ସୁଶାନ୍ତଙ୍କୁ ନ୍ୟାୟ ଦେବା ଅଭିଯାନରେ ସାମିଲ ହେଲେ ସୁରଜ ପାଞ୍ଚୋଲି, ପୋଷ୍ଟ ସେୟାର କରି କହିଲେ…

ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଏଥିସହ କେସ୍‌ରେ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ଇତି ମଧ୍ୟରେ ଏହି ମାମଲାରେ ସିବିଆଇ ତଦନ୍ତର ଦାବିକୁ ନେଇ ବଲିଉଡ୍‌ ଷ୍ଟାର ମଧ୍ୟ ସୋସିଆଲ ମିଡିଆରେ ଅଭିଯାନ ଆରମ୍ଭ କରିଦେଇଛନ୍ତି। ଏହି ଅଭିଯାନରେ କଙ୍ଗନା ରାଣାଓ୍ଵତ୍‌, ବରୁଣ ଧଓ୍ଵନ୍‌, ମୌନି ରୟ, କୃତି ସନନଙ୍କ ପରେ ଏବେ ସୁରଜ ପଞ୍ଚୋଲି ମଧ୍ୟ ସାମିଲ ହୋଇଛନ୍ତି। ସୁରଜ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଷ୍ଟୋରୀ ସେୟାର କରିଛନ୍ତି।

sushanta

ଏହି ଷ୍ଟୋରୀରେ ସେ ଲେଖିଛନ୍ତି ‘ମୁଁ ବି ପ୍ରାର୍ଥନା କରୁଛି ଓ ଆଶା କରୁଛି ଯେ ସୁଶାନ୍ତଙ୍କ ପରିବାର ଏହି କେସ୍‌ରେ ଯାହା ଚାହୁଁଛନ୍ତି ତାହା ମିଳୁ। ସେମାନେ ପ୍ରକୃତରେ ଏହି କେସ୍‌ରେ ସିବିଆଇ ଯାଞ୍ଚର ହକ୍‌ଦାର। ଏହା ତାଙ୍କ ପାଇଁ ଏମିତିରେ ବି ଏକ ଲମ୍ବା ଲଢ଼େଇ ରହିଛି। ସେମାନେ ଜାଣିବାକୁ ଚାହୁଁଛନ୍ତି କ’ଣ ହୋଇଥିଲା ଓ ଏହା ସାରା ଦୁନିଆ ବି ଜାଣିବାକୁ ଚାହୁଁଛି।#CBIForSSR

suraj

ସୂଚନାଯୋଗ୍ୟ ଯେ ସୁରଜ ପାଞ୍ଚୋଲିଙ୍କ ନାମ ଏହି କେସ୍‌ରେ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟାନଙ୍କ ସାଙ୍ଗ ଭାବେ ସାମ୍ନାକୁ ଆସିଛି। ସୁଶାନ୍ତ ଓ ଦିଶାଙ୍କ ମୃତ୍ୟୁ ପଛରେ ସୁରଜଙ୍କ ହାତ ଥିବା କୁହାଯାଉଛି। ମାତ୍ର ସୁରଜ ନିଜ ବୟାନରେ କହିଛନ୍ତି ସୁଶାନ୍ତଙ୍କୁ ସେ କେବଳ ଜଣେ ଅଭିନେତା ଭାବେ ଜାଣିଛନ୍ତି। ସେମାନେ କେବେ ବି ଦେଖା ହୋଇନାହାନ୍ତି। କେବଳ ଏତିକି ନୁହେଁ ସୋମବାର ରାତିରେ ସୁରଜ ଏକ ମାମଲା ମଧ୍ୟ ରୁଜୁ କରାଇଥିଲେ ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ତାଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ଫେସ୍‌ବୁକ, ଟ୍ଵିଟର ଓ ଇନ୍‌ଷ୍ଟାଗ୍ରାମ୍‌ରେ ଲୋକମାନେ ତାଙ୍କୁ ବଦନାମ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.