ପର୍ଯ୍ୟଟନ ଋତୁରେ ବୁଲିଯାଆନ୍ତୁ କେନ୍ଦୁଝରର ତୃପ୍ତି ସଫାରି, ପିକନିକ୍ ପାଇଁ ସୃଷ୍ଟି କରିଛି ଏକ ନୂଆ ପରିଚୟ

କେନ୍ଦୁଝର(କେନ୍ୟୁଜ୍) : ଓଡିଶା ମାନଚିତ୍ରରେ କେନ୍ଦୁଝର ଜିଲ୍ଲାରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନସ୍ଥଳି ରହିଛି । ପର୍ଯ୍ୟଟନ ଋତୁ ଆସିଲେ ପିକନିକ ପାଇଁ ଜିଲ୍ଲାକୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । କିନ୍ତୁ ଏବେ ଏହି ଜିଲ୍ଲାର ଅଦିବାସୀ ଅଧ୍ୟୁସିତ ହରିଚନ୍ଦନପୁର ବ୍ଲକ ଅଂଚଳରେ ପ୍ରାୟ ୪୦ ଏକର ଜମିରେ ଜଣେ ଉଦ୍ୟଗୀଙ୍କ ପ୍ରଚେଷ୍ଟାରେ ୪ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ତୃପ୍ତି ସଫାରି ଏବେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇପାରିଛି । ଏଠାକାର ମିନି ଚିଡିଆଖାନା,ପାର୍କ, ଫୁଲବଗିଚା, ସେଲଫି ପାର୍କ, ଜିମ ପାର୍କ,ବିଭିନ୍ନ ଔଷଧିୟ ବୃକ୍ଷ ,ଛୋଟ ଓ ବଡ ଲୋକଙ୍କ ପାଇଁ ବୋଟିଂର ମଜା ପର୍ଯ୍ୟଟକ ମାନଙ୍କୁ ବେଶ ଆକର୍ଷିତ କରି ଏଠାକୁ ଟାଣି ଆଣୁଛି । ଯାହାକୁ ନଦେଖିଲେ ବିଶ୍ୱାସ କରିହେବ ନାହିଁ ।

trupti safariହରିଚନ୍ଦନପୁର ବ୍ଲକ ମୁଖ୍ୟାଳୟ ଠାରୁ ପାଖାପାଖି ୨୪ କିମି ଗଲେ ପଡେ ନୁଦୁରୁପଡା ଛକ ଏହି ଛକ ଠାରୁ ଦେଢକିମି ଗଲେ ପଡେ ତୃପ୍ତି ସଫାରି । ଗ୍ରାମାଞ୍ଚଳରେ ଗଢିଉଠିଥିବା ଏହି ତୃପ୍ତି ସଫାରିରେ ବିଭିନ୍ନ ଆକର୍ଷଣୀୟ କାରୁକାର୍ଯ୍ୟ ଓ ମନଲୋଭା ସବୁଜ ବଳୟ ସୃଷ୍ଟି କରିପାରିଛି ଏକ ନିଆରା ପରିଚୟ । ତାସହିତ ସେଲଫି ପାର୍କରେ ତିଆରି ହୋଇଥିବା ଅକର୍ଷଣୀୟ ମୂର୍ତୀ ଓ ଫଳଚିତ୍ର ଭିତରେ ବାହାରେ ସେଲଫି ନେବା ଏଠାରେ ପର୍ଯ୍ୟଟକଙ୍କୁ ନିଆରା ମଜା ଦେଉଛି । ଏଥିସହିତ ବିଭିନ୍ନ କିଷମର ରଙ୍ଗବେରଙ୍ଗର ଫୁଲ ବଗିଚା,ଭିନ୍ନ ଭିନ୍ନ କିସମର ଦୋଳି,ଘଞ୍ଚ ବୁଦାଳିଆ ଗଛତଳେ ଭୋଜି ଓ ବୋଟିଙ୍ଗର ମଜାନେବାକୁ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ମଜାନେବାକୁ ପଛାଉ ନାହାନ୍ତି ।

picnicଏଠାରେ ପର୍ଯ୍ୟଟକଙ୍କ ପାଇଁ ବିଶେଷ ସୁବିଧା ରହିଥିବା ବେଳେ ବଣଭୋଜିପାଇଁ ପର୍ଯ୍ୟଟକ ମାନଙ୍କୁ ରୋଷେଇ ସମସ୍ତ ସାମଗ୍ରୀ ଭଡାରେ ଯୋଗାଇ ଦିଆଯାଇଥାଏ । ବିବାହ, ବ୍ରତ ଏବଂ ମିଟିଙ୍ଗ ପାଇଁ ଅତ୍ୟାଧୁନିକ ହଲର ମଧ୍ୟ ବ୍ୟବସ୍ଥା ରହିଛି । ତୃପ୍ତି ସଫାରିର ରକ୍ଷଣ ବେକ୍ଷଣ ପାଇଁ ପର୍ଯ୍ୟଟକଙ୍କ ଠାରୁ ସ୍ୱଳ୍ପ ମୂଲ୍ୟର ଟିକେଟ କଟାଯାଉଛି ଯାହା ପର୍ଯ୍ୟଟକଙ୍କୁ ବେସ ସୁହାଉଛି । କେନ୍ଦୁଝର ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳି ରହିଥିବା ବେଳେ ତୃପ୍ତି ସଫାରୀ ମନୋରମ ଓ ଶାନ୍ତ ପରିବେଶ ପାଇଁ ଆଗଧାଡିରେ ରହିପାରିଛି । ଏଥିପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଏଠାକୁ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ଆଗକୁ ଏଠାରରେ ରୋପିଙ୍ଗ ଓ ଓ୍ୱାଟର ପାର୍କ ଭଳି ନୂଆ ନୂଆ ପ୍ରକଳ୍ପ ଏଠାରେ ସାମିଲ କରାଯିବାର ବ୍ୟବସ୍ଥା କରାଯାଉଛି ।

ଘଟଗାଁରୁ ଭବାନୀ ପ୍ରସାଦ ମହାନ୍ତ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.