ଚାଲିବୁଲି ପାରୁଥିବା ଘର, ଏଥିରେ ରହିଛି ବେଡରୁମ୍‌ ଠାରୁ ଆରମ୍ଭ କରି କିଚେନ

କରୋନା ପାଇଁ ଏବେ ସମେସ୍ତ ଘରେ ଗୃହବନ୍ଦୀ । ବୁଲିବାକୁ ଇଚ୍ଛା ଥିଲେ ବି ଯାଇ ହେଉନାହିଁ । ତେବେ ଏବେ ଏମିତି ଏକ ଘର ଚର୍ଚ୍ଚାକୁ ଆସିଛି । ଯେଉଁ ଘରେ ରହିଲେ ବି ଆପଣ ଯାଇପାରିବେ ମାଇଲ ମାଇଲ୍ ଦୂର ବାଟ । ଯୁଆଡେ ଇଚ୍ଛା ପାରିବେ । ଏମିତି ଏକ ଘର ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି ।

ସୋସିଆଲ ମିଡିଆରେ ୧ ଲକ୍ଷ ଟଙ୍କାର ଏକ ଘରର ଫଟୋ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଘରର ସବୁଠୁ ଖାସ୍ କଥା ହେଉଛି ଯେ ଏହି ଘର ଯୁଆଡେ ଇଚ୍ଛା ସିଆଡେ ଯାଇପାରିବ । ଅର୍ଥାତ୍‌ ଏହି ଘର ଚାଲିପାରିବ । ଏହି ଘର ଏକ ଅଟୋ ରିକ୍ସାକୁ ମୋଡିଫାଏ କରି ତିଆରି କରାଯାଇଛି। ଘରଟିକୁ ତିଆରି କରିଛନ୍ତି ତାମିଲନାଡୁର ୨୩ ବର୍ଷୀୟ ଅରୁଣ ପ୍ରଭୁ।

 

View this post on Instagram

 

Super stoked to finally reveal a project that has been in the works! SOLO 01. A stunning, utilitarian design of a Portable / Detachable housing system. This ingenious small space design transforms a customized 3 wheeler into a comfy Mobile home / Commercial space.We’ve maximized the total 6’x6’ to give you value that isn’t minimalist but fully utilitarian.The concept is the fruit of research into actual needs; we’ve outwitted complex challenges with simple solutions. Unveiling our first prototype ! As Clare Booth said “Simplicity is the ultimate sophistication” #thebillboardscollective #billboards #tinyarchitecture #portablehouse #autorickshawhouse #desicaravan #compactliving #slumhousing #smallscalearchitecture #india #architecture #design #sustainable #nomad #hippies #affordablefashion #vanlife #vanlifediaries #vanlifeindia #campervan #autolife #vanlifecamper #vanlifejournal #vanlifedistrict

A post shared by The BILLBOARDS® Collective. (@the.billboards.collective) on

ଏହି ଅଟୋରେ ବେଡରୁମ୍, ଲିଭିଂ ରୁମ୍, କିଚେନ୍ ସହିତ ଟୟଲେଟ୍ ମଧ୍ୟ ଅଛି । ଏହି ଘରେ ଦୁଇଜଣ ଲୋକେ ଆରାମରେ ରହିପାରିବେ । ଛାତ ଉପରେ ବସି ଖୋଲା ପବନ ମଧ୍ୟ ଖାଇପାରିବାର ବ୍ୟବସ୍ଥା ରହିଛି ।

home 2

୩୬ ବର୍ଗଫୁଟ୍‌ରେ ନିର୍ମାଣ ହୋଇଥିବା ଏହି ଘରେ ୨୫୦ ଲିଟର ପାଣି ଟାଙ୍କି ଓ ୬୦୦ ଓ୍ବାଟ୍‌ରେ ସୋଲାର ପ୍ୟାନେଲ୍ ରହିଛି । ଏହା ସହିତ ଘରର କବାଟ ସହିତ ଉପର ଛାତକୁ ଯିବା ପାଇଁ ସିଡି ମଧ୍ୟ ରହିଛି । ଏହି ଘରଟିକୁ ରିସାଇକେଲିଂ ଜରିଆରେ ନିର୍ମାଣ କରାଯାଇଛି । ପ୍ରାୟ ୫ ମାସ ଲାଗିଥିଲା ଏହି ଘରଟିକୁ ତିଆରି କରିବା ପାଇଁ । ଏହି ଘରେ କବାଟ ଓ ଉପରେ ଛାତ ଉପରକୁ ଯିବା ପାଇଁ ସିଢି ମଧ୍ୟ ରହିଛି। ବାଙ୍ଗାଲୁରୁର ଡିଜାଇନ୍ ଓ ଆର୍କିଟେକ୍ କମ୍ପାନୀ ବିଲବୋର୍ଡ ସହିତ ମିଶି କରି ଅରୁଣ ଏହି ଘରକୁ ପ୍ରସ୍ତୁତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.