ସବୁଠୁ ଶସ୍ତା ଅକ୍ସିମିଟର ଲଞ୍ଚ କଲା Detel Pro, ପାଇପାରିବେ ମାତ୍ର ୭୯୯ ଟଙ୍କାରେ

କୋଭିଡ-19 ସଙ୍କଟ ସମୟରେ ପଲସ ଅକ୍ସିମିଟର ଖୁବ ଉପାଦେୟ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଡିଟଲ ଇଣ୍ଡିୟା କମ୍ପାନୀ ହେଲଥ ଓ ହାଇଜେନ ବରଟିକାଲ ଡ଼ିଟେଲ ପ୍ର ମାତ୍ର ୭୯୯ ଟଙ୍କାରେ ଅକ୍ସିମିଟର ଲଞ୍ଚ କରିଛି । କିନ୍ତୁ ଏହା ଉପରେ ଭିନ୍ନ ଭାବେ ଜିଏସ୍ଟି ଶୁଳ୍କ ଲାଗୁ ହେବ | କିନ୍ତୁ କହିରଖୁଛୁକି, ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ସିଜେନ ସମ୍ବନ୍ଧିତ ଉପକରଣ ଉପରେ ୩ ମାସ ପାଇଁ ବେଶିକ କଷ୍ଟମ ଡ୍ୟୁଟି ଓ ହେଲଥ ସେସ ଛାଡ ନେଇ ଘୋଷଣା କରିଛନ୍ତି ।

ବର୍ତ୍ତମାନ ସମୟରେ ପୁରା ଦେଶ ଏକ ପ୍ରକାର କରୋନା ଚାପରେ ଅଛି । ଦିନ କୁ ଦିନ ଆକ୍ଟିଭ କୋଭିଡ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି | ଅଧିକାଂଶ ଲୋକେ ଘରେ ଆଇସୋଲେଟରେ ରହୁଛନ୍ତି । ଘରେ ତଥା ହସ୍ପିଟାଲରେ ଅକ୍ସିଜେନ ଲେବଲ ମନିଟର କରିବାକୁ ଯଥାସାଧ୍ୟ ଉଦ୍ୟମ କରାଯାଉଛି । ଆଉ ଏପରି ଏକ ଦୁଃସ୍ଥିତି ସମୟରେ ସାଧାରଣ ଲୋକେ ଶସ୍ତା ମେଡିକାଲ ଉପକରଣ କିପରି ସହଜରେ ପାଇବେ ସେ ସନ୍ଧାନରେ ଅଛନ୍ତି । ଏହାକୁ ଧ୍ୟାନରେ ରଖି କମ୍ପାନୀ ପକ୍ଷରୁ ସବୁଠାରୁ ଶସ୍ତା ଅକ୍ସିମିଟର ଲଂଚ କରାଯାଇଛି । ଆଉ ଏହି ଅକ୍ସିମିଟର ବିକ୍ରି www. detel -india. com ସମେତ www. b2badda .com ୱେବସାଇଟ ଜରିଆରେ ହେଉଛି ।

ଏହାର ଲଂଚିଙ୍ଗକୁ ନେଇ ଡିଟେଲ ପ୍ର ସଂସ୍ଥାପକ ଡ଼ଃ ଯୋଗେଶ ଭାଟିୟା ମତ ରଖିଛନ୍ତିଯେ, ” ଆମେ ମହଙ୍ଗା ମେଡିକାଲ ବିଲକୁ କମ କରିବାକୁ ଚେଷ୍ଟା ଚଳାଇଛୁ । ଆମେ ଲଞ୍ଚ କରିଥିବା ଏହି ଅକ୍ସିମିଟର ମାଧ୍ୟମରେ ଅନେକ ଲୋକ ଉପକୃତ ହୋଇପାରିବେ । ଖାଲି ଘର ପାଇଁ ନୁହେଁ ହସ୍ପିଟାଲରେ ବି ମନିଟରିଙ୍ଗ କରିବା ପାଇଁ ଦରକାର ହେଉଥିବା ଆବଶ୍ୟକ ଉପକରଣ ମାନଙ୍କର ବି ଆବଶ୍ୟକତା ରହିଛି । ତେଣୁ ସରକାରଙ୍କ ସହ ହାତ ମିଶେଇ ଅକ୍ସିମିଟର ଉପଲବ୍ଧ କରିବା ନେଇ ଚେଷ୍ଟା ଚଳାଇଛୁ ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.