iPhoneର ନୂଆ ଅପ୍‌ଡେଟ: ବଦଳିଗଲା End Call ବଟନ୍‌ର ଜାଗା, ଏବେ ଏହିଠାରୁ କାଟନ୍ତୁ କଲ୍‌

iPhoneର ନୂଆ ଅପ୍‌ଡେଟ ଆସିଛି। ଏଥିରେ End Call ବଟନ୍‌ର ଜାଗା ପରିବର୍ତ୍ତନ ହୋଇଛି। ଟେକ୍ କମ୍ପାନୀ Apple iOS 17 ଅପଡେଟ୍ ଲଞ୍ଚ କରିଛି, ଯେଉଁଥିରେ ୟୁଜରମାନଙ୍କୁ କେତେକ ନୂଆ ଫିଚର୍‌ ଦିଆଯାଇଛି।

iPhoneର ନୂଆ ଅପ୍‌ଡେଟ ଆସିଛି। ଏଥିରେ End Call ବଟନ୍‌ର ଜାଗା ପରିବର୍ତ୍ତନ ହୋଇଛି। ଟେକ୍ କମ୍ପାନୀ Apple iOS 17 ଅପଡେଟ୍ ଲଞ୍ଚ କରିଛି, ଯେଉଁଥିରେ ୟୁଜରମାନଙ୍କୁ କେତେକ ନୂଆ ଫିଚର୍‌ ଦିଆଯାଇଛି। ଏହାଦ୍ୱାରା ଆଇଫୋନର ଲୁକ୍ ସମ୍ପୂର୍ଣ୍ଣ ରୂପେ ବଦଳିଯାଇଛି। iOS 17 ଅପଡେଟ୍ ଅଧୀନରେ ଆଇଫୋନରେ ‘ଏଣ୍ଡ କଲ୍ ବଟନ୍‌’କୁ ବଦଳାଯାଇଛି।

ଫୋନ୍‌ରେ ଏଣ୍ଡ କଲ୍ ବଟନ୍‌କୁ ଅନ୍ୟ ଜାଗାକୁ ପରିବର୍ତ୍ତନ କରାଯାଇଛି, ଯାହାଫଳରେ ଏବେ ଏହି ବଟନ୍‌ ସ୍କ୍ରିନ୍‌ ତଳେ ଡାହାଣ ପାର୍ଶ୍ୱ ପରିବର୍ତ୍ତେ କେନ୍ଦ୍ରରେ ଦେଖାଯିବ।

ରିପୋର୍ଟ ମୁତାବକ, ଅପଡେଟ୍ ପରେ ଏଣ୍ଡ୍ କଲ୍ ବଟନ୍‌କୁ ବର୍ତ୍ତମାନ ସମସ୍ତ କଲ୍ ଫଙ୍କସନ୍‌ଠାରୁ ସମ୍ପୂର୍ଣ୍ଣ ଅଲଗା କରି ଦିଆଯାଇଛି। ଏବେ ଏହା ବଟମ୍‌ ସେଣ୍ଟରରେ ରହିଛି।

ଯଦିଓ iOS 17 ସହିତ ଏହି ଆଇକନ୍‌କୁ ବ୍ୟବହାରକାରୀ ନିଜ ପସନ୍ଦ ଅନୁସାରେ କଲ୍ ଫଙ୍କସନ୍ ସହିତ ଡାହାଣ ପାର୍ଶ୍ୱକୁ ସ୍ଥାନାନ୍ତର କରିପାରିବେ। ବର୍ତ୍ତମାନ ଏହି ପରିବର୍ତ୍ତନ କେବଳ ବିଟା ଭର୍ଜନରେ ଦେଖାଯାଇଛି, ଯାହାକୁୁ ସେପ୍ଟେମ୍ବରରୁ ଷ୍ଟେବଲ୍‌ ଭର୍ଜନରେ ଉପଲବ୍ଧ କରାଯାଇପାରେ।

ଏହାଛଡ଼ା ଫୋନ୍ କଲ ସମୟରେ ଫଟୋଗୁଡ଼ିକ ସ୍କ୍ରିନ୍‌ର ଅଧିକାଂଶ ଭାଗକୁ କବ୍‌ଜା କରି ନେଇଥାଏ, ତେଣୁ ଆପଲ୍ ବଟନ୍‌ଗୁଡ଼ିକୁ ତଳ ଆଡ଼କୁ ସ୍ଥାନାନ୍ତର କରିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.