Below header

ଅନ୍ଲାଇନ୍ କ୍ଲାସ୍ ପାଇଁ ୨୦ ହଜାର ଟଙ୍କାରେ କିଣନ୍ତୁ ବେଷ୍ଟ ଟାବ୍ଲେଟ

କୋଭିଡ ପାଇଁ ଅନ୍ଲାଇନ୍ କ୍ଲାସ ଯୋଗୁଁ ଗତ ଦୁଇ ବର୍ଷ ମଧ୍ୟରେ ଟାବଲେଟର ଚାହିଦା ବୃଦ୍ଧି ପାଇଛି । ଯାହା ଦ୍ଵାରା ଅନେକ ଛାତ୍ର ଛାତ୍ରୀ ମଧ୍ୟ ବିନା କୌଣସି ଅସୁବିଧାରେ ଅନଲାଇନ କ୍ଲାସ କରୁଛନ୍ତି। ଅନେକ ମଧ୍ୟ ଏହି କ୍ଲାସ ପାଇଁ କେଉଁ ଟାବଲେଟ୍ କିଣିବେ ସେ ବିଷୟରେ ମଧ୍ୟ ଭାବନ୍ତି। ସାମସଙ୍ଗ ଠାରୁ ଲାଭା ଏବଂ ଲେନୋଭୋ ପର୍ଯ୍ୟନ୍ତ ଟାବଲେଟ୍ ବଜାରରେ ଲଞ୍ଚ କରାଯାଇଛି। ଏହା ସହିତ ରିଅଲମି ଏକ ଶସ୍ତା ଟ୍ୟାବ୍ ଭାବେ ଭାରତୀୟ ବଜାରରେ ମଧ୍ୟ
ଲଞ୍ଚ ହୋଇଛି।

ତେବେ ବର୍ତ୍ତମାନ ଏହି ୨୦ ହଜାର ଟଙ୍କାର ଟ୍ୟାବ୍ ବଜାରରେ ଟ୍ରେଣ୍ଡରେ ଅଛି। ଆପଣ ସିମ୍ କାର୍ଡ ଏବଂ ୱାଇ-ଫାଇ ଭଳି ଉଭୟ ପ୍ରକାରର ଟାବଲେଟ୍ ପାଇପାରିବେ। ଯଦି ଆପଣ ଏକ ଶସ୍ତା ଓ ଭଲ ଟାବଲେଟ୍ ମଧ୍ୟ ଖୋଜୁଛନ୍ତି, ତେବେ ଏହି ୨୦ ହଜାର ଟଙ୍କାରେ ଥିବା ଟ୍ୟାବଲେଟ୍ ଖାସ କରି ଅନଲାଇନ୍ କ୍ଲାସ୍ ପାଇଁ ଭଲ ରହିବ। ଆଜି ଜାଣିବା ୨୦ ହଜାର ଟଙ୍କା ମଧ୍ୟରେ ୫ ଟି ବେଷ୍ଟ ଟାବଲେଟ୍, ଜାହାର ରହିଛି ଭଲ ଫିଚର୍ ଓ ଏହା ଖାସ କରି
ଅନଲାଇନ୍ କାମ କରିହେବ।

ନୋକିଆ T20:
ନୋକିଆ T20 ରେ ଏକ 2K ଡିସପ୍ଲେ ଦିଆଯାଇଛି। ଏହାର ବ୍ୟାଟେରୀ ମଧ୍ୟ ଭଲ ରହିଛି, କହିବାକୁ ଗଲେ ଏହାର ବ୍ୟାଟେରୀ ପାୱାର 8200mAh ରହିଛି। ଯାହା ୧୫ ଘଣ୍ଟା ୱେବ୍ ବ୍ରାଉଜିଂ ଦେଇଥାଏ। ନୋକିଆ T20 ସହିତ ଷ୍ଟେରିଓ ସ୍ପିକର ଏବଂ ଡୁଆଲ୍ ମାଇକ୍ରୋଫୋନ୍ ମଧ୍ୟ ପ୍ରଦାନ କରାଯାଇଛି । ଏହି ନୂଆ ଟ୍ୟାବ୍ ବିଷୟରେ, HMD ଗ୍ଲୋବାଲ୍ କହିଛି ଯେ ଦୁଇ ବର୍ଷ ପାଇଁ ମାଗଣା ଅପରେଟିଂ ସିଷ୍ଟମ୍ ଅପଗ୍ରେଡ୍ ପାଇଁ ଏକ ସୁଯୋଗ ରହିବ ଏବଂ ତିନିମାସ ପାଇଁ ମାସିକ ପ୍ରୋଟେକ୍ସନ୍ ଅପଡେଟ୍ ମଧ୍ୟ ହେବ। ନୋକିଆ T20 ର ଷ୍ଟାରଟିଙ୍ଗ ମୂଲ୍ୟ ୧୫ ହଜାର ୪୯୯ ଟଙ୍କା ରଖାଯାଇଛି। ୱାଇ-ଫାଇ ଭାରିଆଣ୍ଟ ଏବଂ 3 GB RAM ସହିତ ଏହି ମୂଲ୍ୟରେ 32 GB ଷ୍ଟୋରେଜ୍ ମଡେଲର ରହିଛି। ଏଥିସହିତ, 4 GB RAM ସହିତ 32 GB ଷ୍ଟୋରେଜ୍ ଏବଂ ୱାଇ-ଫାଇ ମଡେଲର ମୂଲ୍ୟ ରହିଛି ୧୬ ହଜାର ୪୯୯ ଟଙ୍କା ଏବଂ ନୋକିଆ T20 ର 4G ମଡେଲର ମୂଲ୍ୟ ୧୮ ହଜାର ୪୯୯ ଟଙ୍କା ରଖାଯାଇଛି।

ସାମସଙ୍ଗ ଗାଲାକ୍ସି ଟ୍ୟାବ୍ A8:
ଏହାପରେ ଆସୁଛି ସାମସଙ୍ଗ ଗାଲାକ୍ସି ଟ୍ୟାବ୍ A8। ଅନଲାଇନ୍ କ୍ଲାସ୍ ଏବଂ ମନୋରଞ୍ଜନ ପାଇଁ ସାମସଙ୍ଗ ଗାଲାକ୍ସି ଟ୍ୟାବ୍ A8 କୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି। ଏହାର ଏକ ବଡ ଓ ଭଲ 7040mAh ପାୱାର ବ୍ୟାଟେରୀ ରହିଛି। ଗାଲାକ୍ସି ଟ୍ୟାବ୍ A8 ର 3 GB RAM ସହିତ 32 GB ଷ୍ଟୋରେଜ୍ ର ମୂଲ୍ୟ ୧୭ ହଜାର ୯୯୯ ଟଙ୍କା ରହିଛି।ପୁଣି ୱାଇ-ଫାଇ ସହିତ 4 GB RAM ଏବଂ 64 GB ଷ୍ଟୋରେଜ୍ ଥିବା ଟ୍ୟାବର ମୂଲ୍ୟ ୧୯ ହଜାର ୯୯୯ ଟଙ୍କା।32 GB ଷ୍ଟୋରେଜ୍ ସହିତ 3 GB RAM ସହିତ ଟ୍ୟାବ୍ LTE ର ଦାମ୍ ରହିଛି ୨୧ ହଜାର ୯୯୯ ଟଙ୍କା।

LTE ସହିତ 4 GB RAM ଏବଂ 64 GB ଷ୍ଟୋରେଜ୍ ଥିବା ଟ୍ୟାବର ମୂଲ୍ୟ ୨୩ ହଜାର ୯୯୯ ଟଙ୍କା। ଗାଲାକ୍ସି ଟ୍ୟାବ୍ A8 ରେ 10.5 -ଇ ଇଞ୍ଚ ଡିସପ୍ଲେ ରହିଛି। ଏଥିରେ ଡଲବି ଆଟମୋସ୍ ପାଇଁ ଚାରୋଟି ସ୍ପିକର ରଖାଯାଇଛି। କ୍ୟାମେରା ବିଷୟରେ କହିବାକୁ ଗଲେ, ଏହି ସାମସଙ୍ଗର ଟ୍ୟାବର ଫ୍ରଣ୍ଟ କ୍ୟାମେରା ୫ ମେଗାପିକ୍ସେଲ ରହିଥିବା ବେଳେ ପଛ ପ୍ୟାନେଲରେ ୮ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ଟାବଲେଟକୁ ଫେସ୍ ଆଇଡି ସହିତ ଅନଲକ୍ କରାଯାଇପାରିବ। ଏହାକୁ 32 GB, 64 GB ଏବଂ 128 GB ରେ କିଣାଯାଇପାରିବ। ମେମୋରୀ କାର୍ଡ ସାହାଯ୍ୟରେ ଷ୍ଟୋରେଜ୍ 1TB ପର୍ଯ୍ୟନ୍ତ ଅଧିକ ହୋଇପାରିବ।

ଲେନୋଭୋ ଟ୍ୟାବ୍ K10:

tablet
picture credit- amarujala

ଲେନୋଭୋ ଟ୍ୟାବ୍ K10 ରେ ଆଣ୍ଡ୍ରଏଡ୍ 11 ଦିଆଯାଇଛି । ଏହା ବ୍ୟତୀତ, ଏହି ଟ୍ୟାବରେ 10.3-ଇଞ୍ଚ ଫୁଲ୍ HD TDDI ଡିସପ୍ଲେ ଦିଆଯାଇଛି। ଲେନୋଭୋ ଟ୍ୟାବ୍ K10 ରେ ମିଡିଆ ଟେକ୍ ହେଲିଓ P22T ପ୍ରୋସେସର, 4 GB RAM ଏବଂ 128 GB ଷ୍ଟୋରେଜ୍ ଅଛି । ଷ୍ଟୋରେଜ୍ ଅଧିକ କରିବା ପାଇଁ ଏହି ଟ୍ୟାବରେ ଏକ ମେମୋରୀ କାର୍ଡ ସ୍ଲଟ୍ ମଧ୍ୟ ଦିଆଯାଏ । ୱାଇ-ଫାଇ ସହିତ ଲେନୋଭୋ ଟ୍ୟାବ୍ K10 ଏବଂ ୱାଇ-ଫାଇ + 4 ଜି LTE ସହିତ 3 ଜିବି ରାମ୍ ଏବଂ 32 ଜିବି ଷ୍ଟୋରେଜ୍ ମୂଲ୍ୟ ୧୩ ହଜାର ୯୯୯ ଟଙ୍କା ରହିଛି। ଏଥି ସହିତ, ୱାଇ-ଫାଇ ଏବଂ ୱାଇ-ଫାଇ + 4 ଜି LTE ସହିତ 4 GB RAM ଏବଂ 64 GB ଷ୍ଟୋରେଜ୍ ଥିବା ଟ୍ୟାବ୍ ର ମୂଲ୍ ୧୫ ହଜାର ୯୯୯ ଟଙ୍କା ରହିଛି।

Realme Pad:

ମିଡିଆଟେକ ହେଲିଓ G80 ପ୍ରୋସେସ ରହିଛି ରିଅଲମି ପ୍ୟାଡରେ। ଏହା ବ୍ୟତୀତ ଏହାର ଡଲବି ଆଟମୋସ୍ ସାଉଣ୍ଡ ପାଇଁ ସପୋର୍ଟ ରହିଛି। ରିଅଲମି ପ୍ୟାଡ୍ ସହିତ ଫାଷ୍ଟ ଚାର୍ଜିଂ ସପୋର୍ଟ ଏବଂ ଏହା ଉଭୟ ୱାଇ-ଫାଇ ଏବଂ ୱାଇ-ଫାଇ + 4 ଜି ଭାରିଆଣ୍ଟରେ ମାର୍କେଟରେ ଉପଲବ୍ଧ। ୱାଇ-ଫାଇ ସହିତ 32 ଜିବି ଷ୍ଟୋରେଜ୍ ଏବଂ ରିଅଲ୍ ପ୍ୟାଡ୍ ର 3 ଜିବି ରାମ୍ ମୂଲ୍ୟ ୧୩ ହଜାର ୯୯୯ ଟଙ୍କା ଥିବାବେଳେ ୱାଇ-ଫାଇ + 4 ଜି ଭାରିଆଣ୍ଟର ମୂଲ୍ୟ ୧୫ ହାଜର ୯୯୯ ଟଙ୍କା ରହିଛି। ୱାଇ-ଫାଇ + 4 ଜି ମଡେଲର 4 GB RAM ଏବଂ 64 GB ଷ୍ଟୋରେଜ୍ ସହିତ ଟ୍ୟାବ୍ ର ମୂଲ୍ୟ ୧୭,୯୯୯ ଟଙ୍କା ରହିଛି। ଟ୍ୟାବରେ ମିଡିଆଟେକ୍ G80 ପ୍ରୋସେସର୍ ରହିଛି ଓ 4GB RAM ଏବଂ 64GB ପର୍ଯ୍ୟନ୍ତ ଷ୍ଟୋରେଜ୍ ମଧ୍ୟ ରହିଛି। 8 ମେଗାପିକ୍ସେଲର ଆଗ କ୍ୟାମେରା ଟ୍ୟାବରେ ଦିଆଯାଇଛି। ରିଅଲମି ରିଅଲ ପ୍ୟାଡରେ ଏକ 7100mAh ବ୍ୟାଟେରୀ ପ୍ୟାକ୍ ରହିଛି। ଯାହା 18W ୱାଟ ଚାର୍ଜିଂ କରିବାକୁ ସପୋର୍ଟ କରେ।

ଲାଭା ଟ୍ୟାବ୍:
ବର୍ତ୍ତମାନ ବଜାରରେ ତିନୋଟି ଲାଭା ଟାବଲେଟ୍ ଅଛି ଯାହାକି ଲାଭା ମାଗ୍ନୁମ୍ XL, ଆରା ଏବଂ ଆଇଭୋରୀ। ଲାଭା ର ଏହି ଟାବଲେଟ୍ ଗୁଡିକ ଛାତ୍ରମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ତିଆରି ହୋଇଛି ଏବଂ କମ୍ପାନୀ ଏହାକୁ ଲାଭା ଇ-ଲର୍ଣିଂ ସିରିଜ୍ ଅଧୀନରେ ଲଞ୍ଚ କରିଛି । ଲାଭା ର ଏହି ଟାବଲେଟର ପ୍ରାରମ୍ଭିକ ମୂଲ୍ୟ ହେଉଛି ୭ ହଜାର ୯୯୯ ଟଙ୍କା। ସମସ୍ତ ଟ୍ୟାବରେ ୱାଇ-ଫାଇ + 4G ସପୋର୍ଟ ରହିଛି। ଲାଭା ମାଗ୍ନୁମ୍ XL ର ଏକ ବଡ଼ 10.1-ଇଞ୍ଚ IPS LCD ଡିସପ୍ଲେ ରହିଛି। ଏହା ବ୍ୟତୀତ ଏହାର 6100mAh ବ୍ୟାଟେରୀ ଅଛି। ଏହି ଟ୍ୟାବରେ ୨ ମେଗାପିକ୍ସେଲର ସାମ୍ନା କ୍ୟାମେରା ଏବଂ ୫ ମେଗାପିକ୍ସେଲର ପଛ କ୍ୟାମେରା ଅଛି। ଏହି ଟ୍ୟାବ୍ର ମୂଲ୍ୟ ହେଉଛି ୧୫ ହଜାର ୪୯୯ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.