ଜୁନ ୧ରୁ ଟେକ୍ନୋଲୋଜି ଦୁନିଆରେ ବଦଳିଯିବ ଅନେକ କିଛି, ଆପଣଙ୍କୁ ବି ଦେବାକୁ ହେବ ଏସବୁ ଚାର୍ଜ

୧ ଜୁନ ୨୦୨୧ ରୁ ଟେକ୍ନୋଲୋଜି ଦୁନିଆରେ ବଦଳିଯିବ ଅନେକ କିଛି। ଜୁନ ପହିଲାରୁ ଟେକ୍ ଜଗତରେ ଆସିବାକୁ ଥିବା ଏସବୁ ପରିବର୍ତ୍ତନ ଯୋଗୁ ଖାସ୍ କରି ୟୁଜର ବହୁ ମାତ୍ରାରେ ପ୍ରଭାବିତ ହେବେ। ତେବେ ଆସନ୍ତୁ ଜାଣିବା ୧ ତାରିଖରୁ କି କି ପରିବର୍ତ୍ତନ ହେବାକୁ ଯାଉଛି…

Google Photos ପାଇଁ ଚାର୍ଜ:

ଜୁନ ୧ରୁ ଗୁଗଲ ଫଟୋ ଅଧିକ ସ୍ପେସ ଦେବା ପାଇଁ ଆଦାୟ କରିବ ଟଙ୍କା। ପୂର୍ବରୁ ଏଥିରେ ଫଟୋ ରଖିବା ପାଇଁ କୌଣସି ଟଙ୍କା ଦେବାକୁ ପଡୁନଥିଲା। କିନ୍ତୁ ଜୁନ ୧ ରୁ ୧୫ ଜିବି ରୁ ଅଧିକ ଫଟୋ ରଖିଲେ ଦେବାକୁ ପଡ଼ିବ ଚାର୍ଜ। Google one ର ସବୁଠୁ କମ୍ ସବସ୍କ୍ରିପସନ ୧୦୦GB ଷ୍ଟୋରେଜ ପାଇଁ ୟୁଜରଙ୍କୁ ପ୍ରତି ମାସରେ ୧୩୦ ଟଙ୍କା ଓ ବାର୍ଷିକ ୧୩୦୦ ଟଙ୍କା ଦେବାକୁ ହେବ।

Youtube ରୁ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଦେବାକୁ ହେବ ଟ୍ୟାକ୍ସ:

ୟୁଟ୍ୟୁବରୁ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ୧ ରୁ ଟ୍ୟାକ୍ସ ଦେବାକୁ ପଡ଼ିବ। ତେବେ କେବଳ ଆମେରିକା ଭିୟୁର୍ସ ପାଉଥିବା ବ୍ୟକ୍ତିଙ୍କୁ ହିଁ ଟ୍ୟାକ୍ସ ଦେବାକୁ ପଡ଼ିବ।

ଜୁନରୁ ମିଳିବ Battlegrounds Mobile India ଗେମ୍:

PUBG ର ରିବ୍ରାଣ୍ଡ ଭର୍ସନ ହେଉଛି Battlegrounds Mobile India। ଏହା ଜୁନରେ ଭାରତରେ ଲଞ୍ଚ ହୋଇପାରେ। ଏହି ଗେମକୁ ଲଞ୍ଚ କରିବାକୁ ପ୍ରସ୍ତୁତି ଚାଲିଛି। ଜୁନ ୧୮ରେ ଏହା ରିଲିଜ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.