ନୂଆ ଆଇଟି ନିୟମ ପରେ ଫେସବୁକ ନେଲା କଠୋର ପଦକ୍ଷେପ, ୪୬ ଦିନ ମଧ୍ୟରେ ୩.୩୩ କୋଟି ୟୁଜର୍ସ କଣ୍ଟେଣ୍ଟ ଉପରେ ନେଲା କାର୍ଯ୍ଯାନୁଷ୍ଠାନ

ସୋସିଆଲ ମିଡିଆ ଜଏଣ୍ଟ ଫେସବୁକ ନିଜର ଅଭିଯୋଗ ରିପୋର୍ଟ ଜାରି କରିଛି। ଯେଉଁଥିରେ କମ୍ପାନୀ କହିଛି କି, ଭାରତରେ ୧୬ ଜୁନରୁ ୩୧ ଜୁଲାଇ ମଧ୍ୟରେ ଉଲ୍ଲଙ୍ଘନ ହୋଇଥିବା ୧୦ କ୍ଯାଟୋଗୋରୀ ମଧ୍ୟରୁ ୩.୩୩ କୋଟିରୁ ଅଧିକ କଣ୍ଟେଣ୍ଟ ଉପରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ଫେସବୁକ୍ ଫଟୋ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏହି ଅବଧି ସମୟରେ ନୋ କ୍ଯାଟୋଗୋରୀରେ ୨୮ ଲକ୍ଷ କଣ୍ଟେଣ୍ଟ ଉପରେ କାର୍ଯ୍ଯାନୁଷ୍ଠାନ ହେବ। କମ୍ପାନୀ ରିପୋର୍ଟ ମୁତାବକ,ସେମାନଙ୍କ ପାଖରେ ୧୬ ଜୁନରୁ ୩୧ ଜୁଲାଇ ମଧ୍ୟରେ ଫେସବୁକରେ ୧,୫୦୪ ୟୁଜର୍ସ ଏବଂ ଇନଷ୍ଟାଗ୍ରାମରେ ୨୬୫ ୟୁଜର୍ସଙ୍କ ଅଭିଯୋଗ ମିଳିବା ପରେ ସେମାନଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ହୋଇଛି।

ରିପୋର୍ଟ ମୁତାବକ, ୪୬ ଦିନର ଅବଧି ମଧ୍ୟରେ କମ୍ପାନୀ ପାଖାପାଖି ୩୦ ଲକ୍ଷରୁ ଅଧିକ ହ୍ବାଟସଆପ୍ ଆକାଉଣ୍ଟ ସସପେଣ୍ଡ କରିଥିଲା। ହ୍ବାଟସଆପ୍ ରିପୋର୍ଟ ମୁତାବକ, ଏହି ସମୟରେ ୫୯୪ ଅଭିଯୋଗ ହୋଇଥିଲା। ଯାହା ଉପରେ କମ୍ପାନୀ କାର୍ଯ୍ଯାନୁଷ୍ଠାନ କରୁଛି। ଏଥିରେ ଅନେକ ଆକାଉଣ୍ଟ ଅଟୋମେଟିକ କିମ୍ବା ବ୍ଲକ ମେସେଜ ଯୋଗୁଁ ସସପେଣ୍ଡ କରାଯାଇଛି।

କମ୍ପାନୀ ପକ୍ଷରୁ ଦିଆଯାଇଥିବା ଏକ ବୟାନ ଅନୁଯାୟୀ, ଫେସବୁକ ନିଜ ନୀତିର ଉଲ୍ଲଙ୍ଘନ କରିଥିବା କଣ୍ଟେଣ୍ଟକୁ ଚିହ୍ନି ଏବଂ ରିଭ୍ଯୁ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ, କମ୍ଯୁନିଟିର ଅଭିଯୋଗ ଏବଂ ନିଜ ଟିମ୍ ଦ୍ବାରା ହେବାକୁ ଥିବା ସମୀକ୍ଷାର ବ୍ଯବହାର କରୁଛି। ଆଇଟି ନିୟମ ପାଳନ କରି ୧୬ ଜୁନରୁ ୩୧ ଜୁଲାଇ ମଧ୍ୟରେ ୪୬ ଦିନର ଅବଧି ପାଇଁ ଦ୍ବିତୀୟ ମାସିକ ରିପୋର୍ଟ ଜାରି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.