Below header

ଆଣ୍ଡ୍ରଏଡ଼କୁ ଟକ୍କର ଦେବାପାଇଁ ଫେସବୁକ ଆଣୁଛି ନିଜର ଅପରେଟିଙ୍ଗ ସିଷ୍ଟମ

ଦୁନିଆର ସବୁଠାରୁ ପପୁଲାର ସୋସିଆଲ ନେଟୱର୍କିଙ୍ଗ ସାଇଟ ଫେସବୁକ ଅତିଶୀଘ୍ର ନିଜର ଅପରେଟିଙ୍ଗ ସିଷ୍ଟମ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛି । ଆଣ୍ଡ୍ରଏଡ଼ ଉପରେ ନିଜର ନିର୍ଭରତା କମ କରିବା ପାଇଁ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି । ଏପରି କରିବାର କାରଣ ହେଉଛି ଫେସବୁକର ଫ୍ୟୁଚର ହାର୍ଡ଼ୱେୟାର ଗୁଗଲର ସଫ୍ଟୱେୟାର ଉପରେ ନିର୍ଭର ନ କରୁ ଯାହାଦ୍ୱାରା ଫେସବୁକ ଉପରେ ଗୁଗଲର କଣ୍ଟ୍ରୋଲ କମ ରହିବ ଅଥବା ଶେଷ ମଧ୍ୟ ହୋଇଯାଇପାରେ ।

ବିବାଦରେ ଫେସବୁକ

Image result for Facebook working on its own operating system to get rid of google

ନିକଟରେ ଫେସବୁକ ୟୁଜର୍ସମାନଙ୍କ ଡାଟା ଲିକ୍ ହେବାର ଆଉ ଏକ ମାମଲା ଦେଖିବାକୁ ମିଳିଛି । ବର୍ତ୍ତମାନ ୨୬.୭ କୋଟିରୁ ଅଧିକ ୟୁଜର୍ସ ମାନଙ୍କର ପର୍ସନାଲ ଇନଫର୍ମେଶନ ଡାର୍କ ୱେବର ଏକ ଅସୁରକ୍ଷିତ ଡାଟାବେସରେ ଦେଖିବାକୁ ମିଳିଛି । ସାଇବର ସିକ୍ୟୁରିଟି ଫର୍ମ Comparitech ଏବଂ ଗବେଷକଙ୍କ ଅନୁଯାୟୀ ୨୬୭,୧୪୦,୪୩୬ ଫେସବୁକ ୟୁଜର୍ସଙ୍କ ଆଇଡି, ଫୋନ ନମ୍ବର ଏବଂ ପୁରା ନାମ ଏକ ଡାଟାବେସରେ ଦେଖିବାକୁ ମିଳିଛି । ଏକ ରିପୋର୍ଟ ଅନୁଯାୟୀ ଡାଟାବେସରେ ରହିଥିବା ଲୋକଙ୍କୁ ସ୍ପାମ ମେସେଜ କିମ୍ବା ଫିସିଂ ସ୍କିମ ଦ୍ୱାରା ଟାର୍ଗେଟ କରାଯାଇପାରେ ।

NBT

ଏହାମଧ୍ୟରେ ଫେସବୁକର କହିବା ଅନୁଯାୟୀ ସେ ସେହି ରିପୋର୍ଟର ଯାଞ୍ଚ କରୁଛି ଯେଉଁଥିରେ ୨୬.୭ କୋଟିରୁ ଅଧିକ ୟୁଜରଙ୍କର ଇନଫର୍ମେଶନ ଲିକ ହୋଇଛି । ଯଦିଓ ବର୍ତ୍ତମାନ ଡାଟାବେସରୁ ଆକ୍ସେସକୁ ହଟାଇ ଦିଆଯାଇଛି । ତେବେ ଫେସବୁକ ୟୁଜର୍ସଙ୍କ ରେକର୍ଡ ଦୁଇ ସପ୍ତାହ ପର୍ଯ୍ୟନ୍ତ ଉପଲବ୍ଧ ରହିଥିଲା ଏବଂ ଏହି ଇନଫର୍ମେଶନ ପର୍ଯ୍ୟନ୍ତ ପହଂଚିବାକୁ କୌଣସି ପାସୱାର୍ଡ ମଧ୍ୟ ନଥିଲା । ସୂଚନା ଅନୁଯାୟୀ ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ ୪୦କୋଟିରୁ ଅଧିକ ଫେସବୁକ ୟୁଜରଙ୍କର ଫୋନ ନମ୍ବର ଲିକ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.