ଖୁବଶୀଘ୍ର ଲଞ୍ଚ ହେବ Find My Device ନେଟଓ୍ଵାର୍କ, ଗ୍ୟାଜେଟକୁ ସହଜରେ ଟ୍ରାକ୍ କରିବେ ୟୁଜର

ଆପଲ୍ ଯାହା ବି ଡିଭାଇସ୍‌ ଆଣିଥାଏ ସମଗ୍ର ଇଣ୍ଡଷ୍ଟ୍ରି ଆପଲକୁ କପି କରେ । ଗୁଗଲର ନାମ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛି । ଗୁଗଲରେ ପୂର୍ବରୁ ଫାଇଣ୍ଡ ମାଏ ଫୋନ୍ ଫିଚର ଅଛି ଯାହା ଆପଲ୍ ର ଫାଇଣ୍ଡ ମାଏ ଭଳି ଥାଏ ।

ବର୍ତ୍ତମାନ ଆପଲ୍ ହେଉଛି ଟେକ୍ ଇଣ୍ଡଷ୍ଟ୍ରିରେ ଏକ ଟ୍ରେଣ୍ଡ୍ ସେଟର୍ । ଆପଲ୍ ଯାହା ବି ଡିଭାଇସ୍‌ ଆଣିଥାଏ ସମଗ୍ର ଇଣ୍ଡଷ୍ଟ୍ରି ଆପଲକୁ କପି କରେ । ଗୁଗଲର ନାମ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛି । ଗୁଗଲରେ ପୂର୍ବରୁ ଫାଇଣ୍ଡ ମାଏ ଫୋନ୍ ଫିଚର ଅଛି ଯାହା ଆପଲ୍ ର ଫାଇଣ୍ଡ ମାଏ ଭଳି ଥାଏ ।

ବର୍ତ୍ତମାନ ଗୁଗୁଲ୍ Find My Device ନେଟୱାର୍କ ଲଞ୍ଚ କରିବାକୁ ଯାଉଛି, ଯାହା ପୂର୍ବ ଭର୍ସନ ଅପେକ୍ଷା ଭଲ ବୋଲି ଦାବି କରାଯାଇଛି ଏବଂ ଆପଲ୍ ର Find My ଭଳି କାମ କରିବ ।

ଗତ ବର୍ଷ Find My Device ନେଟୱାର୍କ ଘୋଷଣା କରାଯାଇଥିଲା ଏବଂ ବର୍ତ୍ତମାନ କୁହାଯାଉଛି ଯେ Find My Device ଶୀଘ୍ର ଲଞ୍ଚ ହେବ। Find My Device ନେଟୱାର୍କ ଆଇଫୋନର ଫାଇଣ୍ଡ ମାଏ ସହିତ ସମାନ ଭାବରେ କାମ କରିବ ଏବଂ ୟୁଜରମାନେ ଏହା ସାହାଯ୍ୟରେ ସେମାନଙ୍କ ଗ୍ୟାଜେଟଗୁଡ଼ିକୁ ଟ୍ରାକ୍ କରିପାରିବେ । 9to5Googleର ଏକ ରିପୋର୍ଟ ଅନୁଯାୟୀ ଏପ୍ରିଲ୍ ୭ ରେ Find My Device ନେଟୱାର୍କ ଲଞ୍ଚ ହୋଇପାରିବ। ଏହା ସାହାଯ୍ୟରେ ହେଡଫୋନ୍, ସ୍ମାର୍ଟ ଡିଭାଇସ୍ ଏବଂ ଅନ୍ୟାନ୍ୟ ଆକ୍ସେସୋରିଜ୍ ଟ୍ରାକ୍ କରାଯାଇପାରିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି Find My Device ନେଟୱାର୍କ ଅଫଲାଇନରେ କାମ କରିବ, ଅର୍ଥାତ୍ ଆପଣ ଯେକୌଣସି ଡିଭାଇସ୍ କିମ୍ବା ଆପଣଙ୍କ ଫୋନକୁ ଅଫଲାଇନରେ ମଧ୍ୟ ଟ୍ରାକ୍ କରି ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.