ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନ ଯୁଦ୍ଧରେ ସଂଘର୍ଷ କରିଚାଲିଛନ୍ତି ଗୀତାଞ୍ଜଳି, ଅଚଳ ଗୋଡରେ ବି ଉଠାଉଛନ୍ତି ପରିବାରର ବୋଝ

ଯାଜପୁର: ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନ ଯୁଦ୍ଧରେ ହାରିଯାଇ ନାହାନ୍ତି । ଶିକ୍ଷାଗତ ଯୋଗ୍ୟତା ହାସଲ କରି ଜୀବନ ସହ ସଂଘର୍ଷ କରୁଛନ୍ତି । ଆମେ କହୁଛୁ ଯାଜପୁର ଜିଲ୍ଲା ଧର୍ମଶାଳା ବକ୍ଲ କଦମପାଳର ଗ୍ରାମର ଦିବ୍ୟାଙ୍କ ଯୁବତୀ ଗୀତାଞ୍ଜଳିଙ୍କ କଥା । ପିଲାଟୁ ଦିନରୁ ସେ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥିଲେ ମଧ୍ୟ ଗ୍ରାଜୁଏସନ ପାଠ ପଢିବା ସହିତ ସିଟି ଟ୍ରେନିଂ ସାରିଛନ୍ତି । କରୋନା ସମୟରେ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢାଇ ଦୁଇ ପଇସା ରୋଜଗାର କରୁଥିବା ଗୀତାଞ୍ଜଳି ଏବେ ଟ୍ୟୁସନ କରି ପରିବାର ପ୍ରତିପାଷଣ କରୁଛନ୍ତି ।

gitaଯାଜପରୁ ଜିଲ୍ଲା ଧର୍ମଶାଳା ବକ୍ଲ କଦମପାଳ ଗ୍ରାମର ଯୁବତୀ ଗୀତାଞ୍ଜଳି । ପିଲାଟି ବେଳୁ ଦିବ୍ୟାଙ୍ଗ । ପୋଲିଓରେ ଆକ୍ରାନ୍ତ ହେବା ଯୋଗୁଁ ତାଙ୍କର ଦୁଇଟି ଗୋଡ ଅଚଳ ହୋଇପଡିଛି । ହେଲେ ସେ ଜୀବନ ଯୁଦ୍ଧରେ ହାରି ଯାଇ ନାହାନ୍ତି । ସ୍କୁଲ ଶିକ୍ଷା ସମାପ୍ତ କରି କଲେଜରେ ପାଠ ପଢି ଗ୍ରାଜୁଏସନ ଶେଷ କରିବା ସହିତ ସିଟି ପାସ କରିଛନ୍ତି । ହେଲେ ଚାକିରି ନମିଳିବାରୁ ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢାଇ ଦୁଇ ପଇସା ରୋଜଗାର କରୁଥିଲେ । ତେବେ କରୋନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିଛନ୍ତି ସରକାର । ଏବେ ବାଧ୍ୟ ହୋଇ ଗାଁ ପିଲାଙ୍କୁ ଟ୍ୟୁସନ ପଢାଇ ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ପ୍ରତିପୋଷଣ ହେଉଛି ।

gitanjaliପୂର୍ବରୁ ଏକ ସଡକ ଦୁର୍ଘଟଣାରେ ଗୀତାଞ୍ଜଳିଙ୍କ ବଡଭାଇ ଆରପାରିକି ଚାଲିଯାଇଥିବା ବେଳେ ଲକଡାଉନ ସମୟରେ ଦିନ ମଜୁରିଆ ବାପା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଛନ୍ତି । ଘରେ ଏବେ ରୋଗୀଣା ମା ସହ ଝିଅ ଗୀତାଞ୍ଜଳି କଷ୍ଟରେ ଦିନ କାଟୁଛନ୍ତି । ପିଲାଙ୍କୁ ଟ୍ୟୁସନ ପଢାଇବା ଲାଗି ଗୀତାଞ୍ଜଳଙ୍କୁ ପ୍ରତ୍ୟେକ ଦିନ ଘରୁ ତିନି କିଲୋମିଟର ଦୂରକୁ ଯିବାକୁ ପଡୁଛି । ଗୀତାଞ୍ଜଳିଙ୍କ ସମ୍ପର୍କୀୟ ଭାଇ ତାଙ୍କୁ ସ୍କୁଟିରେ ବସାଇ ନେବା ଆଣିବା କରୁଛନ୍ତି । ଅନେକ ସମୟରେ ତାଙ୍କୁ ମିଳିଥିବା ତିନିଚକିଆ ସାଇକେଲ ମଧ୍ୟ ବ୍ୟବହାର କରୁଛନ୍ତି । ଗୀତାଞ୍ଜଳି ମାସିକ ୭ଶହ ଟଙ୍କା ଭିନ୍ନକ୍ଷମ ଭତା ପାଉଥିବା ବେଳେ ମାଙ୍କୁ ରାସନ କାର୍ଡେର ମିଳୁଛି ଚାଉଳ ।

ଗୀତାଞ୍ଜଳିଙ୍କ ମା କିଡନୀ ରୋଗରେ ଆକ୍ରାନ୍ତ ଥିବାରୁ ତାଙ୍କ ଔଷଧ ପତ୍ରରେ ଅନେକ ଟଙ୍କା ଖର୍ଚ୍ଚ ହେଉଛି । ଯାହାଫଳରେ ପରିବାର ଚଳିବା କଷ୍ଟକର ହୋଇପଡୁଛି । ତେବେ ଏଭଳି ଜଣେ ଶିକ୍ଷିତ ଅସହାୟ ଦିବ୍ୟାଙ୍ଗକୁ ସରକାରୀ ଚାକିରୀଟିଏ ଯୋଗାଇ ଦେବା ଲାଗି ଗ୍ରାମବାସୀମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.