Below header

ଏସିଆ କପ୍‌ ଏବଂ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଝଟକା, କ୍ରିକେଟରୁ ସନ୍ନ୍ୟାସ ନେଲେ ଓ୍ଵାହବ ରିୟାଜ

ବିଶ୍ୱକପ ପୂର୍ବରୁ କ୍ରିକେଟରୁ ସନ୍ନ୍ୟାସ ନେଲେ ପାକିସ୍ତାନ ଟିମର ବୋଲର ଓ୍ଵହାବ ରିୟାଜ । ଅନ୍ତର୍ଜାତୀୟ କ୍ରିକେଟରୁ ଓ୍ଵହାବ ସନ୍ନ୍ୟାସ ନେଇଛନ୍ତି । ଆଉ ଆଗକୁ ଏସିଆ କପ୍‌ ଏବଂ ବିଶ୍ୱକପ ରହିଥିବାରୁ ପାକିସ୍ତାନ ଟିମ ପ୍ରଭାବିତ ହୋଇପାରେ ବୋଲି ଫ୍ୟାନ୍ସ କରୁଛନ୍ତି ।

ଏସିଆ କପ୍‌ ଏବଂ ଦିନିକିଆ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଟିମକୁ ଝଟକା ଲାଗିଛି । ପାକିସ୍ତାନ ଟିମର ବୋଲର ଓ୍ଵହାବ ରିୟାଜ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଟ୍ଵିଟ୍‌ କରି ନିଜେ ରିୟାଜ ଏହି ସୂଚନା ଦେଇଛନ୍ତି । ତେବେ ୩୮ ବର୍ଷୀୟ ରିୟାଜ ଟି୨୦ ଲିଗ୍‌ ପାଇଁ ଖେଳ ଜାରି ରଖିବେ । ସେ ପାକିସ୍ତାନ ପାଇଁ ୯୧ ଦିନିକିଆ, ୨୭ ଟେଷ୍ଟ ଏବଂ ୩୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି ।

ଟ୍ଵିଟ୍‌ କରି ରିୟାଜ କହିଛନ୍ତି, ଗତ ୨ ବର୍ଷ ହେଲାଣି ସନ୍ନ୍ୟାସ ନେବାକୁ ଯୋଜନା କରୁଛି । କିନ୍ତୁ ୨୦୨୩ରେ କ୍ରିକେଟରୁ ବିଦାୟ ନେଇଛି । ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଗର୍ବର ବିଷୟ । ଆଉ ଏବେ ଫ୍ରାଞ୍ଚାଇଜ କ୍ରିକେଟରେ ଖେଳିବା ଜାରି ରଖିବି ।

ରିୟାଜ ନିଜ ଅର୍ନ୍ତରାଷ୍ଟ୍ରୀୟ କ୍ୟାରିଅରର ୩ଟି ଫର୍ମାଟରେ ୨୩୭ ଓ୍ଵିକେଟ ନେଇଛନ୍ତି । ସେ ନିଜର ଶେଷ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ୨୦୨୦ ଡିସେମ୍ବରରେ ପାକିସ୍ତାନ ତରଫରୁ ଖେଳିଥିଲେ । ନିକଟରେ ମାର୍ଚ୍ଚ ମାସରେ ପାକିସ୍ତାନ ସୁପର ଲିଗରେ ଟି-୨୦ ମ୍ୟାଚ ଖେଳିଥିଲେ ।

୨୦୧୧ରେ ଦିନିକିଆ ବିଶ୍ୱକପ ସେମିଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ ମୋହଲିରେ ମ୍ୟାଚ୍‌ ହୋଇଥିଲା । ଏଥିରେ ପାକିସ୍ତାନ ହାରିଥିଲା । କିନ୍ତୁ ରିୟାଜଙ୍କ ବୋଲିଂ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ସେ ମ୍ୟାଚରେ ୫ଟି ଓ୍ଵିକେଟ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.