କରୋନା ଭାଇରସ ଭୟ : ବନ୍ଦ ହେଲା ଫେସବୁକର F8 କନଫରେନ୍ସ

କରୋନା ଭାଇରସ ଚୀନରେ ଏପରି ପ୍ରଭାବ ପକାଇଛି ଯେ, ସେଥିରୁ ଚୀନବାସୀ ମୁକୁଳିବା ବହୁତ କଷ୍ଟକର। ଏହି ମହାମାରୀ ଯୋଗୁଁ ପାଖାପାଖି ୩ ହଜାର ଲୋକ ମୃତ୍ୟୁବରଣ କରିସାରିଲେଣି। ଏହି ଭାଇରସ ଧୀରେ ଧୀରେ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଚୀନ ପରେ ଏହି ଭାଇରସ ଟେକନୋଲଜି ସେକ୍ଟର ଉପରେ ବେଶୀ ପ୍ରଭାବ ପକାଇଛି। କରୋନା ଭାଇରସ ଯୋଗୁଁ ଦୁନିଆର ସବୁଠାରୁ ବଡ ଟେକନୋଲଜି ଶୋ ମୋବାଇଲ ଓ୍ଵାଲ୍ଡ କଂଗ୍ରେସ ୨୦୨୦ ରଦ୍ଦ ହୋଇଛି। ଏହାପରେ ଧୀରେ ଧୀରେ କରି ଅନେକ ଟେକ୍‌ ଇଭେଣ୍ଟ ରଦ୍ଦ ମଧ୍ୟ ହୋଇଥିଲା। ଏବେ କରୋନା ଯୋଗୁଁ ଫେସବୁକ୍‌ର ବାର୍ଷିକ ଡେଭଲପର କନଫରେନ୍ସ F8 ମଧ୍ୟ ରଦ୍ଦ ହୋଇଛି। ଏହି ଇଭେଣ୍ଟ ଅନଲାଇନ ଏବଂ ଭିଡିଓ ଜରିଆରେ କରାଯିବ ବୋଲି ସୂଚନା ମିଳିଛି।

22

ସୂଚନାଯୋଗ୍ୟ, ଗତବର୍ଷ ଆୟୋଜିତ ଫେସବୁକ୍‌ର F8 କନଫରେନ୍ସରେ ୫ ହଜାରରୁ ଉର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ। କରୋନା ଯୋଗୁଁ ଚୀନ ବିଜନେସ ଟ୍ରିପ୍‌ ଉପରେ ମଧ୍ୟ ରୋକ୍‌ ଲଗାଇଛି। ସେହିପରି ଅନେକ ଛେଶଟ ବଡ କନଫରେନ୍ସ ମଧ୍ୟ କରୋନା ଭାଇରସ ଯୋଗୁଁ ରଦ୍ଦ ହୋଇଛି। ଏହାଛଡା ମାଇକ୍ରୋସଫ୍ଟ ତରଫଣୁ ୧୬-୧୮ ମାର୍ଚ୍ଚରେ ହେବାକୁ ଥିବା ଡେଭଲପର୍ସ କନଫରେନ୍ସ ମଧ୍ୟ ଅନଲାଇନରେ ଆୟୋଜନ କରିବା ପାଇଁ ପ୍ଲାନ ଚଳାଇଛି। ଏହାପୂର୍ବରୁ ଫେସବକୁ ନିଜର ଗେମ କନଫରେନ୍ସ ରଦ୍ଦ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.