ମହିଳାଙ୍କ ଅଜବ ବିଜ୍ଞାପନ, ୨ ଦିନ ପାଇଁ ବୟଫ୍ରେଣ୍ଡ ହୋଇ ୭୨ ହଜାର ଟଙ୍କା କମାଇବାର ଦେଲେ ଅଫର

ଭଡ଼ାରେ ତ ଅନେକ କିଛି ମିଳିଥାଏ । କିନ୍ତୁ ନ୍ୟୁୟର୍କରେ ଜଣେ ମହିଳା ଏମିତି କିଛି ଭଡ଼ାରେ ଲଗାଇଛନ୍ତି, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜିକାଲି ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ନ୍ୟୁୟର୍କରେ ଘଟିଥିବା ଅଭାବନୀୟ ଘଟଣା ସମସ୍ତଙ୍କ ହୋସ ଉଡ଼ାଇଦେଇଛି । ଏଠାର ଜଣେ ମହିଳା ନିଜ ଶାଶୁକୁ ଭଡ଼ାରେ ଲଗାଇଛନ୍ତି । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ପୁରା ସତ । ଏଠାରେ ମହିଳା ଜଣକ ନିଜ ଶାଶୁର ବିଜ୍ଞାପନ ଦେଇଛନ୍ତି । ଯାହା ସୋସିଆଲ ମିଡିଆ ରୋଡିଟରେ ଭାଇରାଲ ହୋଇଛି ।

ଏହି ବିଜ୍ଞାପନରେ ମହିଳାଙ୍କ ଡିମାଣ୍ଡ ମଧ୍ୟ ଅଜବଧରଣର ରହିଛି । ଶାଶୁଙ୍କ ପାଇଁ ବୟଫ୍ରେଣ୍ଡ ଖୋଜିବାରେ ଲାଗିପଡିଛନ୍ତି ଏହି ମହିଳା ଜଣକ । ୨ ଦିନ ପାଇଁ ରହୁଥିବା ବୟଫ୍ରେଣ୍ଡଙ୍କୁ ମିଳିବ ହଜାରେ କିମ୍ବା ୨ହଜାର ନୁହେଁ ବରଂ ୭୨ ହଜାର ଟଙ୍କା । ନ୍ୟୁୟର୍କର ହଡସନ୍ ବେଲୀର ଫ୍ରିଙ୍ଗଲିଷ୍ଟରେ ଏହି ଖବର ପ୍ରକାଶିତ ହୋଇଛି ।

୫୧ବର୍ଷୀୟା ଏହି ଶାଶୁଙ୍କ ପାଇଁ ବୋହୂ ବୟଫ୍ରେଣ୍ଡ ଖୋଜୁଛନ୍ତି । ଯିଏ ଶାଶୁଙ୍କୁ ବିବାହ କରି ତାଙ୍କ ସହ ରହି ଲଞ୍ଚ ଓ ଡିନ୍ନର କରିବେ । ଏହି ଅଜବ ଘଟଣା ଏବେ ଚାରିଆଡେ ଭାଇରାଲ ହେଉଛି । ଏହାପାଇଁ ବୟଫ୍ରେଣ୍ଡଙ୍କୁ ୭୨ ହଜାରର ଅର୍ଥରାଶି ମଧ୍ୟ ମିଳିବ ।

ତେବେ ଏସବୁ କରିବା ପଛରେ କାରଣ ମଧ୍ୟ ବହୁ ବିଚିତ୍ର ଧରଣର ରହିଛି । ବୋହୂ ଜଣକ ଏକ ବିବାହ ଭୋଜିରେ ସାମିଲ ହେବାର ଯୋଜନା ରହିଛି ଯେଉଁଠି ସେ ତାଙ୍କ ଶାଶୁଙ୍କୁ ମଧ୍ୟ ନେବାକୁ ଚାହୁଁଛନ୍ତି । ଏହାସହ ଶାଶୁ ମଧ୍ୟ ପାର୍ଟିରେ ମନୋରଞ୍ଜନ କରିପାରିବେ । ତେଣୁ ଏଥିପାଇଁ ଭଡାରେ ୨ ଦିନ ପାଇଁ ବୟଫ୍ରେଣ୍ଡ ହେବାର ଖବର ସେ ଛାପିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.