Below header

Jio ୟୁଜର୍ସଙ୍କୁ ଫ୍ରିରେ ମିଳିବ ଆମାଜନ୍ ପ୍ରାଇମ୍-ନେଟଫ୍ଲିକ୍ସ ସବସ୍କ୍ରିପସନ୍, ଜାଣନ୍ତୁ କ’ଣ ରହିଛି ଅଫର୍

ଯଦି ଆପଣ ଜିଓ ୟୁଜର ତାହେଲେ ଆପଣଙ୍କ ପାଇଁ ଗୁଡ ନ୍ୟୁଜ୍‌ । ଏବେ ଆପଣ ମାଗଣାର ଆମାଜନ ପ୍ରାଇମ ଓ ନେଟଫ୍ଲିକ୍ସ ଓଟିଟି ପ୍ଲାଟଫର୍ମର ମଜା ଉଠାଇ ପାରିବେ ।

ଯଦି ଆପଣ ଜିଓ ୟୁଜର ତାହେଲେ ଆପଣଙ୍କ ପାଇଁ ଗୁଡ ନ୍ୟୁଜ୍‌ । ଏବେ ଆପଣ ମାଗଣାର ଆମାଜନ ପ୍ରାଇମ ଓ ନେଟଫ୍ଲିକ୍ସ ଓଟିଟି ପ୍ଲାଟଫର୍ମର ମଜା ଉଠାଇ ପାରିବେ । ଗତ କିଛି ବର୍ଷ ମଧ୍ୟରେ ଓଟିଟି ପ୍ଲାଟଫର୍ମର କ୍ରେଜ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏପରି ସ୍ଥିତିରେ ଜିଓ ନିଜର ୟୁଜର୍ସଙ୍କୁ ଧ୍ୟାନରେ ରଖି ମାଗଣାରେ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓ ଅଫର କରୁଛି । ଯଦିଓ ଏହି ଅଫର ଜିଓ ପୋଷ୍ଟପେଡ୍ ବ୍ୟବହାରକାରୀଙ୍କ ପାଇଁ ରହିଛି । ଜିଓର ପୋଷ୍ଟପେଡ୍ ଯୋଜନାରେ ଏପରି କିଛି ଅଫର୍ ଅଛି, ଯେଉଁଥିରେ ଆପଣ ପ୍ଲାନ୍ସ ସହିତ ଏହି ଦୁଇ ଓଟିଟି ପ୍ଲାଟଫର୍ମର ସବସ୍କ୍ରିପସନ୍ ପାଇପାରିବେ ।

ଜିଓର ପୋଷ୍ଟପେଡ୍ ପ୍ଲାନରେ ଏପରି ଦୁଇଟି ଯୋଜନା ଅଛି, ଯେଉଁଥିରେ ଆପଣଙ୍କୁ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓର ବିଲକୁଲ ମାଗଣା ସବସ୍କ୍ରିପସନ୍ ମିଳିପାରିବ । ଏହି ଯୋଜନାଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା ।

ଜିଓର ୬୯୯ ଟଙ୍କିଆ ପୋଷ୍ଟପେଡ୍ ପ୍ଲାନ୍

ଜିଓର ଏହି ପ୍ଲାନ୍ ହେଉଛି ମନ୍ଥଲୀ ସାଇକେଲ ବିଲ୍‌ ପ୍ଲାନ୍ । ଜିଓ ବ୍ୟବହାରକାରୀମାନେ ୬୯୯ ଟଙ୍କାର ଏହି ପ୍ଲାନରେ ଜିଓ ୟୁଜର୍ସଙ୍କୁ ଅନେକ ବେନିଫିଟ୍ସ ମିଳିଥାଏ । ଏହି ପ୍ଲାନରେ ଗ୍ରାହକଙ୍କୁ ୧୦୦ ଜିବି ଡାଟା ମିଳିଥାଏ । ସଂପୂର୍ଣ୍ଣ ଡାଟା ସରିବା ପରେ ଗ୍ରାହକଙ୍କୁ ପ୍ରତି ଜିବି ପିଛା ୧୦ ଟଙ୍କା ଦେବାକୁ ପଡିଥାଏ । ଏହି ଯୋଜନାରେ ସବୁଠାରୁ ବଡ ସୁବିଧା ହେଉଛି ଆପଣ ନିଜ ପରିବାରର ୩ ଟି ସିମ୍ ଯୋଡିପାରିବେ । ସମସ୍ତ ସଦସ୍ୟ ସିମରେ ୫ ଜିବି ଅତିରିକ୍ତ ଡାଟା ପାଇବେ । ୟୁଜର୍ସଏଥିରେ ଅସୀମିତ ଭଏସ୍ କଲିଂ ମଧ୍ୟ ପାଇପାରିବେ ।

ଏଥିରେ ଓଟିଟି ସବସ୍କ୍ରିପସନ୍ ଅଫର ବିଷୟରେ କହିବା ତ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ମାଗଣାରେ ଉପଲବ୍ଧ ହେଉଛି । ଏହା ବ୍ୟତୀତ ଜିଓଟିଭି, ଜିୟୋ ସିନେମା, ଜିଓ ସିକ୍ୟୁରିଟିର ସବସ୍କ୍ରିପସନ୍ ମଧ୍ୟ ସାମିଲ ରହିଛି । ଏହି ଯୋଜନାରେ ଆମାଜନ ପ୍ରାଇମ ଭିଡିଓ ସବସ୍କ୍ରିପସନ୍ ୧ ବର୍ଷ ପାଇଁ ରହିଛି ।

ଜିଓର ୧୪୯୯ ଟଙ୍କିଆ ପ୍ଲାନ

ଯଦି ଆପଣ ଜିଓର ୧୪୯୯ ଟଙ୍କିଆ ପୋଷ୍ଟପେଡ ପ୍ଲାନ୍‌ ନିଅନ୍ତି ତାହେଲେ ଏଥିରେ ଆପଣ ମାଗଣାରେ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ସବସ୍କ୍ରିପସନ୍ ପାଇପାରିବେ । ଓଟିଟି ସବସ୍କ୍ରିପସନ୍‌ ବ୍ୟତୀତ ଏହି ପ୍ଲାନରେ ମଧ୍ୟ ନର୍ମାଲ ଅନ୍ୟ ଅଫର ଯେପରିକି ଅନଲିମିଟେଡ ଭଏସ କଲ୍‌ ଏବଂ ଡେଲି ୧୦୦ ଏସଏମଏସ ମିଳିଥାଏ । ଏହି ପ୍ଲାନରେ ୟୁଜର୍ସଙ୍କୁ ୩୦୦ଜିବି ଡାଟା ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.