୩ ଲକ୍ଷରୁ ଅଧିକ ଲୋକଙ୍କ ଡାଟା ଲିକ୍‌, ଫେସ୍‌ବୁକ ବିରୋଧରେ ଆସିଲା ଗୁରୁତର ଅଭିଯୋଗ, କୋର୍ଟରେ ମାମଲା ରୁଜୁ

ଫେସ୍‌ବୁକ ୩ ଲକ୍ଷରୁ ଅଧିକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ ସେମାନଙ୍କ ଅଗୋଚରରେ ରାଜନୈତିକ ପରାମର୍ଶଦାତା କମ୍ପାନୀ କେମ୍ବ୍ରିଜ୍‌ ଆନାଲିଟିକା ସହ ଶେୟାର କରିଛି। ଫେସ୍‌ବୁକ ବିରୋଧରେ ଏପରି ଅଭିଯୋଗ ଆସିବା ପରେ ଅଷ୍ଟ୍ରେଲିଆର ପ୍ରାଇଭେସି ରେଗୁଲେଟର ଏକ ମାମଲା ଦାଏର କରିଛି।

aaa

ଅଷ୍ଟ୍ରେଲିଆର ସୂଚନା ଆୟୁକ୍ତ ଆଞ୍ଜେଲାଇନ୍‌ ଫାକ୍‌ ସଂଘୀୟ ଅଦାଲତରେ ଏହି ଅଭିଯୋଗ ଆଣିଛନ୍ତି। ଫେସ୍‌ବୁକ ଉପରେ କରାଯାଇଥିବା ସର୍ଭେ ‘ଦିସ୍‌ ଇଜ୍‌ ୟୋର୍‌ ଡିଜିଟାଲ ଲାଇଫ୍‌’ରୁ ଜଣାପଡ଼ିଛି, ଫେସ୍‌ବୁକ ନିଜ େଓ୍ଵବ୍‌ସାଇଟ ଉପରେ ରାଜନୈତିକ ଧାରା ଜାଣିବା ପାଇଁ ୩,୧୧,୧୨୭ ବ୍ୟବହାରକାରୀଙ୍କ ତଥ୍ୟର ଖୁଲାସା କରି ଗୋପନୀୟତା ଆଇନ ଭଙ୍ଗ କରିଛି।

s22

ଏହି ମାମଲାରେ ଗୋପନୀୟତା ଆଇନର ପ୍ରତି ଉଲ୍ଲଂଘନରେ ଅତି ବେଶିରେ ୧.୭ ମିଲିୟନ ଅଷ୍ଟ୍ରେଲିଆ ଡଲାର(୧.୧ ମିଲିୟନ ଆମେରିକୀୟ ଡଲାର)ର ଜରିମାନା ହୋଇପାରେ। ଯଦି କୋର୍ଟ ୩,୧୧,୧୨୭ଟି ମାମଲାରେ ପ୍ରତି ଜଣଙ୍କ ପିଛା ଅଧିକତମ ଜରିମାନା ଲଗାନ୍ତି, ତେବେ ଏହି ଜରିମାନା ୫୨୯ ବିଲିୟନ ଅଷ୍ଟ୍ରେଲିଆ ଡଲାର ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.