ଫେସବୁକ ମେସେଞ୍ଜର ଆଉ ଲେଖିବା ଦରକାର ନାହିଁ, ଏବେ ଇମୋଜୀ କହିବ କଥା

ଏବେ ଫେସବୁକରେ ହୃଦୟ ଖୋଲି କଥାହେବା ପାଇଁ Emoji symbol ପଠାଇବା ଆଉ ଦରକାର ପଡିବ ନାହିଁ। ଏବେ ଇମୋଜୀ କଥା କହି ଆପଣଙ୍କ ଭାବନାକୁ ପ୍ରକାଶ କରିବ। ଫେସବୁକ ଅନୁସାରେ ଲୋକ ୨.୪ ବିଲିଅନ ମେସେଜ ଇମୋଜୀ ଦ୍ୱାରା ଫେସବୁକ ମେସେଞ୍ଜରରେ ପଠାଉଛନ୍ତି। ଏମିତିରେ ବିଶ୍ୱ ଇମୋଜୀ ଦିବସରେ ଫେସବୁକ ମେସେଞ୍ଜରରେ ନୂଆ ଫିଚର ସାଉଣ୍ଡ ଇମୋଜୀ ଆଣିଛି।

ସାଉଣ୍ଡ ଇମୋଜୀ ଆପଣଙ୍କୁ ଏହି ସୁବିଧା ଦେବ। ଆପଣ ମେସେଞଜର ଚାଟରେ ଛୋଟ ସାଉଣ୍ଡ କ୍ଲିପ ପଠାଇପାରିବେ। ଏଥିରେ ତାଳି ବଜାଇବା ଠାରୁ ଆରମ୍ଭ କରି ହସିବା ପର୍ଯ୍ୟନ୍ତ ସବୁ ଶବ୍ଦ ଶୁଣିବାକୁ ମିଳିବ। ରିବେକା ବ୍ଲାକର ସ୍ୱର ଠାରୁ ଆରମ୍ଭ କରି ଟିଭି ଶୋ, ନେଟଫ୍ଲିକ୍ସ ଶୋ ମଧ୍ୟରେ ଏଥିରେ ସାମିଲ ରହିଛି। ଏହି ସୂଚନା ଏକ ବ୍ଲଗ ପୋଷ୍ଟ ମାଧ୍ୟମରେ ଦିଆଯାଉଛି।

କେମିତି କରିବେ ବ୍ୟବହାର:

ସାଉଣ୍ଡ ଇମୋଜୀର ବ୍ୟବହାର କରିବା ପାଇଁ ଆପଣ ପ୍ରଥମେମେସେଞ୍ଜରରେ ଚାଟ୍‌ ଆରମ୍ଭ କରିବାକୁ ହେବ।
ଆପଣ ସ୍ମାଇଲ ଆଇକନରେ ଟ୍ୟାପ୍‌ କରିବାକୁ ହେବ।
ଏହାପରେ ଲାଉଡସ୍ପିକର ଆଇକନ ଚୟନ କରନ୍ତୁ।
ଏଠାରେ ଆପଣ ସାଉଣ୍ଡ ଇମୋଜୀ ବିଷୟରେ ଜାଣିପାରିବେ ଏବଂ ପଠାଇପାରିବେ।

ସାଉଣ୍ଡ ଇମୋଜୀ ଲାଇବ୍ରେରୀ:

ଫେସବୁକ ଘୋଷଣା କରିଛି କି, ଏଠାରେ ଏକ ସାଉଣ୍ଡଇମୋଜୀ ଲାଇବ୍ରେରୀ ଲଞ୍ଚ କରାଯିବ। ଏଠାରେ ଆପଣ ଅଲଗା ଅଲଗା ସାଉଣ୍ଡ ଇମୋଜୀ ଚୟନ କରିପାରିବେ। କିନ୍ତୁ ପ୍ରତିଦିନ ଏହି ଲାଇବ୍ରେରୀକୁ ଅପଡେଟ୍‌ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.