ୍ତୁ ଏହି ମନ୍ଦିରଟି ନିର୍ମାଣ କରିବା ସମୟରେ ବଙ୍କା ହୋଇଗଲା । ଏଭଳି ପରିସ୍ଥିତିରେ କୁହାଯାଇଛି ମା’ ଋଣ ଠାରୁ କେବେ ବି ଅଋଣ ଅର୍ଥାତ ଋଣ ମୁକ୍ତ ହୋଇ ପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.