Below header

Asus ଭାରତରେ ଲଞ୍ଚ କରିଛି ଡବଲ ସ୍କ୍ରୀନର ଲାପଟପ୍‌, ଜାଣନ୍ତୁ ଦାମ ଏବଂ ଫିଚର୍ସ

ଫେଷ୍ଟିଭ୍ ସିଜନରେ ଆସସ୍ ନିଜର ଫ୍ଲାଗସିପ ଲାପଟପ Asus Zenbook Pro Duoକୁ ଭାରତରେ ଲଞ୍ଚ କରିଛି। କମ୍ପାନୀ ZenBook Pro Duo (UX581)କୁ ୨,୦୯,୯୯୦ ଲକ୍ଷ ଟଙ୍କା ଏବଂ ZenBook Duo (UX481) ୮୯,୯୯୦ ହଜାର ଟଙ୍କା ଦାମରେ ଲଞ୍ଚ ହୋଇଛି। Asus ZenBook Pro Duoକୁ ମାର୍କେଟରେ ଫୁଲ୍‌-ଲେଙ୍ଗଥ୍ ଆସସ୍ ସ୍କ୍ରୀନପ୍ୟାଡ୍ ପ୍ଲସ ସହିତ ଲଞ୍ଚ କରାଯାଇଛି। ଯାହା 4K UHD OLED ଡିସପ୍ଲେରେ କାମ କରୁଛି। ସେହିପରି ଏଥିରେ ୧୯୨୦p ASUSScreenPad Plus ଦିଆଯାଇଛି ଏବଂ ମେନ୍ 1080p FHD LCD ଡିସପ୍ଲେ ସହିତ କାମ କରୁଛି।

ଡିସପ୍ଲେ

ଜେନବୁକ୍ ପ୍ରୋ ଡୁଓରେ 4K UHD NanoEdge OLED HDR ଡିସପ୍ଲେ ମିଳିଥାଏ ଏବଂ ଏଥିରେ ଫ୍ରେମଲେସ୍ ଡିଜାଇନ୍ ରହିଛି, ଏହାସହିତ ଲାପଟପ୍ ଅଲଟ୍ରା-ସ୍ଲିମ ରହିଛି। ଅନ୍ୟପଟରେ ଜେନବୁକ ଡୁଓ 1080p full HD NanoEdge display , ୪ ସାଇଡ୍ ଫ୍ରେମଲେସ୍ ଡିଜାଇନ୍ ରହିଛି। ଏହି ଦୁଇ ସ୍କ୍ରୀନ ମଧ୍ୟରୁ ଗୋଟିଏ ସ୍କ୍ରୀନ ଲାରପଟପର କିବୋର୍ଡ ପାଖରେ ରହିଛି। ଏହି ସ୍କ୍ରୀନ ଗୋଟିଏ ଏଜରୁ ଅନ୍ୟ ଏଜ ପର୍ଯ୍ୟନ୍ତ ରହିଛି।

laptopZenbook Pro Duo ଦୁଇ ସ୍କ୍ରୀନ ୪କେ ରିଜ୍ୟେଲୁଶନକୁ ସପୋର୍ଟ କରିଥାଏ। ଲାପଟପର ସ୍ପେସିଫିକେସନ କଥା କହିଲେ ଏଥିରେ Intel Core i9-9980HK processor ଏବଂ GeForce GTX 2060 ଦିଆଯାଇଛି। ଏହାର ପ୍ରାଇମେରୀ ଡିସପ୍ଲେ ୧୫.୬ ଇଞ୍ଚ ଏବଂ ସେକେଣ୍ଡାରୀ ଡିସପ୍ଲେ ୧୪ ଇଞ୍ଚର ରହିଛି। ଲାପଟପରେ 8/16/32 GB DDR4 2666MHz ରାମ ଅପସନ ରହିଛି ଏବଂ 512GB/1TB PCIe NVMe SSD ଷ୍ଟୋରେଜ୍ ଅପସନ ମିଳିଛି। ସେହିପରି  Intel Core i7-10510U processor, GeForce MX250ରେ ଆପଣଙ୍କୁ ମିଳିବ। ରେ ୧୪ ଇଞ୍ଚର ଫୁଲ ଏଚଡି ମେନ ଡିସପ୍ଲେ ଏବଂ ୧୨.୬ ଇଞ୍ଚ ସେକେଣ୍ଡାରୀ ଡିସପ୍ଲେ ଦିଆଯାଇଛି।

ଏହାସହ ପଢନ୍ତୁ : TikTokକୁ ଟକ୍କର ଦେବ ଗୁଗଲର ଏହି ଆପ୍‌, ଏବେ ଆଉ ୧୫ ନୁହେଁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ବନାଇପାରିବେ ଭିଡିଓ

ଏହାଛଡା କମ୍ପାନୀ ନିଜର ଲାଇନ୍‌-ଅପକୁ ଇଣ୍ଟେଲ ଜେନେରେସନ କୋର ପ୍ରସେସର ସହିତ ରିଫ୍ରେସ କରିଛି। ZenBook 13 (UX334), ZenBook 14 (UX434) ଏବଂ  ZenBook 15 (UX534) ର ଦାମ୍ କ୍ରମଶଃ ଏବଂ ୧,୨୪,୯୯୦ ଲକ୍ଷ ଟଙ୍କା ରହିଛି। ଏହାଛଡା ଆସସ୍ VivoBook S431 ୫୪,୯୯୦ ଟଙ୍କାରେ ଏବଂ ୬୯,୯୯୦ VivoBook S532 ଟଙ୍କାରେ ମଧ୍ୟ ଲଞ୍ଚ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.