ମୋ ସାଙ୍ଗ ମୋ ପେନସିଲ୍ ଚୋରି କରିିିଛି ପୋଲିସ ଅଙ୍କଲ ତାକୁ ଗିରଫ କର, ମାମଲା ରୁଜୁ କରିବାକୁ ଅନୁରୋଧ କଲେ ସ୍କୁଲ ଛାତ୍ର
କେନ୍ୟୁଜ୍(ବ୍ୟୁରୋ):ପେନସିଲ ଚୋରି କଲା ବୋଲି ଥାନାକୁ ଗଲା ମାମଲା। ସାଙ୍ଗକୁ ନେଇ ଥାନାକୁ ଗଲେ ସ୍କୁଲ ସାଥୀ। ପୋଲିସ ଠାରୁ ନ୍ୟାୟ ଆଶାରେ ସ୍କୁଲ ଛାତ୍ରଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରାଯାଇଛି। ଆନ୍ଧ୍ର ପ୍ରଦେଶ କର୍ଣ୍ଣଲର ଘଟଣା ଏବେ ଭାଇରାଲ ହୋଇଛି। ପେଦାକାଦୁବୁରୁ ଥାନା ଅଞ୍ଚଳର ଏକ ସ୍କୁଲ ଛାତ୍ରଙ୍କ ପେନ୍ସିଲ ଚୋରି ହୋଇଥିଲା। ପେନ୍ସିଲ ଚୋରି କରିଥିବା ଛାତ୍ରକୁ ସନ୍ଦେହ କରି ଅନ୍ୟ ସାଥୀମାନେ ତାଙ୍କୁ ଥାନାକୁ ନେଇଯାଇଥିଲେ। ଚୋରି କରିଥିବା ସାଙ୍ଗ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସକୁ ଅନୁରୋଧ କରିଥିଲେ। ଯାହାକୁ ଚୋର ସନ୍ଦେହ କରିଥିଲେ ସେ କିନ୍ତୁ, ମାମଲାର ସମାଧାନ ପାଇଁ ପୋଲିସକୁ ଗୁହାରି କରିଥିଲେ।
ପରେ ଦୁଇ ସାଙ୍ଗଙ୍କ ମଧ୍ୟରେ ବୁଝାମଣାରେ ସମାଧାନ ହୋଇଥିଲା। ଏହି ଭିଡିଓକୁ ଆନ୍ଧ୍ର ପ୍ରଦେଶ ପୋଲିସ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛି। ପ୍ରାଥମିକ ସ୍କୁଲ ଛାତ୍ର ମଧ୍ୟ ପୋଲିସ ଉପରେ ବିଶ୍ୱାସ କରୁଥିବା କୁହାଯାଇଛି। ଆନ୍ଧ୍ର ପୋଲିସର ପ୍ରତିବଦ୍ଧତା ଓ ଲୋକାଭିମୂଖୀ ଆଭିମୁଖ୍ୟ ଦ୍ୱାରା ସମସ୍ତଙ୍କ ଦ୍ୱାରା ଆଦୃତ ହୋଇପାରିଥିବା କୁହାଯାଇଛି।