Flipkart Big Saving Days Saleରେ ମିଳିବ ୮୦% ଛାଡ଼

ଏଥର Flipkart Big Saving Days Sale ରେ ୮୦% ଯାଏ ରହିବ ଭାରି ଡ଼ିସକାଉଣ୍ଟ, ଶୀଘ୍ର ଲିଷ୍ଟ ତିଆରି କରି ଫାଇଦା ଉଠାନ୍ତୁ

ଖୁବ ଶୀଘ୍ର ଆରମ୍ଭ ହେବ ଫ୍ଲିପକାର୍ଟରେ ବିଗ୍ ସେଭିଙ୍ଗ୍ ଡେଜ ସେଲ୍‌ । ଯେଉଁଥିରେ ଆପଣ ପ୍ରାୟ ୮୦% ପର୍ଯ୍ୟନ୍ତ ଭାରି ଡ଼ିସକାଉଣ୍ଟ । ଫ୍ଲିପକାର୍ଟର ଏହି ସେଲ ଆସନ୍ତା ୫ ମଇ ରୁ ଆରମ୍ଭ ହୋଇ ୧୦ ମଇ ଯାଏ ଚାଲିବ । ଫ୍ଲିପକାର୍ଟର ହୋମ ପେଜ ରେ ଆପଣ ଏହା ସମ୍ପର୍କ ରେ ଜାଣିପାରିବେ । ଏହି ସେଲ ରେ ଆପଣ ସ୍ମାର୍ଟ ଟିଭି, ସ୍ମାର୍ଟ ଫୋନ ଠୁ ଆରମ୍ଭ କରି ହୋମ ଆପ୍ଲିଆସେନ୍ସ ଉପରେ ଭାରି ଛାଡ଼ ପାଇବେ ।

ଖରା ଦିନ ଧ୍ୟାନରେ ରଖି ଇ କମର୍ସ ପ୍ଳାଟଫର୍ମ ଫ୍ଲିପକାର୍ଟ ନୂଆ ସେଲ ଆରମ୍ଭ କରିବାକୁ ଯାଉଛି। ଯଦି ଆପଣ ମଧ୍ୟ ଗ୍ରୀଷ୍ମ ଦିନରେ ସପିଂ କରିବାକୁ ଯୋଜନା କରୁଛନ୍ତି ତେବେ କେବଳ କିଛି ଦିନ ଅପେକ୍ଷା କରନ୍ତୁ ଏବଂ ତା’ପରେ ଫ୍ଲିପକାର୍ଟ ସେଲ୍‌ର ଲାଭ ଉଠାଇ ଖୁବ କାମ ଦାମ୍ ରେ ଲାପଟପ୍, ସ୍ମାର୍ଟୱାଚ୍, ଘର ଉପକରଣ, ସ୍ମାର୍ଟଫୋନ୍ ସହିତ ଅନେକ ଜିନିଷ କିଣି ପାରିବେ।

Flipkart Big Saving Days Sale ଶୀଘ୍ର ଆରମ୍ଭ ହେବ । ଏହି ସମୟରେ ସ୍ମାର୍ଟଫୋନରେ ସବୁଠାରୁ ଭଲ ଅଫର୍‌ ଆପଣ ପାଇବେ । ଏହା ବ୍ୟତୀତ ଲାପଟପ୍, ଟିଭି, ୱାଶିଂ ମେସିନ୍, ଫ୍ରିଜ୍ ସହିତ ଅନେକ ଇଲେକ୍ଟ୍ରୋନିକ ଜିନିଷ ଉପରେ ବଡ଼ ରିହାତି ମଧ୍ୟ ପାଇବେ । ଆସନ୍ତୁ ଜାଣିବା ଫ୍ଲିପକାର୍ଟ ବିଗ୍ ସେଭିଙ୍ଗ୍ ସେଲ୍ ବିଷୟରେ….

ଫ୍ଲିପକାର୍ଟ ବିଗ୍ ସେଭିଙ୍ଗ୍ ଡେଜ ସେଲ୍‌ ୫ ମଇ ୨୦୨୩ରୁ ଆରମ୍ଭ ହେବ । ଏହି ସେଲ୍ ୫ ଦିନ ଚାଲିବ ମାନେ ଏହା ୧୦ ମଇ ୨୦୨୩ରେ ଶେଷ ହେବ । ବିକ୍ରୟ ପାଇଁ କମ୍ପାନୀ ଏହାର ପ୍ଲାଟଫର୍ମରେ ଏକ ମାଇକ୍ରୋ ସାଇଟ୍ ଓପନ କରିସାରିଛି । ଏହା ଅନୁଯାୟୀ ଫ୍ଲିପକାର୍ଟ ବିଗ୍ ସେଭିଙ୍ଗ୍ ଡେ ସବୁଠୁ ବଡ ସମର ସେଲ ଭାବରେ ଜଣାଯିବ । ଏହା ସହିତ ଏଥିରେ ଗ୍ରାହକ ୮୦% ପର୍ଯ୍ୟନ୍ତ ରିହାତି ପାଇ ବଢିଆ ଜିନିଷ କିଣିପାରିବେ ।

ଫ୍ଲିପକାର୍ଟ ବିଗ୍ ସେଭିଙ୍ଗ୍ ଡେ ସେଲ୍‌ କଣ ଅଫର୍‌ ରହିଛି ଜାଣନ୍ତୁ :

ଫ୍ଲିପକାର୍ଟରେ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ୫% ଅନଲିମିଟେଡ଼ କ୍ୟାସବ୍ୟାକ୍ ମିଳିବ। ଫ୍ଲିପକାର୍ଟ ପେ ଲେଟରରେ ସଂଗେ ସଂଗେ ୧୦୦୦ ଟଙ୍କା ଗିଫ୍ଟ କାର୍ଡ କ୍ରେଡିଟ୍ ହେବ ଓ ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ ସୁପର ଏଲ୍‌ଆଇଟି କ୍ରେଡିଟ୍ କାର୍ଡ ସୁବିଧା ମିଳିବ ।

ଆପଣ ଏଥିରେ ପ୍ରାଥମିକ ଦର ମାନେ 24,999 ଟଙ୍କା ରେ ଏସି ମଧ୍ୟ କିଣିପାରିବେ। ଯଦି ଆପଣ ସ୍ମାର୍ଟଫୋନ୍ କୁ ଦେଖିବେ, ତେବେ iPhone 13, Moto G 13, Samsung Galaxy F14 5G, Poco C55 ଓ iInfinix Hot 30i ଭଳି ଫୋନରେ ବଢିଆ ରିହାତି ମିଳିବ । ଏହା ବ୍ୟତୀତ ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ୮୦% ରିହାତି, ଟିଭି ଉପକରଣରେ ଉପରେ ୭୫% ରିହାତି, ଫ୍ୟାଶନ ଉପରେ ୫୦ରୁ ୮୦% ରିହାତି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.