Below header

ଜାଣନ୍ତି କି କେତେ ଟଙ୍କାରେ ପୂର୍ଣ୍ଣ ଚାର୍ଜ ହୁଏ ଇଲେକ୍ଟ୍ରିକ କାର୍‌, ଗୋଟିଏ ୟୁନିଟ ଚାର୍ଜ କେତେ

ପେଟ୍ରୋଲ ର ଯେପରି ଦାମ ଦିନକୁ ଦିନ ବୃଦ୍ଧି ପାଉଛି ଏହାକୁ ଦେଖି ଲୋକଙ୍କ ମଧ୍ୟରେ ଇଲେକ୍ଟ୍ରିକ କାର ର ଆଦର ବଢ଼ିବାରେ ଲାଗିଛି । ଦେଶର ଅଧିକାଂଶ ଲୋକେ ଏବେ ଇଲେକ୍ଟ୍ରିକ କାର କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ପ୍ରଶ୍ନ ଉଠେ ଯେ ଏହି ଇଲେକ୍ଟ୍ରିକ କାର୍‌ କେତେ ସମୟରେ ପୂର୍ଣ୍ଣ ଚାର୍ଜ ହୁଏ ଓ ଏଥିପାଇଁ କେତେ ଟଙ୍କା ଲାଗିଥାଏ । ଅଥବା ଗୋଟିଏ କିଲୋମିଟର ଯିବା ପାଇଁ କେତେ ଖର୍ଚ୍ଚ ହୁଏ । ଆସନ୍ତୁ ଜାଣିବା ଇଲେକ୍ଟ୍ରିକ କାର୍‌ ସମ୍ପର୍କରେ ।

କେତେ ରହିଛି ଚାର୍ଜିଂ ରେଟ୍‌

ଚାର୍ଜିଂ କାର୍‌ ରେଟ୍‌ ମୁମ୍ବାଇ ଅପେକ୍ଷା ଦିଲ୍ଲୀରେ କମ୍‌ ରହିଛି । ମୁମ୍ବାଇରେ ଗାଡ଼ି ଚାର୍ଜ କରିବାକୁ ପ୍ରତି ୟୁନିଟକୁ ୧୫ ଟଙ୍କା ଲାଗୁଥିବା ବେଳେ ଦିଲ୍ଲୀରେ ଲାନ୍‌ ଟେନସନ୍‌ ଗାଡ଼ି ଚାର୍ଜିଂ ପାଇଁ ୪ ଟଙ୍କା ୫୦ ପଇସା ଓ ହାଇ ଟେନସନ ବାହାନ ପାଇଁ ୫ ଟଙ୍କା ଲାଗିଥାଏ । ପୁରା ଗାଡ଼ିକୁ ଚାର୍ଜ କରିବା ପାଇଁ ୨୦ ରୁ ୩୦ ୟୁନିଟ ଲାଗିଥାଏ । ଏମିତିରେ ଦିଲ୍ଲୀରେ ୧୨୦ ଟଙ୍କାରୁ ୧୫୦ ଟଙ୍କାରେ ଗାଡ଼ି ପୁରା ଚାର୍ଜ ହେଉଥିବା ବେଳେ ମୁମ୍ବାଇରେ ଏଥିପାଇଁ ୨୦୦ ରୁ ୪୦୦ ଟଙ୍କା ଲାଗିଥାଏ ।

ଚାର୍ଜିଂ କରିବାର ଟାଇମ୍‌

ଇଲେକ୍ଟ୍ରିକ ଗାଡ଼ିର ଦୁଇ ପ୍ରକାର ଚାର୍ଜ ହୋଇଥାଏ । ଫାଷ୍ଟ ଚାର୍ଜ ଓ ସ୍ଲୋ ଚାର୍ଜ । ଫାଷ୍ଟ ଚାର୍ଜରେ ୬୦ ରୁ ୧୧୦ ମିନିଟରେ ଗାଡ଼ି ପୁରା ଚାର୍ଜ ହେଉଥିବା ବେଳେ ସ୍ଲୋ ଚାର୍ଜରେ ଏଥିପାଇଁ ୬ ରୁ ୭ ଘଣ୍ଟା ଲାଗିଥାଏ ।

ଥରେ ଚାର୍ଜ କଲେ କେତେ ଦୂର ଯାଇଥାଏ

କେତେ କିଲୋମିଟର ଯିବା ଏହା ଗାଡ଼ିର ଇଂଜିନ ଉପରେ ନିର୍ଭର କରିଥାଏ । ତେବେ ଥରେ ଚାର୍ଜ କଲେ ୧୫ KMH ବ୍ୟାଟେରୀ ରେ ୧୦୦ କିଲୋମିଟର ଯାଏ ଯାଇଥାଏ । କିଛି କାର ଅଛି ଯାହା ଥରେ ଚାର୍ଜ କଲେ ୫୦୦ କିଲୋମିଟର ଯାଏ ମଧ୍ୟ ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.