ପାନ କାର୍ଡକୁ ନେଇ ଏହି ଭୁଲ ଆପଣ କରୁଛନ୍ତି କି, ତାହେଲେ ୧୦ ହଜାର ଟଙ୍କା ଦେବାକୁ ହୋଇଯାନ୍ତୁ ପ୍ରସ୍ତୁତ

ପାନ୍‌ କାର୍ଡ ଏକ ବହୁତ ଜରୁରୀ ଦସ୍ତାବିଜ୍‌। ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଜଡିତ ଅନେକ କାମରେ ପାନ୍‌ କାର୍ଡ ଆବଶ୍ୟକ ପଡିଥାଏ। ସାଧାରଣତଃ ଯେତେବେଳେ ଆପଣ କୌଣସି ଚାକିରିରେ ନିଯୁକ୍ତି ପାଆନ୍ତି, ସେତେବେଳେ ଆପଣଙ୍କୁ ପାନ୍‌ କାର୍ଡ ମଗା ଯାଇଥାଏ। ଏହିପରି ଭାବେ  ଅନେକ କାମ ପାଇଁ ପାନ କାର୍ଡର ଆବଶ୍ୟକ ଆପଣଙ୍କୁ ପଡିଥାଏ। ଏହାବ୍ୟତୀତ ଅନେକ ଫାଇନାନସିଆଲ କାମ ପାଇଁ ମଧ୍ୟ ଏହାର ଆବଶ୍ୟକତା ଲୋକଙ୍କୁ ପଡିଥାଏ। ସେହିପରି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପାନ କାର୍ଡ ସମ୍ବନ୍ଧୀୟ କିଛି ତ୍ରୁଟି କରିଦିଅନ୍ତି ଯାହା ପାଇଁ ସେମାନଙ୍କୁ ବଡ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ପାନ କାର୍ଡ ବହୁତ ମହତ୍ତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ତେଣୁ ଯଦି ଆପଣ ଏହାକୁ ନେଇ କୌଣସି ବି ଭୁଲ କରୁଛନ୍ତି ତାହେଲେ ଭବିଷ୍ୟତରେ ଆପଣଙ୍କୁ ଏକ ବଡ ଜରିମାନା ଭରିବାକୁ ପଡିପାରେ। ତେଣୁ ଆପଣଙ୍କୁ ସମସ୍ୟା ଆସିବା ପୂର୍ବରୁ ଆଜି ଆମେ ଆପଣଙ୍କୁ  ପାନ କାର୍ଡକୁ ନେଇ ସେହି ତ୍ରୁଟି ବିଷୟରେ କହିବୁ ଯାହାକୁ ଯଦି ଆପଣ ନ ସୁଧାରୁଛନ୍ତି ତାହେଲେ ଆପଣଙ୍କୁ ୧୦ ହଜାର ଟଙ୍କା ଜରିମାନା ଭରିବାକୁ ପଡିପାରେ।

ଯଦି ଆପଣ ଏକା ସାଥିରେ ଦୁଇଟି ପାନ କାର୍ଡ ରଖିଛନ୍ତି ତାହେଲେ ଏମିତି ସ୍ଥିତିରେ ଏକ ବଡ ଜରିମାନା ଭରିବାକୁ ପଡିପାରେ। କେବଳ ଏତିକି ନୁହେଁ ଏହି କାରଣ ପାଇଁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବି ଫ୍ରିଜ୍‌ କରିଦିଆଯାଇପାରେ। ଏମିତିରେ ଯଦି ଆପଣଙ୍କ ପାଖରେ ଦୁଇଟି ପାନ କାର୍ଡ ଅଛି ତାହେଲେ ତାହାକୁ ତୁରନ୍ତ ସରେଣ୍ଡର କରିଦିଅନ୍ତୁ।

ଯଦି ଆପଣ ଗୋଟିଏ ପାନ କାର୍ଡ ରଖି ଅନ୍ୟଟିକୁ ସରେଣ୍ଡର ନ କରୁଛନ୍ତି ତାହେଲେ ଆପଣଙ୍କୁ ଏକ ବଡ ଜରିମାନା ଭରିବାକୁ ପଡିପାରେ। ଇନକମ୍‌ ଟ୍ୟାକ୍ସ ସେକ୍ସନ ୨୭୨ବିରେ ଏହି ତଥ୍ୟର ଉଲ୍ଲେଖ କରାଯାଇଛି।

ଦ୍ୱିତୀୟ ପାନ କାର୍ଡକୁ ସରେଣ୍ଡର କରିବା ପ୍ରକ୍ରୀୟା ବହୁତ ସହଜ ହୋଇଥାଏ। ଏଥିପାଇଁ ଆପଣଙ୍କୁ କମନ୍‌ ଫର୍ମକୁ ଏନଏସଡିଏଲର ଅଫିସିଆଲ େଓ୍ଵବସାଇଟରେ ଭିଜିଟ କରି ଡାଉନଲୋଡ୍‌ କରିବାକୁ ହେବ।

ଏହାପରେ ଫର୍ମକୁ ଫିଲ୍‌ କରିବା ପରେ ତାକୁ ଏନଏସଡିଏଲ ଅଫିସକୁ ଯାଇ ଯେଉଁ ପାନ୍‌ କାର୍ଡକୁ ଆପଣ ସରେଣ୍ଡର କରିବାକୁ ଚାହୁଁଛନ୍ତି ତା ସହିତ ଜମା କରିବାକୁ ହେବ। ଯଦି ଆପଣ ଏଭଳି କରୁନାହାଁନ୍ତି ତାହେଲେ ଭବିଷ୍ୟତରେ ଆପଣଙ୍କୁ ଏହି ଭୁଲ ପାଇଁ ୧୦ ହଜାର ଟଙ୍କା ଜରିମାନା ଭରିବାକୁ ପଡିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.